ବେଳାଭୂମି ଜଙ୍ଗଲରୁ ଭୂତଳ ଜଳ ଲୁଟ୍‌

ପାରାଦୀପ,୩୧ା୩ (ସ୍ବ.ପ୍ର.): ପାରାଦୀପର ଷଣ୍ଢକୁଦଠାରୁ ତ୍ରିଲୋଚନପୁର ଗ୍ରାମ ପର୍ଯ୍ୟନ୍ତ ବେଳାଭୂମି ସୁରକ୍ଷା ରାସ୍ତାର ଦୁଇ ପାଶର୍‌ବରୁ ବାଲି ସହ ଜଙ୍ଗଲରୁ ଭୂତଳ ଜଳ ଉଠାଣ ଓ ଝାଉଁ ଜଙ୍ଗଲରୁ କାଠ କାଟି ନିଆଯାଉଛି। ସେହିପରି କଂସାରିପାଟିଆ ନଦୀ ପଠାରୁ ମାଟି ମଧ୍ୟ ଉଠାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ପାଣି ଉଠାଇବା ପାଇଁ ଜଙ୍ଗଲ ମଧ୍ୟରେ ବଡ଼ ବଡ଼ ବୋରିଂ କରାଯାଇଛି। ସେଥିରେ ୧୨ ଇଞ୍ଚରୁ ଊଦ୍ଧର୍‌ବ ପାଇପ୍‌ ଯୋଗେ ଭୂତଳ ଜଳ ସଂଗ୍ରହ କରି ଟ୍ୟାଙ୍କର ଓ ଟ୍ରାକ୍ଟର ଗାଡିରେ ବୋଝେଇ କରି ନିଆଯାଉଛି। ଏଭଳି ୧୫ରୁ ୨୦ଟି ଜାଗାରେ ପାଣି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି। ଗୁରୁବାର ଏକ ଟ୍ରାକ୍ଟର ଉଠାଉଥିବା ଚାଳକ ବାବାଜୀ ପ୍ରଧାନ କହିଥିଲେ, ଗୋଟିଏ ଟ୍ରାକ୍ଟର ପାଣି ଗାଡି ୨୫ ଶହରୁ ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ଆଉ ଜଣେ ଗାଡି ଚାଳକ କହିଛନ୍ତି, ପାଣି ଉଠାଇବା ପାଇଁ ଅନୁମତି ମିଳିଛି। ଯେଉଁ ସ୍ଥାନରେ ଏଭଳି ପାଣି ଉଠୁଛି ତାର ୫୦୦ ମିଟର ବ୍ୟବଧାନରେ ଝାଉଁ ଜଙ୍ଗଲ କଟାଚାଲିଛି। ପ୍ରତି ରାତି ଓ ଦିନରେ ଶତାଧିକ ହାଇୱା ଗାଡି ବେଳାଭୂମି ରାସ୍ତାରେ ଚାଲିଛି।
ଏ ସମ୍ପର୍କରେ ଜଟାଧାରମୁହାଣ ସାମୁଦ୍ରିକ ଥାନା ଅଧିକାରୀ ଦେବେନ୍ଦ୍ର ମହାପାତ୍ର କୁହନ୍ତି,
ବାଲି ଚୋରି ଘଟଣା ସମ୍ପର୍କରେ ଅନେକ ଅଭିଯୋଗ ଆସୁଛି। କିନ୍ତୁ ଆମେ ଚଢ଼ାଉ କଲାବେଳକୁ କିଏ କୁଆଡେ ପଳାଇ ଯାଉଛନ୍ତି। ସେହିପରି କୁଜଙ୍ଗ ରେଞ୍ଜ ଅଧିକାରୀ, ରଞ୍ଜନ ମିଶ୍ର, କୁହନ୍ତି ଜଙ୍ଗଲ କଟା ସମ୍ପର୍କରେ କୌଣସି ସୂଚନା ନାହିଁ। ଅଭୟଚାନ୍ଦପୁର ଓ କଂସାରିପାଟିଆ ସୀମାରେ ୨ ହଜାରରୁ ଅଧିକ ଝାଉଁ ଗଛ କାଟିବା ପାଇଁ ଇଡ୍‌କୋ ପକ୍ଷରୁ ଆବେଦନ କରାଯାଇଥିଲା। ସେତିକି ଗଛ କଟାଯିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ସ୍ବୀକୃତି ମିଳିଛି। ପାଣି ଉତ୍ତୋଳନ ସମ୍ପର୍କରେ ପାରାଦୀପ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ମୁର୍ମୁ କହିଛନ୍ତି, ସେମାନେ ଆମଠାରୁ ଅନୁମତି ନେଇନାହାନ୍ତି। ଅନ୍ୟ କେଉଁଠୁ ଏନେଇ ଅନୁମତି ଆଣି ଥାଇପାରନ୍ତି। କୁଜଙ୍ଗ ଇରିଗେସନ ଯନ୍ତ୍ରୀ ନରେନ୍ଦ୍ର ଜେନା କୁହନ୍ତି, ଉକ୍ତ ଅଞ୍ଚଳ ଅଧା ଏରସମା ବ୍ଲକ ଅଧୀନରେ ଯାଉଛି। କେଉଁଠି ପାଣି ଉଠୁଛ ଶୁକ୍ରବାର ଏନେଇ ଯାଞ୍ଚ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri