‘ଅରୁଆ’, ‘ଛାତ’ ଯୋଜନାରେ ବଢ଼ିବ ଭୂତଳ ଜଳ

ହର୍ଷବର୍ଦ୍ଧନ ବେହେରା

ଯାଜପୁର ଅଫିସ,୨ା୧୧: ରାଜ୍ୟର ୧୮ ଜିଲାର ୫୨ ବ୍ଲକରେ ଭୂତଳ ଜଳ ହ୍ରାସ ପରିମାଣ ସର୍ବାଧିକ । ଏଥିରେ ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଜିଲା ଆଗରେ ରହିଛି। ଗ୍ରାଉଣ୍ଡ ୱାଟର ରିସୋର୍ସ ଏସେସ୍‌ମେଣ୍ଟ(ଜିଡବ୍ଲ୍ୟୁଆର୍‌ଏ)-୨୦୨୦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ତେଣୁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହିସବୁ ଅଞ୍ଚଳରେ ଆର୍ଟିଫିସିଆଲ ରିଚାର୍ଜ ସହ ଅଣ୍ଡରଗ୍ରାଉଣ୍ଡ ଆକ୍ୟୁଫର(ଏଆର୍‌ୟୁଏ) ବା ଅରୁଆ ଏବଂ କମ୍ୟୁନିଟି ହାର୍‌ନେସିଂ ଆଣ୍ଡ ହାରଭେଷ୍ଟିଂ ରେନ ୱାଟର ଆର୍ଟିଫିସିଆଲି ଫ୍ରମ ଟେରେସ ଟୁ ଆକ୍ୟୁଫର(ସିଏଚ୍‌ଏଚ୍‌ଏଟିଏ) ବା ଛାତ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଅରୁଆ ଯୋଜନାରେ ପୋଖରୀ କିମ୍ବା ଟ୍ୟାଙ୍କ କୂଳରେ ଉପରୋକ୍ତ ବ୍ଲକ ଅଞ୍ଚଳରେ ୨୪୦୦ ସୁଡ଼ଙ୍ଗ ବା ଗାତ(ସାଫ୍ଟ) ଖୋଳା ଯିବ। ଏଥିପାଇଁ ୫ ବର୍ଷିଆ ଯୋଜନାରେ ୪୯.୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଛାତ ଯୋଜନାରେ ସହରାଞ୍ଚଳର ଛାତରୁ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରାଯିବ। ଏଥିରେ ୨୭ଟି ସହରାଞ୍ଚଳରେ ୨୯୫୦୦ ବେସରକାରୀ ଗୃହ ଏବଂ ୧୯୨୫ଟି ସରକାରୀ ଗୃହ ପାଇଁ ୫ ବର୍ଷିଆ ଯୋଜନାରେ ୨୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଜଳଶକ୍ତି ଅଭିଯାନରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୂତଳ ଜଳ ପୁନଃଭରଣ ହୋଇ ପାରିବ ବୋଲି ସରକାରୀସ୍ତରରେ ଦୃଢୋକ୍ତି ପ୍ରକାଶ ପାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ୩୧ା୧୦ା୨୦୨୨ରେ ରାଜ୍ୟର ସମସ୍ତ ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପରବର୍ତ୍ତୀ ପିଢି ଯେପରି ଭୂତଳ ଜଳ ଅଭାବର ସମ୍ମୁଖୀନ ନ ହେବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟ ଅନୁସାରେ ରାଜ୍ୟରେ ବାର୍ଷିକ ୧୮୭୯୧୫୦.୫୩ ଏଚ୍‌ଏମ୍‌(ହେକ୍ଟର ମିଟର) ଜଳ ରିଚାର୍ଜ ହୋଇଥାଏ। ସେଥିରୁ ପ୍ରାକୃତିକ ଭାବେ ବାର୍ଷିକ ୧୫୩୧୭୩.୧୬ ଏଚ୍‌ଏମ୍‌ ଭୂତଳ ଜଳ ଖଲାସ ହୋଇଥାଏ। ଏହାବାଦ୍‌ ଜଳସେଚନ କ୍ଷେତ୍ରରେ ୫୫୭୩୩୦.୫୫ ଏଚ୍‌ଏମ୍‌, ଶିଳ୍ପ କାରଖାନା ପାଇଁ ୧୫୬୮୪.୪୪ ଏଚ୍‌ଏମ୍‌, ଗୃହପାଳିତ(ଡୋମେଷ୍ଟିକ) କ୍ଷେତ୍ରରେ ୧୨୮୮୫୧.୦୨ ଏଚ୍‌ଏମ୍‌ ଭାବେ ମୋଟ ୭୦୧୮୬୬.୦୧ ଏଚ୍‌ଏମ୍‌ (୪୦.୬୬%) ଭୂତଳ ଜଳ ବାର୍ଷିକ ବ୍ୟବହାର ହେଉଛି। ତେବେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଭୁବନେଶ୍ୱର, ବୋଲଗଡ଼ ଓ ବାଲିପାଟଣା ବ୍ଲକରେ ୫୫୪ଟି ଅରୁଆ ଯୋଜନାରେ ବୈଷୟିକ ପଦ୍ଧତିରେ ଗାତ ଖୋଲାଯିବ। ସେହିପରି ଯାଜପୁର ଜିଲାର କୋରେଇ, ବିଞ୍ଝାରପୁର, ରସୁଲପୁର, ଯାଜପୁର ଓ ଦଶରଥପୁର ବ୍ଲକ ଅଞ୍ଚଳରେ ୪୦୫ଟି, ବାଲେଶ୍ୱର ଜିଲାର ବାହାନଗା, ରେମୁଣା ଓ ବାଲିଆପାଳ ବ୍ଲକ ଅଞ୍ଚଳରେ ୩୩୪ ଗାତ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷେ ଅନୁଗୁଳ ଜିଲାର ତାଳଚେର ବ୍ଲକରେ ୩୮, ପୁରୀ ଜିଲାର କାକଟପୁର ବ୍ଲକରେ ୩୪, ନୟାଗଡ଼ ଜିଲାର ନୟାଗଡ଼ ବ୍ଲକରେ ୩୮, କେନ୍ଦ୍ରାପଡ଼ା ଜିଲାର ଗରଡ଼ପୁର ବ୍ଲକରେ ୨୨୨, ଜଗତସିଂହପୁର ଜିଲାର କୁଜଙ୍ଗ ବ୍ଲକରେ ୩୫, କଟକ ସଦର ବ୍ଲକରେ ୩୫, ଭଦ୍ରକ ଜିଲାର ଧାମନଗର ବ୍ଲକରେ ୩୫ ଓ ଭଣ୍ଡାରୀପୋଖରୀରେ ୩୮, କେନ୍ଦୁଝର ଜିଲାର ଯୋଡା ବ୍ଲକରେ ୩୮, ମୟୁରଭଞ୍ଜ ଜିଲାର ବଡସାହିରେ ୩୮ ଓ ରାସଗୋବିନ୍ଦପୁର ବ୍ଲକରେ ୩୭, ନୂଆପଡା ଜିଲାର ନୂଆପଡ଼ା ବ୍ଲକରେ ୨୨୪, ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକରେ ୩୫, ବରଗଡ଼ ଜିଲାର ବରଗଡ଼ରେ ୩୮, ଭଟଲିରେ ୩୮ ଓ ଝାରବନ୍ଧରେ ୩୫, ସୋନପୁର ଜିଲାର ସୋନପୁରରେ ୩୮, ସୁନ୍ଦରଗଡ଼ ଜିଲାର ବିଶ୍ରାରେ ୩୮ ଏବଂ ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ବ୍ଲକରେ ୩୮ଟି ଅରୁଆ ଗାତ ଖୋଲାଯିବ।
ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା କୋରେଇ ବ୍ଲକ ସେମି କ୍ରିଟାକାଲ ସ୍ଥିତିରେ ରହିଛି। ଏହି ବ୍ଲକରେ ବାର୍ଷିକ ଭୂତଳ ଜଳ ସ୍ଥିତି ୮୭୩୦.୬୭ ଏଚ୍‌ଏମ୍‌ ରହିଥିଲାବେଳେ ୭୫୪୯.୬୬ ଏଚ୍‌ଏମ୍‌(୮୬.୪୮%)ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ଏଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ସର୍ବାଧିକ ୭୫୪୯.୮୬ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ବେଳହୁଁ ଭୂତଳ ଜଳସ୍ତର ନିମ୍ନଗାମୀକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଯେ ତୃଷା, ଅଭାବ,ଅନଟନ, ଜଳସଙ୍କଟ ଆଦି ଘଟଣା ସାମ୍‌ନାକୁ ଆସିବ ଏଥିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri