‘ଅରୁଆ’, ‘ଛାତ’ ଯୋଜନାରେ ବଢ଼ିବ ଭୂତଳ ଜଳ

ହର୍ଷବର୍ଦ୍ଧନ ବେହେରା

ଯାଜପୁର ଅଫିସ,୨ା୧୧: ରାଜ୍ୟର ୧୮ ଜିଲାର ୫୨ ବ୍ଲକରେ ଭୂତଳ ଜଳ ହ୍ରାସ ପରିମାଣ ସର୍ବାଧିକ । ଏଥିରେ ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଜିଲା ଆଗରେ ରହିଛି। ଗ୍ରାଉଣ୍ଡ ୱାଟର ରିସୋର୍ସ ଏସେସ୍‌ମେଣ୍ଟ(ଜିଡବ୍ଲ୍ୟୁଆର୍‌ଏ)-୨୦୨୦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ତେଣୁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହିସବୁ ଅଞ୍ଚଳରେ ଆର୍ଟିଫିସିଆଲ ରିଚାର୍ଜ ସହ ଅଣ୍ଡରଗ୍ରାଉଣ୍ଡ ଆକ୍ୟୁଫର(ଏଆର୍‌ୟୁଏ) ବା ଅରୁଆ ଏବଂ କମ୍ୟୁନିଟି ହାର୍‌ନେସିଂ ଆଣ୍ଡ ହାରଭେଷ୍ଟିଂ ରେନ ୱାଟର ଆର୍ଟିଫିସିଆଲି ଫ୍ରମ ଟେରେସ ଟୁ ଆକ୍ୟୁଫର(ସିଏଚ୍‌ଏଚ୍‌ଏଟିଏ) ବା ଛାତ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଅରୁଆ ଯୋଜନାରେ ପୋଖରୀ କିମ୍ବା ଟ୍ୟାଙ୍କ କୂଳରେ ଉପରୋକ୍ତ ବ୍ଲକ ଅଞ୍ଚଳରେ ୨୪୦୦ ସୁଡ଼ଙ୍ଗ ବା ଗାତ(ସାଫ୍ଟ) ଖୋଳା ଯିବ। ଏଥିପାଇଁ ୫ ବର୍ଷିଆ ଯୋଜନାରେ ୪୯.୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ଛାତ ଯୋଜନାରେ ସହରାଞ୍ଚଳର ଛାତରୁ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରାଯିବ। ଏଥିରେ ୨୭ଟି ସହରାଞ୍ଚଳରେ ୨୯୫୦୦ ବେସରକାରୀ ଗୃହ ଏବଂ ୧୯୨୫ଟି ସରକାରୀ ଗୃହ ପାଇଁ ୫ ବର୍ଷିଆ ଯୋଜନାରେ ୨୭୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଜଳଶକ୍ତି ଅଭିଯାନରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭୂତଳ ଜଳ ପୁନଃଭରଣ ହୋଇ ପାରିବ ବୋଲି ସରକାରୀସ୍ତରରେ ଦୃଢୋକ୍ତି ପ୍ରକାଶ ପାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅନିଲ କୁମାର ପଟ୍ଟନାୟକ ୩୧ା୧୦ା୨୦୨୨ରେ ରାଜ୍ୟର ସମସ୍ତ ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପରବର୍ତ୍ତୀ ପିଢି ଯେପରି ଭୂତଳ ଜଳ ଅଭାବର ସମ୍ମୁଖୀନ ନ ହେବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ଜିଡବ୍ଲ୍ୟୁଆର୍‌ଏ ରିପୋର୍ଟ ଅନୁସାରେ ରାଜ୍ୟରେ ବାର୍ଷିକ ୧୮୭୯୧୫୦.୫୩ ଏଚ୍‌ଏମ୍‌(ହେକ୍ଟର ମିଟର) ଜଳ ରିଚାର୍ଜ ହୋଇଥାଏ। ସେଥିରୁ ପ୍ରାକୃତିକ ଭାବେ ବାର୍ଷିକ ୧୫୩୧୭୩.୧୬ ଏଚ୍‌ଏମ୍‌ ଭୂତଳ ଜଳ ଖଲାସ ହୋଇଥାଏ। ଏହାବାଦ୍‌ ଜଳସେଚନ କ୍ଷେତ୍ରରେ ୫୫୭୩୩୦.୫୫ ଏଚ୍‌ଏମ୍‌, ଶିଳ୍ପ କାରଖାନା ପାଇଁ ୧୫୬୮୪.୪୪ ଏଚ୍‌ଏମ୍‌, ଗୃହପାଳିତ(ଡୋମେଷ୍ଟିକ) କ୍ଷେତ୍ରରେ ୧୨୮୮୫୧.୦୨ ଏଚ୍‌ଏମ୍‌ ଭାବେ ମୋଟ ୭୦୧୮୬୬.୦୧ ଏଚ୍‌ଏମ୍‌ (୪୦.୬୬%) ଭୂତଳ ଜଳ ବାର୍ଷିକ ବ୍ୟବହାର ହେଉଛି। ତେବେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଭୁବନେଶ୍ୱର, ବୋଲଗଡ଼ ଓ ବାଲିପାଟଣା ବ୍ଲକରେ ୫୫୪ଟି ଅରୁଆ ଯୋଜନାରେ ବୈଷୟିକ ପଦ୍ଧତିରେ ଗାତ ଖୋଲାଯିବ। ସେହିପରି ଯାଜପୁର ଜିଲାର କୋରେଇ, ବିଞ୍ଝାରପୁର, ରସୁଲପୁର, ଯାଜପୁର ଓ ଦଶରଥପୁର ବ୍ଲକ ଅଞ୍ଚଳରେ ୪୦୫ଟି, ବାଲେଶ୍ୱର ଜିଲାର ବାହାନଗା, ରେମୁଣା ଓ ବାଲିଆପାଳ ବ୍ଲକ ଅଞ୍ଚଳରେ ୩୩୪ ଗାତ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷେ ଅନୁଗୁଳ ଜିଲାର ତାଳଚେର ବ୍ଲକରେ ୩୮, ପୁରୀ ଜିଲାର କାକଟପୁର ବ୍ଲକରେ ୩୪, ନୟାଗଡ଼ ଜିଲାର ନୟାଗଡ଼ ବ୍ଲକରେ ୩୮, କେନ୍ଦ୍ରାପଡ଼ା ଜିଲାର ଗରଡ଼ପୁର ବ୍ଲକରେ ୨୨୨, ଜଗତସିଂହପୁର ଜିଲାର କୁଜଙ୍ଗ ବ୍ଲକରେ ୩୫, କଟକ ସଦର ବ୍ଲକରେ ୩୫, ଭଦ୍ରକ ଜିଲାର ଧାମନଗର ବ୍ଲକରେ ୩୫ ଓ ଭଣ୍ଡାରୀପୋଖରୀରେ ୩୮, କେନ୍ଦୁଝର ଜିଲାର ଯୋଡା ବ୍ଲକରେ ୩୮, ମୟୁରଭଞ୍ଜ ଜିଲାର ବଡସାହିରେ ୩୮ ଓ ରାସଗୋବିନ୍ଦପୁର ବ୍ଲକରେ ୩୭, ନୂଆପଡା ଜିଲାର ନୂଆପଡ଼ା ବ୍ଲକରେ ୨୨୪, ବଲାଙ୍ଗୀର ଜିଲାର ଲୋଇସିଂହା ବ୍ଲକରେ ୩୫, ବରଗଡ଼ ଜିଲାର ବରଗଡ଼ରେ ୩୮, ଭଟଲିରେ ୩୮ ଓ ଝାରବନ୍ଧରେ ୩୫, ସୋନପୁର ଜିଲାର ସୋନପୁରରେ ୩୮, ସୁନ୍ଦରଗଡ଼ ଜିଲାର ବିଶ୍ରାରେ ୩୮ ଏବଂ ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ବ୍ଲକରେ ୩୮ଟି ଅରୁଆ ଗାତ ଖୋଲାଯିବ।
ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା କୋରେଇ ବ୍ଲକ ସେମି କ୍ରିଟାକାଲ ସ୍ଥିତିରେ ରହିଛି। ଏହି ବ୍ଲକରେ ବାର୍ଷିକ ଭୂତଳ ଜଳ ସ୍ଥିତି ୮୭୩୦.୬୭ ଏଚ୍‌ଏମ୍‌ ରହିଥିଲାବେଳେ ୭୫୪୯.୬୬ ଏଚ୍‌ଏମ୍‌(୮୬.୪୮%)ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ଏଥିମଧ୍ୟରୁ ଜଳସେଚନ କ୍ଷେତ୍ରରେ ସର୍ବାଧିକ ୭୫୪୯.୮୬ ଏଚ୍‌ଏମ୍‌ ଭୂତଳ ଜଳ ବ୍ୟବହାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ବେଳହୁଁ ଭୂତଳ ଜଳସ୍ତର ନିମ୍ନଗାମୀକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଯେ ତୃଷା, ଅଭାବ,ଅନଟନ, ଜଳସଙ୍କଟ ଆଦି ଘଟଣା ସାମ୍‌ନାକୁ ଆସିବ ଏଥିରେ ସନ୍ଦେହ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri