ପୁଅ ମୋହ କଲା ଚୋର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର)ଆଧୁନିକ ଶିକ୍ଷା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷ ମନ ଭିତରେ ଘର କରିଥିବା ଲିଙ୍ଗଗତ ବୈଷମ୍ୟର ପାଶବିକତା କମିନାହିଁ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଶିଶୁ ଚୋରି ଘଟଣା ଆମ ସମାଜରେ ପୁଅ ଓ ଝିଅଙ୍କୁ ନେଇ ରହିଆସିଥିବା ଘୃଣ୍ୟ ମାନସିକତାକୁ ପୁଣି ଥରେ ଉଜାଗର କରିଛି। ଜଣେ ମହିଳା ହସ୍ପିଟାଲ ଭିତରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାକୁ ସେଠାରେ ଛାଡି ଦେଇ ଅନ୍ୟ ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ରକୁ ଚୋରି କରି ଘରକୁ ନେଇଯିବା ଭଳି ଅଭାବନୀୟ ଘଟଣା ଅନେକଙ୍କୁ ବିସ୍ମିତ କରିଛି। ପୁତ୍ର ମୋହ କିଭଳି ଏକ ଦମ୍ପତିଙ୍କୁ ଚୋର ସଜାଇଲା ସେଇ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶିଶୁ ଚୋରି ଘଟଣାରେ ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟା ଓ ତାଙ୍କ ସ୍ତ୍ରୀ ବିଶାଖା ପୁଟାଙ୍କୁ ବଲାଙ୍ଗୀର ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏଇ ଦମ୍ପତିଙ୍କଠାରୁ ପୋଲିସ ଚୋରି ହୋଇଥିତ୍ବା ଶିଶୁପୁତ୍ର ଉଦ୍ଧାର କରିଥିଲା। ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଶନିବାର ଏହି ଚର୍ଚ୍ଚିତ ଶିଶୁଚୋରି ଘଟଣାକୁ ନେଇ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟାଙ୍କ ସ୍ତ୍ରୀ ବିଶାଖା ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗୁରୁବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ନବଜାତକର ଓଜନ କମ୍‌ ଥିବାରୁ ତାଙ୍କୁ ଏମ୍‌ସିଏଚ୍‌ ଅନ୍ତର୍ଗତ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଶୁକ୍ରବାର ସକାଳ ୭ଟାରେ ହସ୍ପିଟାଲରେ ସେଇ ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁର୍‌ଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍‌କି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଇ ନବଜାତ ପୁତ୍ର ମଧ୍ୟ କମ୍‌ ଓଜନ ଥିବାରୁ ତାଙ୍କୁ ମଧ୍ୟ ଏସ୍‌ଏନ୍‌ସିୟୁରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଝୁମ୍‌କିଙ୍କ ଜଣେ ସମ୍ପର୍କୀୟ ପିଉସୀ ଶିଶୁପୁତ୍ରକୁ ଏସ୍‌ଏନ୍‌ସିୟକୁ ନେଇ ରଖିଥିଲେ। ଏହି ଖବର ଜାଣିବା ପରେ ଶରତ ପୁଟା, ତାଙ୍କ ସ୍ତ୍ରୀ ବିଶାଖା ଏବଂ ତାଙ୍କର ଜଣେ ସମ୍ପର୍କୀୟ ସୁଶୀଳା ପୁଟା ଏସ୍‌ଏନ୍‌ସିୟୁରେ ନିଜ କନ୍ୟାକୁ ଛାଡି ଦେଇ ସଦ୍ୟଜାତ ଶିଶୁପୁତ୍ରକୁ ସେଠାରୁ ଚୋରି କରିନେବା ଯୋଜନା କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରେ ସେମାନେ ଏସ୍‌ଏନ୍‌ସିୟକୁ ଯାଇ କୌଣସି ପ୍ରକାରେ ଝୁମ୍‌କଙ୍କ ଶିଶୁପୁତ୍ରକୁ ସେଠାରୁ ବାହାର କରିନେଇ ହସ୍ପିଟାଲରୁ ନିଜ ଗଁା ସାହାଜପିଟା ପଳାଇ ଯାଇଥିଲେ। ଗଁାରେ ସମସ୍ତଙ୍କୁ ତାଙ୍କର ଜଣେ ଶିଶୁପୁତ୍ର ଜନ୍ମ ହୋଇଥିବା କହିଥିଲେ। ଦିନ ପ୍ରାୟ ୧୨ଟାରେ ଝୁମ୍‌କିଙ୍କ ନବଜାତ ଶିଶୁପୁତ୍ରକୁ ମଁା କ୍ଷୀର ଖୁଆଇବାକୁ ନେବା ପାଇଁ ଏସ୍‌ଏନ୍‌ସିୟକୁ ଯିବାପରେ ପିଲା ସେଠାରେ ନଥିବା ଦେଖାଯାଇଥିଲା। ଏହାପରେ ହଇଚଇ ସୃଷ୍ଟି ହୋଇଥିଲା। ହସ୍ପିଟାଲରୁ ଶିଶୁପୁତ୍ର ନିଖୋଜ ହୋଇଯିବା ଜାଣି ସୁଶୀଳ ସ୍ବାଇଁ ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପରେ ଟାଉନ୍‌ ଥାନାରେ ଶିଶୁଚୋରି ହୋଇଥିବା ଅଭିଯୋଗ କରିଥିଲେ। ଟାଉନ୍‌ ଥାନାରେ ଏନେଇ ଏକ ମାମଲା (୧୧୫/୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶିଶୁଚୋରିର ୧୨ ଘଣ୍ଟା ପରେ ପୋଲିସ ସାହାଜପିଟା ଯାଇ ଚୋରି ଶିଶୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲା। ପୁତ୍ରସନ୍ତାନ ମୋହରେ ସମ୍ପୃକ୍ତ ଦମ୍ପତି ନିଜ କନ୍ୟା ସନ୍ତାନକୁ ହସ୍ପିଟାଲ ଏସ୍‌ଏନ୍‌ସିୟୁରେ ଛାଡି ଶିଶୁପୁତ୍ର ଚୋରି କରିଥିବା ଏସ୍‌ଡିପିଓ ସାହୁ ସ୍ପଷ୍ଟ କରିଛନ୍ତି। ଏସ୍‌ଏନ୍‌ସିୟୁରୁ ଶିଶୁପୁତ୍ର ନେବାବେଳେ କର୍ତ୍ତବ୍ୟରତ ନର୍ସ ଏବଂ ଅନ୍ୟ କର୍ମଚାରୀ ଏଇ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, କିଭଳି ପରିସ୍ଥିତିରେ ମେଡିକାଲ ଏସ୍‌ଏନ୍‌ସିୟରୁ ଏଭଳି ଏକ ଶିଶୁଚୋରି ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସାହୁ କହିଛନ୍ତି। ଅନ୍ୟପଟେ ହସ୍ପିଟାଲ ଏସଏନ୍‌ସିୟୁରେ କର୍ତ୍ତବ୍ୟରତ ନର୍ସ ଏବଂ କର୍ମଚାରୀଙ୍କ ଗୁରୁତର ଅବହେଳାରୁ ଏଭଳି ଏକ ଅଘଟଣ ଘଟିଲା ବୋଲି ଭୀମ ଭୋଇ ମେଡିକାଲ କଲେଜ ଅଧୀକ୍ଷକ ଡା ମାନସୀ ପଣ୍ଡା ସ୍ବୀକାର କରିଛନ୍ତି। ହସ୍ପିଟାଲ ଇଣ୍ଟରନାଲ କମିଟି ଘଟଣାର ତଦନ୍ତ କରିଛି। ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଦିଗରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଶନିବାର ଏସ୍‌ଡିପିଓ ସାହୁ, ଟାଉନ୍‌ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏବଂ ଅତିରିକ୍ତ ଥାନାଧିକାରୀ ଅନିତା ପଟନିଆ ହସ୍ପିଟାଲ ଯାଇ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?