ପୁଅ ମୋହ କଲା ଚୋର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର)ଆଧୁନିକ ଶିକ୍ଷା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷ ମନ ଭିତରେ ଘର କରିଥିବା ଲିଙ୍ଗଗତ ବୈଷମ୍ୟର ପାଶବିକତା କମିନାହିଁ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଶିଶୁ ଚୋରି ଘଟଣା ଆମ ସମାଜରେ ପୁଅ ଓ ଝିଅଙ୍କୁ ନେଇ ରହିଆସିଥିବା ଘୃଣ୍ୟ ମାନସିକତାକୁ ପୁଣି ଥରେ ଉଜାଗର କରିଛି। ଜଣେ ମହିଳା ହସ୍ପିଟାଲ ଭିତରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାକୁ ସେଠାରେ ଛାଡି ଦେଇ ଅନ୍ୟ ଜଣେ ମହିଳାଙ୍କ ନବଜାତ ଶିଶୁପୁତ୍ରକୁ ଚୋରି କରି ଘରକୁ ନେଇଯିବା ଭଳି ଅଭାବନୀୟ ଘଟଣା ଅନେକଙ୍କୁ ବିସ୍ମିତ କରିଛି। ପୁତ୍ର ମୋହ କିଭଳି ଏକ ଦମ୍ପତିଙ୍କୁ ଚୋର ସଜାଇଲା ସେଇ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶିଶୁ ଚୋରି ଘଟଣାରେ ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟା ଓ ତାଙ୍କ ସ୍ତ୍ରୀ ବିଶାଖା ପୁଟାଙ୍କୁ ବଲାଙ୍ଗୀର ପୋଲିସ ଅଟକ ରଖି ପଚରାଉଚରା କରୁଛି। ଏଇ ଦମ୍ପତିଙ୍କଠାରୁ ପୋଲିସ ଚୋରି ହୋଇଥିତ୍ବା ଶିଶୁପୁତ୍ର ଉଦ୍ଧାର କରିଥିଲା। ବଲାଙ୍ଗୀର ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଶନିବାର ଏହି ଚର୍ଚ୍ଚିତ ଶିଶୁଚୋରି ଘଟଣାକୁ ନେଇ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବୌଦ୍ଧ ଜିଲା ଘଣ୍ଟାପଡା ଥାନା ସାହାଜପିଟା ଗଁାର ଶରତ ପୁଟାଙ୍କ ସ୍ତ୍ରୀ ବିଶାଖା ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗୁରୁବାର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ନବଜାତକର ଓଜନ କମ୍‌ ଥିବାରୁ ତାଙ୍କୁ ଏମ୍‌ସିଏଚ୍‌ ଅନ୍ତର୍ଗତ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଶୁକ୍ରବାର ସକାଳ ୭ଟାରେ ହସ୍ପିଟାଲରେ ସେଇ ବୌଦ୍ଧ ଜିଲା କଣ୍ଟାମାଳ ଥାନା ବୁର୍‌ଡିପଦର ଗଁାର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମ୍‌କି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଇ ନବଜାତ ପୁତ୍ର ମଧ୍ୟ କମ୍‌ ଓଜନ ଥିବାରୁ ତାଙ୍କୁ ମଧ୍ୟ ଏସ୍‌ଏନ୍‌ସିୟୁରେ ରଖିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଝୁମ୍‌କିଙ୍କ ଜଣେ ସମ୍ପର୍କୀୟ ପିଉସୀ ଶିଶୁପୁତ୍ରକୁ ଏସ୍‌ଏନ୍‌ସିୟକୁ ନେଇ ରଖିଥିଲେ। ଏହି ଖବର ଜାଣିବା ପରେ ଶରତ ପୁଟା, ତାଙ୍କ ସ୍ତ୍ରୀ ବିଶାଖା ଏବଂ ତାଙ୍କର ଜଣେ ସମ୍ପର୍କୀୟ ସୁଶୀଳା ପୁଟା ଏସ୍‌ଏନ୍‌ସିୟୁରେ ନିଜ କନ୍ୟାକୁ ଛାଡି ଦେଇ ସଦ୍ୟଜାତ ଶିଶୁପୁତ୍ରକୁ ସେଠାରୁ ଚୋରି କରିନେବା ଯୋଜନା କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରେ ସେମାନେ ଏସ୍‌ଏନ୍‌ସିୟକୁ ଯାଇ କୌଣସି ପ୍ରକାରେ ଝୁମ୍‌କଙ୍କ ଶିଶୁପୁତ୍ରକୁ ସେଠାରୁ ବାହାର କରିନେଇ ହସ୍ପିଟାଲରୁ ନିଜ ଗଁା ସାହାଜପିଟା ପଳାଇ ଯାଇଥିଲେ। ଗଁାରେ ସମସ୍ତଙ୍କୁ ତାଙ୍କର ଜଣେ ଶିଶୁପୁତ୍ର ଜନ୍ମ ହୋଇଥିବା କହିଥିଲେ। ଦିନ ପ୍ରାୟ ୧୨ଟାରେ ଝୁମ୍‌କିଙ୍କ ନବଜାତ ଶିଶୁପୁତ୍ରକୁ ମଁା କ୍ଷୀର ଖୁଆଇବାକୁ ନେବା ପାଇଁ ଏସ୍‌ଏନ୍‌ସିୟକୁ ଯିବାପରେ ପିଲା ସେଠାରେ ନଥିବା ଦେଖାଯାଇଥିଲା। ଏହାପରେ ହଇଚଇ ସୃଷ୍ଟି ହୋଇଥିଲା। ହସ୍ପିଟାଲରୁ ଶିଶୁପୁତ୍ର ନିଖୋଜ ହୋଇଯିବା ଜାଣି ସୁଶୀଳ ସ୍ବାଇଁ ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ପରେ ଟାଉନ୍‌ ଥାନାରେ ଶିଶୁଚୋରି ହୋଇଥିବା ଅଭିଯୋଗ କରିଥିଲେ। ଟାଉନ୍‌ ଥାନାରେ ଏନେଇ ଏକ ମାମଲା (୧୧୫/୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶିଶୁଚୋରିର ୧୨ ଘଣ୍ଟା ପରେ ପୋଲିସ ସାହାଜପିଟା ଯାଇ ଚୋରି ଶିଶୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲା। ପୁତ୍ରସନ୍ତାନ ମୋହରେ ସମ୍ପୃକ୍ତ ଦମ୍ପତି ନିଜ କନ୍ୟା ସନ୍ତାନକୁ ହସ୍ପିଟାଲ ଏସ୍‌ଏନ୍‌ସିୟୁରେ ଛାଡି ଶିଶୁପୁତ୍ର ଚୋରି କରିଥିବା ଏସ୍‌ଡିପିଓ ସାହୁ ସ୍ପଷ୍ଟ କରିଛନ୍ତି। ଏସ୍‌ଏନ୍‌ସିୟୁରୁ ଶିଶୁପୁତ୍ର ନେବାବେଳେ କର୍ତ୍ତବ୍ୟରତ ନର୍ସ ଏବଂ ଅନ୍ୟ କର୍ମଚାରୀ ଏଇ ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, କିଭଳି ପରିସ୍ଥିତିରେ ମେଡିକାଲ ଏସ୍‌ଏନ୍‌ସିୟରୁ ଏଭଳି ଏକ ଶିଶୁଚୋରି ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସାହୁ କହିଛନ୍ତି। ଅନ୍ୟପଟେ ହସ୍ପିଟାଲ ଏସଏନ୍‌ସିୟୁରେ କର୍ତ୍ତବ୍ୟରତ ନର୍ସ ଏବଂ କର୍ମଚାରୀଙ୍କ ଗୁରୁତର ଅବହେଳାରୁ ଏଭଳି ଏକ ଅଘଟଣ ଘଟିଲା ବୋଲି ଭୀମ ଭୋଇ ମେଡିକାଲ କଲେଜ ଅଧୀକ୍ଷକ ଡା ମାନସୀ ପଣ୍ଡା ସ୍ବୀକାର କରିଛନ୍ତି। ହସ୍ପିଟାଲ ଇଣ୍ଟରନାଲ କମିଟି ଘଟଣାର ତଦନ୍ତ କରିଛି। ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ। ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଦିଗରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଶନିବାର ଏସ୍‌ଡିପିଓ ସାହୁ, ଟାଉନ୍‌ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏବଂ ଅତିରିକ୍ତ ଥାନାଧିକାରୀ ଅନିତା ପଟନିଆ ହସ୍ପିଟାଲ ଯାଇ ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri