ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

ବଇଣ୍ଡା/କଣିହଁା(ଡି.ଏନ୍‌.ଏ.)/ଛେଣ୍ଡିପଦା(ସ୍ବ.ପ୍ର.), ୩।୪

ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ। କଳାକାରଙ୍କ ଆକର୍ଷଣୀୟ ଲୋକନୃତ୍ୟରେ ଝୁମୁଥିଲେ ଜନତା। ବିଭିନ୍ନ ସ୍ଥାନରେ ଜ୍ୟୋତିକୁ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିଲେ ମହିଳା। ଅନୁଗୋଳ ଜିଲା ମହୋତ୍ସବ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିବା ମଶାଲ ଶୋଭାଯାତ୍ରାକୁ ନେଇ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଏଭଳି ପରିବେଶ।
ଆଠମଲ୍ଲିକ ବ୍ଲକ ଦେଉଳଝରିସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଜ୍ୟୋତି ଅନୁଗୋଳ ଅଭିମୁଖେ ବାହାରିଥିଲା। ଆଠମଲ୍ଲିକ ବସଷ୍ଟାଣ୍ଡ୍‌, ମା’ ମାହେଶ୍ୱରୀ ପୀଠ, ଠାକୁରଗଡ଼, ବନମାଳୀପୁର, କୃତ୍ତିବାସପୁର, ତେନ୍ତୁଳିପଥର, ତିଳେଶ୍ୱର, ଜରପଡା, ଅଙ୍ଗପଡା, ଘୋଷାର, ହିମିତିରା ଆଦି ସ୍ଥାନରେ ମଶାଲକୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେହିପରି କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ କିଶୋରନଗର, ବାମୁର, ନାକିଚି, ହଣ୍ଡପା, ବଇଣ୍ଡା କଲେଜ, ବଇଣ୍ଡା ଛକରେ ମଶାଲ ଶୋଭାଯାତ୍ରାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ରମେଶ ଚନ୍ଦ୍ର ସାଏ, ଉପଜିଲାପାଳ ଲଲିତ ମୋହନ ବେହେରା, ସହକାରୀ ଜିଲାପାଳ କୁଳମଣି ଦଳେଇ, ବିଡିଓ ସନ୍ତୋଷ ସାହୁ, କିଶୋରନଗର ବ୍ଲକ ବିଡିଓ ଡ. ସ୍ବରୂପାନନ୍ଦ ସାହୁ, ଏବିଡିଓ ଜ୍ୟାତିରଞ୍ଜନ ପ୍ରଧାନ, ସିଡିପିଓ ସୁଭାସିନୀ ମହାଳିକ, ସରପଞ୍ଚ କୁମୁନ୍ଦଚନ୍ଦ୍ର ସାହୁ, ଦୀପ୍ତିମୟୀ ସାହୁ, ସସ୍ମିତା ସାହୁ, ସମିତିସଭ୍ୟା ମାନସୀ ପ୍ରଧାନ, ନାଏବ ସରପଞ୍ଚ ସୁମନ୍ତ ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।
ସେହିପରି ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାସ୍ଥିତ ମା’ ବାୟାଣୀ ଠାକୁରାଣୀଙ୍କ ପୀଠରୁ ଅନୁଗୋଳ ଏପିଡି ସୁଶାନ୍ତ କୁମାର ପତିଙ୍କ ତତ୍ତ୍ୱାବଧାନରେ ବିରାଟ ପଟୁଆରରେ ମଶାଲ ଶୋଭାଯାତ୍ରା ବାହାରିଥିଲା। ବିଧାୟକ ସୁଶାନ୍ତ ବେହେରା, ବିଡିଓ ସୟ କୁମାର ଆଚାର୍ଯ୍ୟ, ତହସିଲଦାର ଡାନିଏଲ ଏକ୍କା, ଜିଲା ପରିଷଦ ସଭ୍ୟ ପ୍ରଦୀପ ସାହୁ, ନଗେନ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ବାଇଁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସ୍ଥାନୀୟ କଳାକାରଙ୍କ ଚିତ୍ତାକର୍ଷକ କଳାପ୍ରଦର୍ଶନ ମୁଖ୍ୟ ଆକର୍ଷଣ ସାଜିଥିଲା। ସେହିପରି ଦେଉଳଝରିରୁ ବାହାରିଥିବା ଶୋଭାଯାତ୍ରା ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଉକ୍ତ ଦୁଇ ମଶାଲ ହିଙ୍ଗୁଳା ପୀଠରେ ପହଞ୍ଚତ୍ଥିଲା। ବ୍ଲକ କଳାବିକାଶ ପରିଷଦ ଉପସଭାପତି ହରମୋହନ ପ୍ରଧାନ, ଜିଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ରଶ୍ମିତା ପ୍ରଧାନ, କ୍ଷୀରୋଦିନୀ ବେହେରା, ଉଦିତ ପ୍ରଧାନ, ପ୍ରିୟଙ୍କା ସାହୁ, ମାନସ ବେହେରା, ସମିତସଭ୍ୟ ଦୀପକ ସାହୁ, ସିଡିପିଓ ସେବାଷ୍ଟିଆନ୍‌ କୁଜୁର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।
ଅନୁରୂପ ଭାବେ ପାଲଲହଡ଼ା ଖୁଲୁଡ଼ି ଶୈବପୀଠରୁ ବାହାରିଥିବା ମଶାଲକୁ କଣିହଁା ବ୍ଲକର ମା’ ଲୋଧୁଣି ଦେବୀଙ୍କ ପୀଠରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପବିତ୍ରନଗର, ସମଲ, ଏନ୍‌ଟିପିସି ବଜାର ପରିକ୍ରମା କରିଥିଲା। ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ବ୍ଲକ ପ୍ରଶାସନର ପଦସ୍ଥ ଅଧିକାରୀ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଛେଣ୍ଡିପଦା ମା’ ବାୟାଣୀଙ୍କ ପୀଠରୁ ଆସିଥିବା ମଶାଲ ଶୋଭାଯାତ୍ରାରେ ଜିଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, ସାନତ୍ରିବିଡ଼ା ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ। ବିଭିନ୍ନ ବ୍ଲକ ପରିକ୍ରମା କରିବା ପରେ ସନ୍ଧ୍ୟାରେ ସମସ୍ତ ମଶାଲ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚତ୍ଛି। ସେଠାରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନ୍ୟ ପ୍ରଶାସନିକ ଅଧିକାରୀ, ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ରହି ମଶାଲ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri