ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପ୍ରଥମେ ମହିଳାଙ୍କ ପରିଚୟ ମିଳିବା ପରେ ଏବେ କଟା ମୁଣ୍ଡ ମିଳିଛି। ଏଥିସହ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, କିଛିଦିନ ତଳେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ମୁଣ୍ଡ ନ ଥିବାରୁ ହାତରେ ଥିବା ଟାଟୁ ଏବଂ ଅଙ୍ଗୁଳି ଚିହ୍ନ ତାଙ୍କ ପରିଚୟ ଦେବ ବୋଲି କୁହାଯାଉଥିଲା। ଏହାପରେ ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ପୋଲିସ ମହିଳାଙ୍କ ପରିଚୟ ପ୍ରକାଶ କରି ନ ଥିବା ବେଳେ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରଜ ପରେ ବାହାରିକ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ରଜ ପରେ ପ୍ରକାଶ ପାଇବ। ୧୭ କିମ୍ବା ୧୮ ତାରିଖ ବେଳକୁ ପରୀକ୍ଷା...

୪ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୪।୬(ବ୍ୟୁରୋ)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ...

ବଦଳିବ ବିଜୁ ପଟ୍ଟନାୟକ ପାର୍କର ରୂପରେଖ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଭୁବନେଶ୍ୱରରେ ଥିବା ପାର୍କଗୁଡ଼ିକର ଭିତ୍ତିଭୂମିରେ ସୁଧାର ଅଣାଯିବ। ଏ ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବିଭିନ୍ନ ଯୋଜନା ହାତକୁ ନେଇଛି। ଏବେ ପ୍ରାଥମିକ...

ରେଲଓ୍ବେ ପକ୍ଷରୁ ସ୍ବତନ୍ତ୍ର ତୀର୍ଥଯାତ୍ରା ପ୍ୟାକେଜ: ସବୁ ଶନିବାର ଭୁବନେଶ୍ୱରରୁ ତିରୁମାଲା

ଭୁବନେଶ୍ୱର, ୩।୯(ବ୍ୟୁରୋ): ଓ୍ବିକେଣ୍ଡକୁ ଧାର୍ମିକ ପରିବେଶରେ କାଟିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଆଣିଛି ତିରୁମାଲା ସ୍ବତନ୍ତ୍ର ଦର୍ଶନ ପ୍ୟାକେଜ। ୩ ଦିନ ୪ ରାତି...

ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଏହାପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ...

୬ ଜିଲାରୁ ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୧୨ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ବ୍ଲ୍ୟୁ-ଫ୍ଲାଗ୍‌: ବିକଶିତ ହେବ ଆଉ ୫ ବେଳାଭୂମି

ଭୁବନେଶ୍ୱର,୫।୭(ବ୍ୟୁରୋ): ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସରକାର ପୁରୀ ପରେ ଏବେ ଆଉ ୫...

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର...

Advertisement


Archives

Model This Week