ବଡ଼ ଅବିନୀତ ଟୋକା

୧୯୩୮ ସେପ୍ଟେମ୍ବର ୧ରେ ଜେନାପୁରଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା ଗଡ଼ଜାତ ରାଜ୍ୟ ସାରଙ୍ଗଧର ଦାସଙ୍କ ଅଧ୍ୟକ୍ଷତାରେ। ତା’ପରଠାରୁ ଢେଙ୍କାନାଳର ଆନ୍ଦୋଳନ ତୀବ୍ରତର ହୋଇ ଉଠିଥିଲା। ଢେଙ୍କାନାଳ ପ୍ରଜାମଣ୍ଡଳ ନିର୍ଦ୍ଦେଶ ଦେଇଥିଲା, ”ରାଜାର ପୋଲିସ, ହାକିମ, କାନକୁହା ଦଲାଲ ଓ ଟାଉଟରମାନଙ୍କୁ ବାସନ୍ଦ କର।“ ଢେଙ୍କାନାଳର ୨୪ଗୋଟି ବିଶ ବା ପ୍ରଗଣାର ହଜାର ହଜାର ସତ୍ୟାଗ୍ରହୀ ଏକାଠି ୨୦-୨୫ ଦଳରେ ବିଭକ୍ତ ହୋଇ ଢେଙ୍କାନାଳରେ ଆନ୍ଦୋଳନ ଜାରି ରଖିଲେ। ରାଜା ନିରୂପାୟ ହୋଇ ପ୍ରଜାମଣ୍ଡଳର ତୁଙ୍ଗନେତାମାନଙ୍କୁ ନେଇ ଜେଲରେ ରଖିଦେଲେ। ପରେ ରାଜା ବିନା ସର୍ତ୍ତରେ ବନ୍ଦୀ ହୋଇଥିବା ନେତାମାନଙ୍କୁ ଖଲାସ କରିବାକୁ ବାଧ୍ୟହେଲେ। କିନ୍ତୁ ଆନ୍ଦୋଳନ ପୂର୍ବ ଅପେକ୍ଷା ଆହୁରି ତୀବ୍ରତର ହେଲା।
ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ବାଧ୍ୟହୋଇ ଗୋରା ସରକାରର ଶରଣ ପଶିଲେ। ପଲଟିକାଲ ଏଜେଣ୍ଟ ମେଜର ବେଜେଲଗେଟ୍‌ ଢେଙ୍କାନାଳରେ ପହଞ୍ଚତ୍ ଆନ୍ଦୋଳନକାରୀ ନେତାମାନଙ୍କ ସହ ଆଲୋଚନାର ବାହାନାକରି ବିଫଳ ହେଲେ। ଫଳରେ ସେ ଗୋର୍ଖା ପଲଟନ୍‌ ଓ ଶିଖ୍‌ ପଲଟନ୍‌କୁ ଢେଙ୍କାନାଳ ପଠାଇ ଦେଲେ ଆନ୍ଦୋଳନ ଦମନ କରିବା ଉଦ୍ଦେଶ୍ୟରେ। ଏହି ପଲଟନ୍‌ ଢେଙ୍କାନାଳ ରାଜାର ପୋଲିସ ବାହିନୀ ସହ ଗଁାଗଣ୍ଡାରେ ପ୍ରବେଶକରି ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ।
ପ୍ରଜାମଣ୍ଡଳର ତୁଙ୍ଗନେତା ବୀର ବୈଷ୍ଣବ ପଟ୍ଟନାୟକ ଓ ଆନ୍ଦୋଳନର କ୍ୟାପ୍‌ଟେନ ଶ୍ରୀକାନ୍ତ ରାଉତ ୨ଶହ ଆନ୍ଦୋଳନକାରୀଙ୍କ ସହ ଅକ୍ଟୋବର ୧ରୁ ୧୦ ଯାଏ ଭୁବନ ଥାନାକୁ ଘେରାଉକରି ପୋଲିସଙ୍କୁ କାବୁ କରିଦେଇଥିଲେ। ଏ ଖବର ଶୁଣି ରାଜା ଶଙ୍କର ପ୍ରତାପ ବିବ୍ରତ ହୋଇ ସେହି ପଲଟନକୁ ଭୁବନ ଅଭିମୁଖେ ଯିବା ପାଇଁ ଆଦେଶ ଦେଲେ। ସେହି ପଲଟନ ମଢ଼ି (କାମାକ୍ଷାନଗର)ରୁ ଭୁବନ ଆଡ଼କୁ ମାଡ଼ି ଆସିଲେ। ୧୦ ତାରଖରେ ସେମାନେ ଭୁବନରେ ପହଞ୍ଚତ୍ ଗୁଳି ଫୁଟାଇ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲେ। ତଥାପି ଲୋକେ ଛାଡୁ ନ ଥାନ୍ତି। ଫଉଜ ପ୍ରମାଦ ଗଣିଲେ। ଭୁବନ ଅଞ୍ଚଳ ତ୍ୟାଗ ନ କଲେ ବିପଦରେ ଫସିଯିବାର ଭୟ ପାଇ ଦ୍ରୁତଗତିରେ ମାଡ଼ିଆସିଲେ ନୀଳକଣ୍ଠପୁର ଆଡ଼କୁ। ଏଠାରେ ବ୍ରାହ୍ମଣୀନଦୀ ପାରହୋଇ ଗଡ଼କୁ ଫେରିଯିବା ପାଇଁ ମସୁଧା କଲେ। ବାଟରେ ଯାହାକୁ ପାଇଲେ ଗୁଳି ଚଳାଇଲେ।
ଗୋରା ଫଉଜ ଓ ଢେଙ୍କାନାଳ ପୋଲିସ ରାତି ଅଧରେ ଆସି ପହଞ୍ଚତ୍ଲେ ନୀଳକଣ୍ଠପୁର ଘାଟରେ । ଦେଖିଲେ ସରକାରୀ ଡଙ୍ଗାକୁ ବୁଡ଼ାଇ ଦିଆଯାଇଛି। ଗୋଟିଏ ଘରୋଇ ଡଙ୍ଗାରେ ବସିଛନ୍ତି ୬ଜଣ ସତ୍ୟାଗ୍ରହୀ। ବାଜି ରାଉତ ସେହି ଡଙ୍ଗାର ଦଉଦିକୁ ଅଣ୍ଟାରେ ବାନ୍ଧି ବୀର ବେଶରେ ଠିଆ ହୋଇଛି। ପାଖରେ ଅଛନ୍ତି ଭୁବନର ଗୁରି ନାୟକ, ରଘୁ ନାୟକ, ନୀଳକଣ୍ଠପୁରର ହୁରୁଷି ପ୍ରଧାନ, ନଟ ମଲ୍ଲିକ ଓ ଲକ୍ଷ୍ମଣ ମଲ୍ଲିକ। ଫଉଜର ମୁଖ୍ୟ କହିଲେ, ”ଆରେ, ବଦମାସ ବଜାତ ଦଳ ଶୀଘ୍ର ଡଙ୍ଗା କୂଳକୁ ଆଣ। ଆମେ ନଦୀ ପାରହୋଇ ସେପାରିକୁ ଯିବୁ। ନ ହେଲେ ଏହି ଗୁଳିରେ ପ୍ରାଣଦେବା ପାଇଁ ପ୍ରସ୍ତୁତ ହୋଇ ଯାଆ।“ ବାଜି ରାଉତ କହିଲା, ”ଆରେ, ରଖ ତୋ ଗୁଳି! ପ୍ରଜାମଣ୍ଡଳର ଆଦେଶ ନାହିଁ ତୁମମାନଙ୍କ ପରି ରାଜାର ଅଇଁଠାଖିଆ ଚାକରମାନଙ୍କୁ ଆମ ଡଙ୍ଗାରେ ପାରି କରିବାକୁ।“ ପୋଲିସ ପକ୍ଷରୁ ପ୍ରଥମେ ବାଜି ରାଉତ ଉପରକୁ ଗୁଳିଚଳାଇ ତା’ପରେ ଅନ୍ୟମାନଙ୍କ ଉପରେ ଗୁଳିବର୍ଷଣ କରି ହତ୍ୟାକଲେ। ବାଜିଆକୁ ଗୁଳି ମାରିବା ବେଳେ ସେ ଭାରତ ମାତା କୀ ଜୟ, ପ୍ରଜାମଣ୍ଡଳୀ କୀ ଜୟ ଓ ମହାତ୍ମା ଗାନ୍ଧୀ କୀ ଜୟ କହି ପ୍ରାଣ ବିସର୍ଜନ କଲେ। ଫଉଜମାନେ ନିଜେ ଡଙ୍ଗା ବାହି ଆରପାରିକୁ ଚାଲିଗଲେ। ଭୁବନ ଅଞ୍ଚଳରେ ଶୋକର ଛାୟା ଖେଳିଗଲା। ନଦୀ ସେ ପାଖରେ ଜେନାପୁର ରେଳଷ୍ଟେଶନ। ବୀର ବୈଷ୍ଣବ, ରବି ଘୋଷ ଓ କଂଗ୍ରେସ ନେତା ସୁଧୀର ଘୋଷ ଏହି ୬ଜଣ ଶହୀଦଙ୍କର ଶବକୁ ନଦୀରେ ନେଇ ଜେନାପୁର ଷ୍ଟେଶନରେ ପହଞ୍ଚତ୍ଲେ। ଏଠାରୁ ମାଲବାହୀ ରେଳର ଏକ ବଗିରେ ବୁକ୍‌କରି ଯାଇ ପହଞ୍ଚତ୍ଲେ କଟକ ରେଳଷ୍ଟେଶନରେ। କଟକ ସହର ଓଡ଼ିଶାର ରାଜଧାନୀ। କଟକ ସ୍ତବ୍ଧ ହୋଇଗଲା। ଶବଗୁଡ଼ିକୁ ଶଗଡ଼ରେ ଶୋଭାଯାତ୍ରାରେ ନେବା ପାଇଁ ବିନା ପଇସାରେ ଶଗଡ଼ିଆମାନେ ଆଗେଇ ଆସିଲେ। ନେତାମାନଙ୍କ ନିଷ୍ପତ୍ତିକ୍ରମେ ଛାତ୍ରସଂଘର କର୍ମୀମାନେ ଶଗଡ଼ିଆ ବା ଶବବାହକ ହେବା ପାଇଁ ସ୍ଥିର ହେଲା। ବିଶ୍ୱନାଥ ପଶାୟତ, ରବି ଘୋଷ, ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ, ମୋତିଲାଲ ତ୍ରିପାଠୀ ଓ ଗୋବିନ୍ଦ ମହାନ୍ତି ହେଲେ ଶବବାହକ ଶଗଡ଼ିଆ। ବିରାଟ ଶୋଭାଯାତ୍ରା ବାହାରିଲା। କାଠଗଣ୍ଡିରେ ବିରାଟ ଚିତା ପ୍ରସ୍ତୁତ ହେଲା ଖାନନଗର ଶ୍ମଶାନ ଘାଟରେ। ଶଗଡ଼ିଆ ଛାତ୍ରମାନେ ମୁଖାଗ୍ନି ଦେଲେ। ସବା ଉପରେ ରହିଲା ରାଜି ରାଉତଙ୍କ ଶବ। ଚିତା ହୁ ହୁ ହୋଇ ଜଳିବାରେ ଲାଗିଲା। ସଚ୍ଚି ରାଉତରାୟ ଏହି ଚିତାକୁ ଲକ୍ଷ୍ୟକରି ରଚନା କଲେ-
ନୁହେଁ ବନ୍ଧୁ ନୁହେଁ ଏହି ଚିତା,
ଏମିତି ତିମିର ତଳେ ଅଲିଭା ମୁକତି ସଳିତା, ନୁହେଁ ଏହା ଜଳିଯିବା ପାଇଁ, ଏହାର ଜନମ ଏଠି ଜାଳିପୋଡ଼ି ଦେବାକୁ ଧସାଇ॥
ଏହା ପରେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ରଚନା କରିଥିଲେ-
କୋଣାରକଠାରୁ ଗଢ଼ିଲା ଦେଉଳ ବଡ଼,
ନ ମାନିଲା ସେ ତ ଗୁଳିବନ୍ଧୁକ ଝଡ଼।
ଏଡ଼େ ଅବିନୀତ ଟୋକା, ଢେଙ୍କାନାଳର କଙ୍କାଳଟାଣି
ବଜାଇଲା ଜଲଢକା ॥

  • ଡ. ଉଦ୍ଧବ ଚରଣ ନାୟକ
    ବରମୁଣ୍ଡା, ଭୁବନେଶ୍ୱର
    ମୋ: ୯୪୩୮୨୯୯୧୭୪

Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri