ବଡ଼ ଅବିନୀତ ଟୋକା

୧୯୩୮ ସେପ୍ଟେମ୍ବର ୧ରେ ଜେନାପୁରଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା ଗଡ଼ଜାତ ରାଜ୍ୟ ସାରଙ୍ଗଧର ଦାସଙ୍କ ଅଧ୍ୟକ୍ଷତାରେ। ତା’ପରଠାରୁ ଢେଙ୍କାନାଳର ଆନ୍ଦୋଳନ ତୀବ୍ରତର ହୋଇ ଉଠିଥିଲା। ଢେଙ୍କାନାଳ ପ୍ରଜାମଣ୍ଡଳ ନିର୍ଦ୍ଦେଶ ଦେଇଥିଲା, ”ରାଜାର ପୋଲିସ, ହାକିମ, କାନକୁହା ଦଲାଲ ଓ ଟାଉଟରମାନଙ୍କୁ ବାସନ୍ଦ କର।“ ଢେଙ୍କାନାଳର ୨୪ଗୋଟି ବିଶ ବା ପ୍ରଗଣାର ହଜାର ହଜାର ସତ୍ୟାଗ୍ରହୀ ଏକାଠି ୨୦-୨୫ ଦଳରେ ବିଭକ୍ତ ହୋଇ ଢେଙ୍କାନାଳରେ ଆନ୍ଦୋଳନ ଜାରି ରଖିଲେ। ରାଜା ନିରୂପାୟ ହୋଇ ପ୍ରଜାମଣ୍ଡଳର ତୁଙ୍ଗନେତାମାନଙ୍କୁ ନେଇ ଜେଲରେ ରଖିଦେଲେ। ପରେ ରାଜା ବିନା ସର୍ତ୍ତରେ ବନ୍ଦୀ ହୋଇଥିବା ନେତାମାନଙ୍କୁ ଖଲାସ କରିବାକୁ ବାଧ୍ୟହେଲେ। କିନ୍ତୁ ଆନ୍ଦୋଳନ ପୂର୍ବ ଅପେକ୍ଷା ଆହୁରି ତୀବ୍ରତର ହେଲା।
ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ବାଧ୍ୟହୋଇ ଗୋରା ସରକାରର ଶରଣ ପଶିଲେ। ପଲଟିକାଲ ଏଜେଣ୍ଟ ମେଜର ବେଜେଲଗେଟ୍‌ ଢେଙ୍କାନାଳରେ ପହଞ୍ଚତ୍ ଆନ୍ଦୋଳନକାରୀ ନେତାମାନଙ୍କ ସହ ଆଲୋଚନାର ବାହାନାକରି ବିଫଳ ହେଲେ। ଫଳରେ ସେ ଗୋର୍ଖା ପଲଟନ୍‌ ଓ ଶିଖ୍‌ ପଲଟନ୍‌କୁ ଢେଙ୍କାନାଳ ପଠାଇ ଦେଲେ ଆନ୍ଦୋଳନ ଦମନ କରିବା ଉଦ୍ଦେଶ୍ୟରେ। ଏହି ପଲଟନ୍‌ ଢେଙ୍କାନାଳ ରାଜାର ପୋଲିସ ବାହିନୀ ସହ ଗଁାଗଣ୍ଡାରେ ପ୍ରବେଶକରି ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ।
ପ୍ରଜାମଣ୍ଡଳର ତୁଙ୍ଗନେତା ବୀର ବୈଷ୍ଣବ ପଟ୍ଟନାୟକ ଓ ଆନ୍ଦୋଳନର କ୍ୟାପ୍‌ଟେନ ଶ୍ରୀକାନ୍ତ ରାଉତ ୨ଶହ ଆନ୍ଦୋଳନକାରୀଙ୍କ ସହ ଅକ୍ଟୋବର ୧ରୁ ୧୦ ଯାଏ ଭୁବନ ଥାନାକୁ ଘେରାଉକରି ପୋଲିସଙ୍କୁ କାବୁ କରିଦେଇଥିଲେ। ଏ ଖବର ଶୁଣି ରାଜା ଶଙ୍କର ପ୍ରତାପ ବିବ୍ରତ ହୋଇ ସେହି ପଲଟନକୁ ଭୁବନ ଅଭିମୁଖେ ଯିବା ପାଇଁ ଆଦେଶ ଦେଲେ। ସେହି ପଲଟନ ମଢ଼ି (କାମାକ୍ଷାନଗର)ରୁ ଭୁବନ ଆଡ଼କୁ ମାଡ଼ି ଆସିଲେ। ୧୦ ତାରଖରେ ସେମାନେ ଭୁବନରେ ପହଞ୍ଚତ୍ ଗୁଳି ଫୁଟାଇ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟାକଲେ। ତଥାପି ଲୋକେ ଛାଡୁ ନ ଥାନ୍ତି। ଫଉଜ ପ୍ରମାଦ ଗଣିଲେ। ଭୁବନ ଅଞ୍ଚଳ ତ୍ୟାଗ ନ କଲେ ବିପଦରେ ଫସିଯିବାର ଭୟ ପାଇ ଦ୍ରୁତଗତିରେ ମାଡ଼ିଆସିଲେ ନୀଳକଣ୍ଠପୁର ଆଡ଼କୁ। ଏଠାରେ ବ୍ରାହ୍ମଣୀନଦୀ ପାରହୋଇ ଗଡ଼କୁ ଫେରିଯିବା ପାଇଁ ମସୁଧା କଲେ। ବାଟରେ ଯାହାକୁ ପାଇଲେ ଗୁଳି ଚଳାଇଲେ।
ଗୋରା ଫଉଜ ଓ ଢେଙ୍କାନାଳ ପୋଲିସ ରାତି ଅଧରେ ଆସି ପହଞ୍ଚତ୍ଲେ ନୀଳକଣ୍ଠପୁର ଘାଟରେ । ଦେଖିଲେ ସରକାରୀ ଡଙ୍ଗାକୁ ବୁଡ଼ାଇ ଦିଆଯାଇଛି। ଗୋଟିଏ ଘରୋଇ ଡଙ୍ଗାରେ ବସିଛନ୍ତି ୬ଜଣ ସତ୍ୟାଗ୍ରହୀ। ବାଜି ରାଉତ ସେହି ଡଙ୍ଗାର ଦଉଦିକୁ ଅଣ୍ଟାରେ ବାନ୍ଧି ବୀର ବେଶରେ ଠିଆ ହୋଇଛି। ପାଖରେ ଅଛନ୍ତି ଭୁବନର ଗୁରି ନାୟକ, ରଘୁ ନାୟକ, ନୀଳକଣ୍ଠପୁରର ହୁରୁଷି ପ୍ରଧାନ, ନଟ ମଲ୍ଲିକ ଓ ଲକ୍ଷ୍ମଣ ମଲ୍ଲିକ। ଫଉଜର ମୁଖ୍ୟ କହିଲେ, ”ଆରେ, ବଦମାସ ବଜାତ ଦଳ ଶୀଘ୍ର ଡଙ୍ଗା କୂଳକୁ ଆଣ। ଆମେ ନଦୀ ପାରହୋଇ ସେପାରିକୁ ଯିବୁ। ନ ହେଲେ ଏହି ଗୁଳିରେ ପ୍ରାଣଦେବା ପାଇଁ ପ୍ରସ୍ତୁତ ହୋଇ ଯାଆ।“ ବାଜି ରାଉତ କହିଲା, ”ଆରେ, ରଖ ତୋ ଗୁଳି! ପ୍ରଜାମଣ୍ଡଳର ଆଦେଶ ନାହିଁ ତୁମମାନଙ୍କ ପରି ରାଜାର ଅଇଁଠାଖିଆ ଚାକରମାନଙ୍କୁ ଆମ ଡଙ୍ଗାରେ ପାରି କରିବାକୁ।“ ପୋଲିସ ପକ୍ଷରୁ ପ୍ରଥମେ ବାଜି ରାଉତ ଉପରକୁ ଗୁଳିଚଳାଇ ତା’ପରେ ଅନ୍ୟମାନଙ୍କ ଉପରେ ଗୁଳିବର୍ଷଣ କରି ହତ୍ୟାକଲେ। ବାଜିଆକୁ ଗୁଳି ମାରିବା ବେଳେ ସେ ଭାରତ ମାତା କୀ ଜୟ, ପ୍ରଜାମଣ୍ଡଳୀ କୀ ଜୟ ଓ ମହାତ୍ମା ଗାନ୍ଧୀ କୀ ଜୟ କହି ପ୍ରାଣ ବିସର୍ଜନ କଲେ। ଫଉଜମାନେ ନିଜେ ଡଙ୍ଗା ବାହି ଆରପାରିକୁ ଚାଲିଗଲେ। ଭୁବନ ଅଞ୍ଚଳରେ ଶୋକର ଛାୟା ଖେଳିଗଲା। ନଦୀ ସେ ପାଖରେ ଜେନାପୁର ରେଳଷ୍ଟେଶନ। ବୀର ବୈଷ୍ଣବ, ରବି ଘୋଷ ଓ କଂଗ୍ରେସ ନେତା ସୁଧୀର ଘୋଷ ଏହି ୬ଜଣ ଶହୀଦଙ୍କର ଶବକୁ ନଦୀରେ ନେଇ ଜେନାପୁର ଷ୍ଟେଶନରେ ପହଞ୍ଚତ୍ଲେ। ଏଠାରୁ ମାଲବାହୀ ରେଳର ଏକ ବଗିରେ ବୁକ୍‌କରି ଯାଇ ପହଞ୍ଚତ୍ଲେ କଟକ ରେଳଷ୍ଟେଶନରେ। କଟକ ସହର ଓଡ଼ିଶାର ରାଜଧାନୀ। କଟକ ସ୍ତବ୍ଧ ହୋଇଗଲା। ଶବଗୁଡ଼ିକୁ ଶଗଡ଼ରେ ଶୋଭାଯାତ୍ରାରେ ନେବା ପାଇଁ ବିନା ପଇସାରେ ଶଗଡ଼ିଆମାନେ ଆଗେଇ ଆସିଲେ। ନେତାମାନଙ୍କ ନିଷ୍ପତ୍ତିକ୍ରମେ ଛାତ୍ରସଂଘର କର୍ମୀମାନେ ଶଗଡ଼ିଆ ବା ଶବବାହକ ହେବା ପାଇଁ ସ୍ଥିର ହେଲା। ବିଶ୍ୱନାଥ ପଶାୟତ, ରବି ଘୋଷ, ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟ, ମୋତିଲାଲ ତ୍ରିପାଠୀ ଓ ଗୋବିନ୍ଦ ମହାନ୍ତି ହେଲେ ଶବବାହକ ଶଗଡ଼ିଆ। ବିରାଟ ଶୋଭାଯାତ୍ରା ବାହାରିଲା। କାଠଗଣ୍ଡିରେ ବିରାଟ ଚିତା ପ୍ରସ୍ତୁତ ହେଲା ଖାନନଗର ଶ୍ମଶାନ ଘାଟରେ। ଶଗଡ଼ିଆ ଛାତ୍ରମାନେ ମୁଖାଗ୍ନି ଦେଲେ। ସବା ଉପରେ ରହିଲା ରାଜି ରାଉତଙ୍କ ଶବ। ଚିତା ହୁ ହୁ ହୋଇ ଜଳିବାରେ ଲାଗିଲା। ସଚ୍ଚି ରାଉତରାୟ ଏହି ଚିତାକୁ ଲକ୍ଷ୍ୟକରି ରଚନା କଲେ-
ନୁହେଁ ବନ୍ଧୁ ନୁହେଁ ଏହି ଚିତା,
ଏମିତି ତିମିର ତଳେ ଅଲିଭା ମୁକତି ସଳିତା, ନୁହେଁ ଏହା ଜଳିଯିବା ପାଇଁ, ଏହାର ଜନମ ଏଠି ଜାଳିପୋଡ଼ି ଦେବାକୁ ଧସାଇ॥
ଏହା ପରେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ରଚନା କରିଥିଲେ-
କୋଣାରକଠାରୁ ଗଢ଼ିଲା ଦେଉଳ ବଡ଼,
ନ ମାନିଲା ସେ ତ ଗୁଳିବନ୍ଧୁକ ଝଡ଼।
ଏଡ଼େ ଅବିନୀତ ଟୋକା, ଢେଙ୍କାନାଳର କଙ୍କାଳଟାଣି
ବଜାଇଲା ଜଲଢକା ॥

  • ଡ. ଉଦ୍ଧବ ଚରଣ ନାୟକ
    ବରମୁଣ୍ଡା, ଭୁବନେଶ୍ୱର
    ମୋ: ୯୪୩୮୨୯୯୧୭୪

Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri