Posted inଫୁରସତ

ଦୀର୍ଘବର୍ଷ ଧରି ଏମିତି ପ୍ରଣାଳୀରେ ସତେଜ ରହୁଥିଲା ଅଙ୍ଗୁର, ଭିଡିଓ ଦେଖିଲେ…

ଆଜିର ସମୟରେ ଲୋକମାନେ ଭାବନ୍ତି ସେମାନେ ମହାନ ଉଦ୍ଭାବନ କରି ବଡ଼ ସଫଳତା ହାସଲ କରିଛନ୍ତି। କିନ୍ତୁ ଏକଥା ସତ ଯେ, ପ୍ରାଚୀନ କାଳର ଲୋକମାନେ ଆଜିର ମଣିଷଙ୍କଠାରୁ ଅଧିକ ଚତୁର ଥିଲେ। କାରଣ ସେମାନେ ଅନନ୍ୟ ଉଦ୍ଭାବନ କରିବାରେ ସକ୍ଷମ ହୋଇଥିଲେ। ପୁରାତନ କାଳରେ ଫ୍ରିଜ୍‌ ନ ଥିଲା, ତେବେ ଲୋକମାନେ ଖାଦ୍ୟକୁ ସତେଜ ରଖିବାରେ କିପରି ସମର୍ଥ ହେଉଥିଲେ କେବେ ଭାବିଛନ୍ତି? ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପ୍ରାଚୀନ କାଳରେ ବର୍ଷ ବର୍ଷ ଧରି ଅଙ୍ଗୁରକୁ କିପରି ସତେଜ ରଖାଯିବ ସୂଚାଉଛି। ଏହା ଦେଖି ବୁଝିପାରିବେ ଯେ, ଆମେ କାହିଁକି ପ୍ରାଚୀନ ଲୋକମାନଙ୍କର ବୁଦ୍ଧିକୁ ପ୍ରଶଂସା କରିବା।

@ TheFigen_ ନାମକ ଏକ ଟୁଇଟର ପେଜ୍‌ରେ ବିଭିନ୍ନ ଭିଡିଓ ଶେୟାର ହୋଇଥାଏ। ଏବେ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଅଙ୍ଗୁର ସତେଜ ରଖିବାର ପ୍ରାଚୀନ ପଦ୍ଧତି (ଅଙ୍ଗୁରକୁ କିପରି ସତେଜ ରଖାଯାଏ) କୁହାଯାଇଛି । ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି, ଅଙ୍ଗୁର ସଂରକ୍ଷଣର ଏହି କୌଶଳ ପ୍ରାଚୀନ ଆଫଗାନିସ୍ତାନରୁ ଆସିଛି। ଯେଉଁଠାରେ ଅଙ୍ଗୁରକୁ ଏକ ମାଟି ପାତ୍ରରେ ରଖି ସିଲ୍‌ କରାଯାଇଥିଲା। ଏହିପରି ଭାବରେ ଅଙ୍ଗୁରଗୁଡ଼ିକ ଦୀର୍ଘବର୍ଷ ପାଇଁ ସତେଜ ରହିଥିଲା।

ଭିଡିଓରେ ଏକ ଟ୍ରଲିରେ ଅନେକ ମାଟିପାତ୍ର ଦେଖିବାକୁ ମିଳିଛି। ଏଗୁଡ଼ିକ ଗୋଲ ଗୋଲ ଦେଖାଯାଉଛି। ଯିଏ ଦେଖିଲେ ଭାବିବ ଏହା ମାଟିପାତ୍ର। ମାତ୍ର ଯେତେବେଳେ ଜଣେ ବ୍ୟକ୍ତି ଏହି ପାତ୍ରକୁ ଆଣି ଭାଙ୍ଗନ୍ତି ସେଥିମଧ୍ୟରୁ ଅଙ୍ଗୁର ପୂରା ସତେଜ ଥିବା ଦେଖିବାକୁ ମିଳିଛି। ପାତ୍ରଟି ମାଟି ସହିତ ସିଲ୍‌ ହୋଇଛି। ଯାହା ଦ୍ୱାରା ବାୟୁ ଭିତରକୁ ପ୍ରବେଶ କରିବ ନାହିଁ।

ଏହି ଭିଡିଓଟି ୪୯ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଅନେକ ଲୋକ ନିଜ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ଏକ ନିଆରା କୌଶଳ। ଅନ୍ୟ ଜଣେ କହିଛନ୍ତି, ପ୍ରଥମେ ତୁମେ ଏହାର ସ୍ବାଦ ଜାଣିବାକୁ ଚାହିଁବ। ତା’ପରେ ଅନ୍ୟ କେହି ଏହାକୁ ଖାଇବେ। ଆଉ ଜଣେ କହିଛନ୍ତି, ଏହା ଏକ ଚତୁର ଆଇଡିଆ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ଏହାକୁ ପ୍ଲାଷ୍ଟିକରେ ପ୍ୟାକ୍‌ କରିବା ଅପେକ୍ଷା ଏମିତି ସାଇତି ରଖିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri