ଆସିଥିବା ଅନୁଦାନ ଅନ୍ୟଠି ଖର୍ଚ୍ଚ ହେଲା

ବୈପାରିଗୁଡ଼ା,୧୭ା୧ (ଡି.ଏନ୍‌.ଏ.):କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ପ୍ରଶାସନ ପକ୍ଷରୁ ଚାଲିଛି ମନମାନି କାର୍ଯ୍ୟ। ସାଧାରଣ ଲୋକଙ୍କ ସ୍ବାର୍ଥ ବଦଳରେ ଏଠାରେ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଅମୃତସରୋବର ଯୋଜନା ବ୍ଲକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ଏକ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ମନମାନି ଦେଖିବାକୁ ମିଳିଛି। ଗୋଟିଏ ପୋଖରୀ କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଅନ୍ୟ ଏକ ପୋଖରୀରେ ଖର୍ଚ୍ଚ କରାଯାଇଛି।
ଖବରରୁ ଜଣାପଡ଼ିଛି, ଗତବର୍ଷ ସ୍ଥାନୀୟ ପଶ୍ଚିମେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀକୁ ଅମୃତସରୋବର ଯୋଜନାରେ ସୌନ୍ଦର୍ଯ୍ୟକରଣ ପାଇଁ ବୈପାରିଗୁଡ଼ା ପଞ୍ଚାୟତରେ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପରେ ଏହାକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନୁମୋଦନ କରିଥିଲା। ଏ ବାବଦକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏମ୍‌ଏନ୍‌ଆରଇଜିଏସ୍‌, ସିଏଫ୍‌ସି ଓ ଏସ୍‌ଏଫ୍‌ସିରେ ୧୦ ଲକ୍ଷ ଟଙ୍କା ଦେଇଥିଲା। ପୋଖରୀରୁ ପଙ୍କ ଉଦ୍ଧାର, ପାହାଚ ନିର୍ମାଣ, ଫୁଲଗଛ ଲଗାଇବା, ଲୋକଙ୍କ ବସିବା ପାଇଁ କଂକ୍ରିଟ୍‌ ବେଞ୍ଚ ନିର୍ମାଣ, ଚାରିପଟେ କଣ୍ଟା ତାରବାଡ ଦେବାରେ ଏହି ଅର୍ଥ ବିନିଯୋଗ ହେବା କଥା। ଗତବର୍ଷ ଜୁନରେ ଉକ୍ତ ପୋଖରୀ ହୁଡ଼ାରେ ଏ ସଂକ୍ରାନ୍ତରେ ଏକ ସୂଚନା ଫଳକ ଲାଗିବା ସହ ପୋଖରୀରେ ପଙ୍କ ଉଦ୍ଧାର କାମ ଆରମ୍ଭ ହୋଇଥିଲା। ତେବେ ବର୍ଷା ଦିନ ଯୋଗୁ କାମ ବନ୍ଦ ରହିଥିଲା। ମାତ୍ର ବର୍ଷାଋତୁ ପରେ ଆଉ କାମ ଆଗେଇ ନ ଥିଲା। ଏବେ ଏହି କାର୍ଯ୍ୟକୁ ମଇନାପଡା ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ା ପରିବର୍ତ୍ତିତ ପୋଖରୀଟି ଜନବସତିଠାରୁ କିଛି ଦୂରରେ ଥିବାବେଳେ ସେହି ପୋଖରୀକୁ ଲୋକେ ବ୍ୟବହାର କରୁନାହାନ୍ତି। ଗୋଟିଏ ସ୍ଥାନରେ କାମ ଆରମ୍ଭ ପରେ ପୁଣି ସେହି କାର୍ଯ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଏଲ୍‌.ଡି. ନାୟକଙ୍କୁ ପଚାରିବାରୁ ସେ କହିଲେ, ପୂର୍ବ ନିର୍ଦ୍ଧାରିତ ପୋଖରୀରେ ଜାଗା ଅଭାବ କାରଣରୁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସଫେଇ ଦେଇଥିଲେ। ଏଥିପାଇଁ କୌଣସି ଚାପ ନ ଥିବା ସେ କହିଥିଲେ ା ତେବେ କାମ ହେବା ପୂର୍ବରୁ ଏକଥା ବ୍ଲକ ବୈଷୟିକ ବିଭାଗ କେମିତି ଜାଣିପାରିଲା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?