Posted inଫୁରସତ

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି ହୋଇଯାଏ। ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଇଣ୍ଟରନେଟ୍‌ରେ ହଲଚଲ ସୃଷ୍ଟି କରିଛି। ଏହି ଭିଡିଓରେ ଜଣେ ବୃଦ୍ଧ ଜମ୍‌ରେ ନିଜର ଏମିତି କମାଲ ଦେଖାଇଛନ୍ତି ଯେ ତାଙ୍କ ଫଟ୍‌ନେସ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଜିମ ଯିବାର କ୍ରେଜ୍‌ ବେଶ ବଢ଼ିବାରେ ଲାଗିଛି। ହେଲେ ବୟସ ବଢ଼ିବା ସହିତ ଲୋକଙ୍କ ଶାରୀରିକ ଶକ୍ତି କମିଯାଏ ଏବଂ ସେମାନେ ଭାରୀ ଜିନିଷ ଉଠାଇବାକୁ ସକ୍ଷମ ହୁଅନ୍ତି ନାହିଁ। କିନ୍ତୁ ଏହି ଭିଡିଓରେ ଥିବା ଜଣେ ଜେଜେବାପା ପ୍ରମାଣ କରିଦେଇଛନ୍ତି ଯେ ବୟସ କେବଳ ଏକ ସଂଖ୍ୟା ମାତ୍ର। ବୃଦ୍ଧାବସ୍ଥାରେ ମଧ୍ୟ ସେ ଜିମ ଭିତରେ ଯେଉଁଭଳି ଭାବେ କଠିନ ବ୍ୟାୟାମ କରୁଛନ୍ତି, ତାହା ଦେଖି ସେଠାରେ ଉପସ୍ଥିତ ଥିବା ଯୁବକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତାଙ୍କର ଏହି ଦମଦାର୍‌ ଅନ୍ଦାଜ୍‌କୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି। ଇନଷ୍ଟାଗ୍ରାମରେ ’itxfanii_raj’ ନାମକ ଏକ ପେଜ୍‌ରୁ ଏହି ଭିଡିଓକୁ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିବା ବେଳେ ପାଖାପାଖି ୧ ମିଲିୟନରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି। ଭିଡିଓରେ ପ୍ରତିକ୍ରିୟା ରଖି ଜଣେ ୟୁଜର ଲେଖିଛନ୍ତି- “ଓଲ୍ଡ ଇଜ ଗୋଲ୍ଡ”, ସେହିପରି ଅନ୍ୟ ଜଣେ ଲେଖିଛନ୍ତି- “ଜେଜେବାପାଙ୍କ ଜଲୱା ସବୁଠୁ ନିଆରା।”

ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କର ପ୍ରତିକ୍ରିୟା କ’ଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଣ୍ଡିଆରେ ବାଘ ଆତଙ୍କ: ପାଦ ଚିହ୍ନ ଦେଖିବା ପରେ ଲୋକଙ୍କ ମନରେ କୋକୁଆ ଭୟ

ସୁନ୍ଦରଗଡ,୧୫।୭ (ଦିଲ୍ଲୀପ କୁମାର ଭାରତୀ): ସୁନ୍ଦରଗଡ ଜିଲା ବଣେଇ ବନଖଣ୍ଡ ଅନ୍ତର୍ଗତ ତାମଡା ରେଞ୍ଜ ଅଧୀନସ୍ଥ ଗୁରୁଣ୍ଡିଆ ଠାରେ ବାଘ ଆତଙ୍କ । ଘଟଣାରୁ ପ୍ରକାଶ ଯେ,ଗୁରୁଣ୍ଡିଆ…

୩ ରଥକୁ ଆଜ୍ଞାମାଳ ବିଜେ

ପୁରୀ,୧୫ା୭: ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ପାଳିଆ…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍‌ଆଇ, ଆଉ ତା’ପରେ…

ଗୁଣପୁର,୧୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ ୨୫ ହଜାର…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

ମା’ ବାପାଙ୍କ ସହ ଘରେ ଶୋଇଥିବାବେଳେ କାମୁଡିଲା ସାପ, ଚାଲିଗଲା ସମରତଙ୍କ ଜୀବନ

କୁତ୍ରା ୧୫।୭( ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପାହାଡ଼ଟୋଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବାରୁ…

ନୂତନ ପରିଚାଳନା କମିଟି ଗଠନ: ସଭାପତି,ଉପସଭାପତି ଭାବେ ଚୟନ ହେଲେ…

ଗଞ୍ଜାମ,୧୫।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ଷ୍ଟେଶନ ରୋଡ଼ ପାର୍ଶ୍ୱରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ ହୋଇଛି । ବିଦ୍ୟାଳୟ…

ଜୁଲାଇ ୧୬ରେ ରାଜଧାନୀର ବଡ଼ ଇଲାକାରେ କଟିବ ବିଜୁଳି, ଏହି ସବୁ ଏରିଆ ହେବ ପ୍ରଭାବିତ

ନୂଆଦିଲ୍ଲୀ, ୧୫।୭: ରାଜଧାନୀ ଦିଲ୍ଲୀରେ ବିଜୁଳି ମେଣ୍ଟେନାନ୍ସ (ରକ୍ଷଣାବେକ୍ଷଣ) କାର୍ଯ୍ୟ ଯୋଗୁଁ ଅଲଗା ଅଲଗା ଦିନରେ ଭିନ୍ନ ଭିନ୍ନ ଅଞ୍ଚଳରେ ବିଦ୍ୟୁତ ସମ୍ବନ୍ଧୀୟ କାମ କରାଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri