ଗ୍ରହାଣୁ ଓ କୃଷ୍ଣ ଧୂମକେତୁ

”ପୃଥିବୀ ପ୍ରତି ଗ୍ରହାଣୁଗୁଡ଼ିକର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ ମଧ୍ୟ ଅସ୍ଥିର, ଏଣୁ ଯଦି ଏଥିରୁ କୌଣସିଟି ପୃଥିବୀ ସହିତ ସଂଘର୍ଷ କରିବା ପାଇଁ ଆସୁଥାଏ, ତାକୁ ଚିହ୍ନଟ କରି ଏହାର କକ୍ଷ ନିର୍ଦ୍ଧାରଣ କରିବା କଷ୍ଟକର। ଏଥିପାଇଁ ଏଗୁଡିକର ବିଶଦ ଅଧ୍ୟୟନ ଜରୁରୀ ହୋଇପଡିଛି। ପୁନଶ୍ଚ ଏହାର ଗଠନ ଓ ଉତ୍ସ ଜାଣିପାରିଲେ, ସୌରଜଗତର ଆଦ୍ୟ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିହେବ।“

ଆମ ସୌରଜଗତ ହେଉଛି ସୂର୍ଯ୍ୟ ଏବଂ ଏହା ଚାରିପଟେ ଆଠଟି ଗ୍ରହ, ପାଞ୍ଚଟି ବାମନ ଗ୍ରହ, କେତେ ଶହ ଉପଗ୍ରହ, କେତେ ହଜାର ଧୂମକେତୁ ଏବଂ ଅନେକ ଗ୍ରହାଣୁ ଘୂରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଜ୍ୟୋତିର୍ବିଦୀୟ ପିଣ୍ଡକୁ ଆବିଷ୍କାର କରିଛନ୍ତି। ସେମାନେ ଏହାର ନାମ ‘କୃଷ୍ଣ ଧୂମକେତୁ’ ଦେଇଛନ୍ତି। ଏହାର ପ୍ରକୃତି ଉଭୟ ଗ୍ରହାଣୁ ଓ ଧୂମକେତୁର ପ୍ରକୃତି ସହ ସମାନ ଅଛି। ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ‘ଇକାରସ୍‌’ ପତ୍ରିକାରେ ପ୍ରକାଶ କରିଛନ୍ତି। ସେମାନେ ସମୁଦାୟ ସାତଟି କୃଷ୍ଣ ଧୂମକେତୁର ଚିହ୍ନଟ କରିଥିଲେ ସୁଦ୍ଧା ପୃଥିବୀ କକ୍ଷ ନିକଟରେ ଏହିପରି ୫୦ରୁ ୬୦୦୦ ପିଣ୍ଡ ରହିଥିବା ସେମାନେ ଅନୁମାନ କରିଛନ୍ତି।
ଧୂମକେତୁ : ଧୂମକେତୁ ହେଉଛି ଆକାଶର ଅଦିନିଆ ଅତିଥି। ସୌର ଜଗତର ସୀମାନ୍ତରେ ଥିବା ‘କୁଇପର ବଳୟ’ ଏବଂ ‘ଉର୍ଟ ବାଦଲ’ ନାମକ ଅତି ଥଣ୍ଡା ଓ ଅନ୍ଧାରୁଆ ସ୍ଥାନରେ ଏଗୁଡିକ ଥାଆନ୍ତି। ଏହା ଧୂଳି, ପଥର ଓ ବରଫକୁ ନେଇ ଗଠିତ। ବେଳେବେଳେ କୌଣସି ନକ୍ଷତ୍ରର ଗତି ଯୋଗୁ ଏହା ଆଭ୍ୟନ୍ତରୀଣ ସୌରଜଗତକୁ ଚାଲିଆସେ। ଏହା କକ୍ଷରେ ଗତି କରୁଥିବା ବେଳେ ସୂର୍ଯ୍ୟର ନିକଟତର ହେଲେ ଏହାର ବରଫ ବାଷ୍ପୀଭୂତ ହୋଇ ଲାଞ୍ଜ ସୃଷ୍ଟି କରିଥାଏ। ସେଥିପାଇଁ ଏହାକୁ ଲଞ୍ଜାତାରା ମଧ୍ୟ କୁହାଯାଏ। ଏଥିରୁ ନିର୍ଗତ ଗ୍ୟାସ୍‌ ଏହା ଚାରିପଟେ ଏକ ବାଦଲ ସୃଷ୍ଟି କରିଥାଏ। ଏହାକୁ ‘କୋମା’ କୁହାଯାଏ। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ସୁଦ୍ଧା ଜଣା ଧୂମକେତୁର ସଂଖ୍ୟା ହେଉଛି ୩୯୫୪।
ଗ୍ରହାଣୁ : ଗ୍ରହାଣୁକୁ ‘ଗୌରଗ୍ରହ ମଧ୍ୟ କୁହାଯାଏ। ଆଜକୁ ୪.୬ ବିଲିୟନ ବର୍ଷ ପୂବେ ସୌର ଜଗତ ସୃଷ୍ଟି ସମୟରେ ବଳି ପଡିଥିବା ଆଦିବସ୍ତରୁ ଗ୍ରହାଣୁଗୁଡିକ ସୃଷ୍ଟି ହୋଇଛି। ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଅନେକ ଗ୍ରହାଣୁ ଗୋଟିଏ ବଳୟ ସୃଷ୍ଟି କରିଅଛି। ଏଗୁଡିର ଆକାରକ ମଧ୍ୟ ଅଲଗା ଅଲଗା। ବୃହତ୍ତମ ଗ୍ରହାଣୁ ‘ଭେଷ୍ଟା’ର ବ୍ୟାସ ୫୩୦ କିମି ହୋଇଥିବା ବେଳେ ଛୋଟ ଛୋଟ ଗ୍ରହାଣୁର ବ୍ୟାସ ୧୦ ମିଟରରୁ ମଧ୍ୟ କମ୍‌ ହୋଇଥାଏ। ଅବଶ୍ୟ ଗତ ୩୦ ବର୍ଷ ମଧ୍ୟରେ ନେପଚ୍ୟୁନ ଗ୍ରହ ବାହାରେ ମଧ୍ୟ କେତେକ ଗ୍ରହାଣୁକୁ ଆବିଷ୍କାର କରାଯାଇଛି। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ସୁଦ୍ଧା ଆବିଷ୍କୃତ ଗ୍ରହାଣୁଗୁଡିକର ସଂଖ୍ୟା ହେଉଛି ୧,୩୮୫,୭୩୮।
କୃଷ୍ଣ ଧୂମକେତୁ : ନିକଟରେ ଆବିଷ୍କୃତ ଧୂମକେତୁ ଉଭୟ ଗ୍ରହାଣୁ ଓ ଧୂମକେତୁ ଭଳି ଆଚରଣ ପ୍ରଦର୍ଶନ କରିଥାଏ। ଆମର ଜଣା ଧୂମକେତୁଠାରୁ ଏହାର ପାର୍ଥକ୍ୟ ହେଉଛି ଯେ ଏଥିରେ ଦୃଶ୍ୟମାନ ‘କୋମା’ ନାହିଁ। ଏଗୁଡିକ ହେଉଛି ଆକାରରେ ଛୋଟ। ଏହାର ବ୍ୟାସ ୧୦କିମି ମଧ୍ୟରେ ହୋଇଥାଏ। ଏହା ପରିପୂର୍ଣ୍ଣ କକ୍ଷରେ ଘୂରି ନ ଥାଏ। ଏଥିରୁ କୌଣସି ଗ୍ୟାସ୍‌ ନିର୍ଗତ ହେବାର ଦେଖାଯାଏ ନାହିଁ। ପୁନଶ୍ଚ ଏହା ଅଣ-ମାଧ୍ୟାକର୍ଷଣୀୟ ତ୍ୱରଣ ପ୍ରଦର୍ଶନ କରିଥାଏ। ଏଥିରୁ ଜଣାପଡୁଛି ଯେ ଏଥିରେ କିଛି ଅଜଣା ବଳ କାମ କରୁଛି। ଏଗୁଡିକ ଦ୍ରୁତ ବେଗରେ ଘୂର୍ଣ୍ଣିତ ହେଉଛି। ଏଥିରୁ ଜଣାପଡେ ଯେ ଏହାର ଆଭ୍ୟନ୍ତରଣ ସାମର୍ଥ୍ୟ ହେଉଛି ଅଧିକ, ଯାହାଫଳରେ ଅଧିକ ବେଗରେ ଘୂର୍ଣ୍ଣନ ମଧ୍ୟ ଏହାକୁ ଭାଙ୍ଗି ପାରେ ନାହିଁ। ଏହି ହିସାବରେ ଏହାର ଗ୍ରହାଣୁ ସହିତ ସାଦୃଶ୍ୟ ଅଛି।
ଏହିସବୁ ତଥ୍ୟରୁ ଗବେଷକମାନେ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଯେ କୃଷ୍ଣ ଧୂମକେତୁଗୁଡିକ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ଗ୍ରହାଣୁ ବଳୟରୁ ସୃଷ୍ଟି ହୋଇଛି ଏବଂ ଶନି ଗ୍ରହର ମାଧ୍ୟାକର୍ଷଣ ବଳର ପ୍ରଭାବରେ ସେମାନଙ୍କର କକ୍ଷରୁ ବିଚ୍ୟୁତ ହୋଇଛନ୍ତି। ଏଗୁଡିକ ହେଉଛି ଗ୍ରହାଣୁ, କିନ୍ତୁ ଏହା ଦେହରେ ଧୂମକେତୁ ଭଳି ଜଳ ଅଣୁ ରହିଛି ଏବଂ ସୂର୍ଯ୍ୟର ନିକଟତର ହେଲେ ଜଳ ଅଣୁ ବାଷ୍ପରେ ପରିଣତ ହୋଇଥାଏ। ଧୂମକେତୁ ଭଳି ଏହା ଚାରିପଟେ ଧୂଳି ବାଦଲ ନାହିଁ।
କୃଷ୍ଣ ଧୂମକେତୁ ଦେହରେ ବରଫର ଉପସ୍ଥିତି ଏବଂ ସେଗୁଡିକର ବହୁଳତାରୁ ଜ୍ୟୋତିର୍ବିଦମାନେ ଅନୁମାନ କରୁଛନ୍ତି ଯେ ପୃଥିବୀର ଆଦ୍ୟ ଅବସ୍ଥାରେ କୃଷ୍ଣ ଧୂମକେତୁଗୁଡିକ ସହିତ ସଂଘର୍ଷ ହୋଇ ପୃଥିବୀରେ ଜଳ ସୃଷ୍ଟି ହୋଇଛି। ଜଳ ବ୍ୟତୀତ ଭୂ-ସମୀପବର୍ତ୍ତୀ ଗ୍ରହାଣୁ ଓ ଉଲ୍‌କାଗୁଡିକ ସହିତ ପୃଥିବୀର ସଂଘାତ ଯୋଗୁ ପୃଥିବୀକୁ ବାକ୍ଟେରିଆ, ଏମିନୋ ଅମ୍ଳ ଏବଂ ପୃଥିବୀରେ ଜୀବର ବିକାଶ ପାଇଁ ଆବଶ୍ୟକ ଅନ୍ୟାନ୍ୟ ମୁଖ୍ୟ ଅଣୁଗୁଡିକ ଆସିଥିବାର ବୈଜ୍ଞାନିକମାନେ ପ୍ରକାଶ କରିଥାଆନ୍ତି।
ପୃଥିବୀ ପ୍ରତି ଗ୍ରହାଣୁଗୁଡିକଗର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ ମଧ୍ୟ ଅସ୍ଥିର, ଏଣୁ ଯଦି ଏଥିରୁ କୌଣସିଟି ପୃଥିବୀ ସହିତ ସଂଘର୍ଷ କରିବା ପାଇଁ ଆସୁଥାଏ, ତାକୁ ଚିହ୍ନଟ କରି ଏହାର କକ୍ଷ ନିର୍ଦ୍ଧାରଣ କରିବା କଷ୍ଟକର। ଏଥିପାଇଁ ଏଗୁଡିକର ବିଷଦ ଅଧ୍ୟୟନ ଜରୁରୀ ହୋଇପଡିଛି। ପୁନଶ୍ଚ ଏହାର ଗଠନ ଓ ଉତ୍ସ ଜାଣିପାରିଲେ, ସୌରଜଗତର ଆଦ୍ୟ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିହେବ।
ଜାପାନ ୨୦୧୪ ମସିହା ଡିସେମ୍ବର ୩ ତାରିଖରେ ‘ହୟାବୁସା-୨’ ଯାନକୁ ‘ରୁଗ୍ୟୁ’ ଗ୍ରହାଣୁ ପାଖକୁ ପଠାଇ ସେଠାରୁ ୨୦୨୦ ମସିହାରେ ପୃଥିବୀକୁ ମୃତ୍ତିକା ଆଣିଛି। ବର୍ତ୍ତମାନ ଏହି ଯାନକୁ ଏକ କ୍ଷୁଦ୍ର, ଦ୍ରୁତ ଘୂର୍ଣ୍ଣିକ ଗ୍ରହାଣୁ ‘୧୯୯୮କଓ୍ବୋଇ ୨୬’ ପାଖକୁ ପଠାଯାଇଛି। ଏହି ଗ୍ରହାଣୁର ବ୍ୟାସ ହେଉଛି ୩୦ ମିଟର ଏବଂ ଏହା ନିଜ ଅକ୍ଷ ଚାରିପଟେ ଦଶ ମିିନିଟରେ ଥରେ ଘୂରି ଆସେ। ‘ହୟବୁସା-୨’ ଏହା ନିକଟରେ ୨୦୩୧ ମସିହାରେ ପହଞ୍ଚତ୍ବା ପରେ କୃଷ୍ଣ ଧୂମକେତୁ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣି ପାରିବା ପାଇଁ ବୈଜ୍ଞାନିକମାନେ ଆଶା ରଖିଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ଛଟେଇ, ଧାରଣାରେ ବସିଲେ

ଛତ୍ରପୁର,୭ା୫(ଦିଲୀପ ସାମଲ): ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତରେ ଏମ୍‌ବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି। ବିନା କାରଣରେ ତାଙ୍କୁ ବହିଷ୍କାର କରାଯାଇଥିବା…

ପୁଣି କୋଟିଆ ବିବାଦ: ଜନଗଣନା କରୁଛନ୍ତି ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୭।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ବିବାଦ ଥମିବାର ନା ଧରୁନାହିଁ। ଅନ୍ୟପକ୍ଷେ ଓଡ଼ିଶାକୁ ଚେକ୍‌ ଦେବାରେ ପଛଘୁଞ୍ଚା…

ବିଜୟଙ୍କ ସମର୍ଥନରେ ବାହାରିଲେ କମଲ ହାସନ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନରେ, ଅଭିନେତା ବିଜୟଙ୍କ ଦଳ, ‘ତାମିଜାଗା ଭେଟ୍ରି କାଝାଗମ’ (ଟିଭିକେ), ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଫଳସ୍ବରୂପ, ରାଜ୍ୟରେ ସରକାର…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାମଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏପରିକି ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ…

ସରକାର ଗଠନ ପାଇଁ ବିଜୟଙ୍କ ନୂଆ ପ୍ଲାନ: ଏହି ଦଳଠାରୁ ସମର୍ଥନ ଲୋଡିଲେ, ବିଧାୟକମାନଙ୍କୁ ରିସର୍ଟକୁ ସ୍ଥାନାନ୍ତରିତ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଅଭିନେତା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ଏବେ ଜଣେ ଅତିରିକ୍ତ ବିଧାୟକଙ୍କ…

ଶ୍ୱଶୁର ଘରୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଥୁଆମୂଳ ରାମପୁର, ୭ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଡୁମେରପଦର ମୁଖ୍ୟ ରାସ୍ତାର ଲାଠିଆଗୁଡ଼ା ଛକ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ୱାମୀଙ୍କ ମୃତ୍ୟୁ…

ବିଜୟ ଥାଲାପତି ସରକାର ଗଠନ ପାଇଁ BJPର ସମର୍ଥନ ଲୋଡିବେ? ଟିଭିକେଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଖୁସି ହେବ ନା ନିରାଶ ହେବ?ଜାଣନ୍ତୁ…

ଚେନ୍ନାଇ,୭।୫: ବିଜୟ ଥାଲାପତିଙ୍କ ଦଳ, TVK (ତାମିଜାଗା ଭେଟ୍ଟ୍ରି କାଝାଗମ), ସରକାର ଗଠନ ପାଇଁ ତା’ର ପ୍ରୟାସକୁ ତୀବ୍ର କରିଛି। ଟିଭିକେ ବିଧାନସଭାରେ ୧୦୮ଟି ଆସନ ପାଇଛି,…

ଫଟୋ ଶେୟାର କରି ଖୁସି ଖବର ଦେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୭।୫: ଚଳିତ IPL 2026 ସିଜିନ ମଧ୍ୟରେ ଭାରତୀୟ T20 ଅଧିନାୟକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଘରେ ଖୁସିର ମାହୋଲ। ସୂର୍ଯ୍ୟକୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri