ଗଙ୍ଗାବାଡ଼ରେ ସରକାରୀ ଯୋଜନା ସାତସପନ

ପାରଳାଖେମୁଣ୍ଡି,୧୩।୩ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ଏବେ ବି ଅପହଞ୍ଚ ହୋଇପଡିଛି। ରାସ୍ତାଘାଟ ନ ଥିବାରୁ ନିଜ ନିଜ ପିଲାମାନଙ୍କୁ ଗ୍ରାମବାସୀ ପାଠପଢାରେ ଡୋରି ବାନ୍ଧିଛନ୍ତି। ବ୍ଲକର ଦୁର୍ଗମ ତଥା ଅପହଞ୍ଚ ଇଲାକା ଭାବେ ରମ୍ପା ପଞ୍ଚାୟତରେ ଏହି ଗଙ୍ଗାବାଡ ଗ୍ରାମ ରହିଛି । ୩୦ରୁ ଊର୍ଦ୍ଧ୍ୱ ଘର ଏବଂ ୧୬୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସରକାରୀ ଯୋଜନା ପହଞ୍ଚିବା ଏକ ପ୍ରକାର କଷ୍ଟସାଧ୍ୟ ହେଉଛି। ଗ୍ରାମବାସୀମାନେ ମୁଖ୍ୟକରି ଜଙ୍ଗଲ ଜାତ ଦ୍ରବ୍ୟ କିମ୍ବା ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଗ୍ରାମକୁ ମୁଖ୍ୟରାସ୍ତାଠାରୁ ରାସ୍ତାଘାଟ ନ ଥିବାରୁ ଲୋକେ ନିଜ ନିଜ ପିଲାଛୁଆଙ୍କୁ ପାଠ ପଢାରେ ଏକ ପ୍ରକାର ଡୋରି ବାନ୍ଧୁଛନ୍ତି। ଗ୍ରାମର ପିଲାମାନେ ଛେଳି ଚରାଇବା କିମ୍ବା ପରିବାରଜନଙ୍କୁ କାର୍ଯ୍ୟରେ ସହାୟତା କରୁଥିବାର ପ୍ରକାଶ କରିଛନ୍ତି। ପାଠପଢା ବିଷୟରେ ପଚାରିଲେ କହୁଛନ୍ତି ଯେ, ରାସ୍ତାଘାଟ ନ ଥିବା ଏବଂ ୭ରୁ ୮କିମି ରାସ୍ତା ଅତିକ୍ରାନ୍ତ କଲେ ବିଦ୍ୟାଳୟ ରହିଛି। ଆଉ ଏହି ବନଘେରା, ଘାଟି ସାଙ୍ଗକୁ କଦର୍ଯ୍ୟମୟ ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ ଓ ସୁରକ୍ଷା ନଥିବାରୁ ପାଠ ପଢାରୁ ବାଦ୍‌ ପଡିଛୁ। ପରିଜନମାନେ ୭ରୁ୮ କିମି ଦୂରରେ ଥିବା ଦେଉଳା ଗ୍ରାମଠାରେ ଥିବା ବିଦ୍ୟାଳୟକୁ ଛାଡିବାକୁ ଅମଙ୍ଗ ହେଉଛନ୍ତି । ହାତଗଣତି ପିଲାମାନେ ବିଦ୍ୟାଳୟରେ ପଢୁଛନ୍ତି। ଦେଉଳା ଠାରେ ଥିବା ଛାତ୍ରାବାସରେ କେବଳ ଛାତ୍ରଙ୍କ ଲାଗି ହଷ୍ଟେଲ ସୁବିଧା ଅଛି, ହେଲେ ଛାତ୍ରୀମାନଙ୍କ ଲାଗି ହଷ୍ଟେଲ ନ ଥିବାରୁ ଗ୍ରାମର ପ୍ରାୟ ବାଳିକାମାନେ ପଢିବା ପାଇଁ ମନସ୍ତ କରିଥିଲେ ମଧ୍ୟ ପାହାଡିଆ ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ଜଙ୍ଗଲି ଜନ୍ତୁଙ୍କୁ ଭୟ କରୁଛନ୍ତି। ଏପରି କାରଣ ଯୋଗୁ ଅଭିଭାବକମାନେ ପିଲାମାନଙ୍କୁ ଛାଡିବାକୁ ମଙ୍ଗୁନାହାନ୍ତି । ତଥାପି ଗ୍ରାମର ପ୍ରାୟ ୫ରୁ୬ଜଣ ବାଳିକା ଦୈନନ୍ଦିନ ଏହି ପାହାଡିଆ ତଥା ବନଘେରା ରାସ୍ତା ଦେଇ ପାଦଚଲାରେ ଦେଉଳାଠାରେ ଥିବା ବିଦ୍ୟାଳୟରେ ପଢୁଛନ୍ତି। ସେହିପରି କେତେକ ହାତଗଣତି ପିଲାମାନେ ଗୁରାଣ୍ଡିଠାରେ ଥିବା କଲେଜରେ ପଢୁଛନ୍ତି। ସେଠାରେ ମଧ୍ୟ କେବଳ ଛାତ୍ରଙ୍କ ଲାଗି ଛାତ୍ରାବାସ ରହିଛି । ଛାତ୍ରୀବାସ ନ ଥିବାରୁ କଲେଜରେ ଛାତ୍ରୀମାନଙ୍କ ସଂଖ୍ୟା ନଥିବାର ଜଣାପଡିଛି ।

ସୂଚନାଯୋଗ୍ୟ, ଗଙ୍ଗାବାଡ ଗ୍ରାମ ଦେଉଳା ଗ୍ରାମ ଠାରୁ ୭ରୁ୮କିମି ମଧ୍ୟରେ ରହିଛି । ଦେଉଳାଠାରୁ ଏହି ଗ୍ରାମକୁ ଯିବାକୁ ହେଲେ କେବଳ ବାଇକ ଛଡା ଅନ୍ୟ କୌଣସି ଯାନବାହନ ଯିବାର ପ୍ରଶ୍ନ ଉଠୁନି । ମାଟି ପଥୁରିଆ ରାସ୍ତା ସାଙ୍ଗକୁ ବିପଦପୂର୍ଣ୍ଣ ଘାଟି ରହିଛି । ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ବାରମ୍ବାର ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରଇଛନ୍ତି । ହେଲେ ଫଳ ଶୂନ୍ୟ। ଗ୍ରାମବାସୀ କହିବା ମୁତାବକ, ଗ୍ରାମରେ ଜରୁରିକାଳୀନ ପରିସ୍ଥିତି ତଥା ବିଶେଷ କରି ପ୍ରସୂତିଙ୍କୁ ନେବା କିମ୍ବା ରୋଗୀଙ୍କୁ ନେବା ଆଣିବା ପାଇଁ ଦୋଳା ହିଁ ସାହା ଭରସା। ଯଦି କେହି ଗର୍ଭବତୀ ହୁଅନ୍ତି ଦେଉଳା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରେ ରହିଥାନ୍ତି । କାରଣ ଦେଉଳା ଗ୍ରାମଠାରୁ ଯାତାୟାତ କରିବାର ସୁବିଧା ସୁଯୋଗ ରହିଛି । ଦୁର୍ଗମ ଅଞ୍ଚଳରେ ରହିଥିବାରୁ ପ୍ରଶାସନିକ ଅଧିକାରୀମାନେ ପାଦ ପକାଇବା ତ ଦୂରର କଥା ଆଡଆଖିରେ ଦୃଷ୍ଟି ମଧ୍ୟ ପକାଉ ନାହାନ୍ତି। ଲିଖିତ ଭାବେ ସମସ୍ୟା ଜଣାଇଲେ ଅଧିକାରୀମାନେ କେବଳ ମୌଖିକ ଭାବେ ସମସ୍ୟା ଦୂରକରାଯିବ ବୋଲି ପ୍ରତିଶ୍ରୁତି ମିଳୁଥିବାର ଜଣାଇଛନ୍ତି। ସେହପରି ରାଶନ ଆଣିବାକୁ ହେଲେ ପ୍ରତ୍ୟେକ ମାସରେ ପଞ୍ଚାୟତ ସଦର ମହକୁମା ରମ୍ପା ଗ୍ରାମକୁ ଯିବାକୁ ପଡେ । ଏଠାକାର ଲୋକେ ସକାଳୁ ପାଦଚଲା ବନ ଘାଟି ରାସ୍ତା ପାର କରି ଦେଉଳା ଗ୍ରାମରେ ପହଞ୍ଚିଥାନ୍ତି। ପରେ ବିଭିନ୍ନ ଯାନବାହନ ସାହଯ୍ୟରେ ଏଗଁାରୁ ରମ୍ପାଠାରେ ପହଞ୍ଚି କାର୍ଯ୍ୟ ସମ୍ପାଦନ କରି ସଞ୍ଜ ସମୟରେ ଗ୍ରାମକୁ ଫେରିଥାନ୍ତି। ୨୦୧୮ରେ ତିତ୍‌ଲି ମହାବାତ୍ୟାରେ ଏହି ଗ୍ରାମରେ ବ୍ୟାପକ ଘର ନଷ୍ଟ ହୋଇଥିଲା । ଏହାକୁ ଲକ୍ଷ୍ୟକରି ଜିଲା ପ୍ରଶାସନ ଏକ ସମତୁଲ ସ୍ଥାନରେ ୮ଟି ବିଜୁ ପକ୍କାଘର ନିର୍ମାଣ କରିଛନ୍ତି। ହେଲେ କୌଣସି ଲୋକେ ବାସ କରୁ ନ ଥିବାର ଦେଖିବାକୁ ମିଳିଛି । ମୁଖ୍ୟ କରି ରାସ୍ତା ନ ଥିବାରୁ ଗ୍ରାମବାସୀ ଏକ ପ୍ରକାର ଅଭିଶପ୍ତ ଜୀବନ ବିତାଉଥିବାର ପ୍ରକାଶ କରିଛନ୍ତି । ସ୍ଥାନୀୟ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ଗଙ୍ଗାବାଡ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri