ମିଡ଼ିଆ ରିପୋର୍ଟକୁ ଖଣ୍ଡନ କଲେ ସରକାର: କରୋନା ଟିକାର ଖରାପ ପ୍ରଭାବ ନାହିଁ…

ନୂଆଦିଲ୍ଲୀ,୧୭।୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌) ଏବଂ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ର ଅଧିକାରୀମାନେ କୋଭିଡ -୧୯ ଟିକା ଦ୍ୱାରା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ସ୍ବୀକାର କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଏହି ରିପୋର୍ଟରେ ଭୁଲ ତଥ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରେ ଆରଟିଆଇର ଉତ୍ତରକୁ ଦର୍ଶାଇ ଦାବି କରାଯାଇଥିଲା ଯେ ଆଇସିଏମଆର ଏବଂ ସିଡିଏସସିଓ ଅଧିକାରୀମାନେକରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟାକୁ ଗ୍ରହଣ କରିଛନ୍ତି ଏବଂ ଏହାର ଉଚ୍ଚ ପାର୍ଶ୍ୱ ପ୍ରତିକ୍ରିୟାକୁ ଦର୍ଶାଇଛନ୍ତି।

ଏହି ରିପୋର୍ଟକୁ ଉଦ୍ଧୃତ କରି ମନ୍ତ୍ରଣାଳୟ କହିଛି ଯେ ମିଡ଼ିଆ ରିପୋର୍ଟ ମିଥ୍ୟା ଏବଂ ଭୁଲ ତଥ୍ୟ ପ୍ରଦାନ କରୁଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଆରଟିଆଇର ପ୍ରତିକ୍ରିୟାରେ ଆଇସିଏମଆର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟର ଲିଙ୍କ ଯୋଗାଇ ଦିଆଯାଇଛି। ଯେଉଁଠାରେ ବିଭିନ୍ନ କରୋନା ଟିକା ଉପରେ ବିଶ୍ୱ ପ୍ରମାଣ ସଂଗ୍ରହ କରାଯାଇଛି।

ଏହି ବିବୃତ୍ତିରେ କୁହାଯାଇଛି ଯେ ଅନ୍ୟ ସମସ୍ତ ଟିକା ଭଳି, ବିଭିନ୍ନ କରୋନା ଟିକା ନେଇଥିବା ବ୍ୟକ୍ତିମାନେ ସାମାନ୍ୟ ଲକ୍ଷଣ ଅନୁଭବ କରିପାରନ୍ତି ଯେପରିକି ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, ମାଂସପେଶୀ ଯନ୍ତ୍ରଣା, ଅସୁସ୍ଥତା, ପାଇରେକ୍ସିଆ, ଥଣ୍ଡା, ଗଣ୍ଠି ଯନ୍ତ୍ରଣା ଇତ୍ୟାଦି। ତଥାପି, ଏପରି କିଛି ବ୍ୟକ୍ତି ଥାଇପାରନ୍ତି ଯେଉଁମାନଙ୍କ କ୍ଷେତ୍ରରେ ଗୁରୁତର ସ୍ଥିତି ଅନୁଭୁତ ହୋଇପାରେ।

ବିଶ୍ୱସ୍ତରୀୟ ଅନୁସନ୍ଧାନ ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଟିକାକରଣ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁକୁ ରୋକିବା ସହିତ ଆକ୍ରାନ୍ତଙ୍କରର ଗୁରୁତର ସ୍ଥିତି ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ଦେଶରେ ବ୍ୟବହୃତ କୋଭିଡ ଟିକାଗୁଡ଼ିକର ଲାଭ ଏବଂ ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରି ଅନୁସନ୍ଧାନକୁ ସମର୍ଥନ କରିଛି ।

ଏହା ବ୍ୟତୀତ ସିଡିଏସକୋ ଆରଟିଆଇର ପ୍ରତିକ୍ରିୟାରେ କହିଛି ଯେ ଜାତୀୟ ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଦ୍ୱାରା ଅନୁମୋଦିତ କୋଭିଡ -୧୯ ଟିକା ତାଲିକା cdsco.gov.in ୱେବସାଇଟରେ ଉପଲବ୍ଧ। ସିଡିଏସସିଓ ଏହା ମଧ୍ୟ କହିଛି ଯେ ଏଥିରେ ଅନ୍ୟ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ ମାନ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

ଏଠାରେ ବିଧାୟକଙ୍କୁ ଦରକାର ଗଧ, ସରକାରଙ୍କୁ କଲେ ଡିମାଣ୍ଡ

ଜୟପୁର,୨୯।୩: ଦେଶକୁ ସଫା ସୁତୁରା ରଖିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏଥିରେ ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ କରିବାକୁ ଏକ ଅଳିଆ ଭ୍ୟାନ...

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ...

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri