Posted inଜାତୀୟ

ତାମିଲନାଡୁ ରାଜ୍ୟପାଳ କଶ୍ମୀର ଯାଆନ୍ତୁ

ଚେନ୍ନାଇ,୧୫।୧: ବିଧାନସଭାରେ ସରକାରୀ ଭାଷଣ ନ ପଢ଼ିବା ନେଇ ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ଏବଂ ଶାସକ ଦଳ ଡିଏମ୍‌କେ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଜଣେ ଦଳୀୟ କର୍ମୀ ତାଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ରାଜ୍ୟପାଳ ବି.ଆର୍‌. ଆମ୍ବେଡକରଙ୍କ ନାଁ ନ ନିଅନ୍ତି, ତେବେ ସେ କଶ୍ମୀରୀ ଚାଲିଯିବା ଉଚିତ, ଯେଉଁଠି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିବେ ବୋଲି ଡିଏମ୍‌କେ କର୍ମୀ ଶିବାଜୀ କ୍ରିଷ୍ଣମୂର୍ତ୍ତି କହିଛନ୍ତି।

ତାମିଲନାଡୁରେ ସେହି ଲୋକ ଯଦି ଆମ ପୂର୍ବଜ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ଆମ୍ବେଡ୍‌କରଙ୍କ ନାଁ ନେବାକୁ ରାଜି ନୁହନ୍ତି, ତେବେ ତାଙ୍କୁ ଚପଲରେ ପିଟିବା ଅଧିକାର ମୋର ରହିଛି କି ବୋଲି କ୍ରିଷ୍ଣମୂର୍ତ୍ତି ପ୍ରଶ୍ନ କରିଛନ୍ତି। ସେ ନିଜେ କଶ୍ମୀର ନ ଗଲେ ଆମେ ଆତଙ୍କବାଦୀ ପଠାଇବୁ ବୋଲି ଡିଏମ୍‌କେ କର୍ମୀ କହିଛନ୍ତି। ଏହା କ୍ରିଷ୍ଣମୂର୍ତ୍ତିଙ୍କର ବ୍ୟକ୍ତିଗତ ମନ୍ତବ୍ୟ କହି ଡିଏମ୍‌କେ ଏଥିରୁ ନିଜକୁ ଦୂରେଇ ରଖିଛି। ଡିଏମ୍‌କେ କର୍ମୀଙ୍କ ଏଭଳି ମନ୍ତବ୍ୟକୁ ଭାଜପା ନିନ୍ଦା କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆତଙ୍କବାଦୀଙ୍କ ସହ ଡିଏମ୍‌କେର ସମ୍ପର୍କ ଥାଇପାରେ ବୋଲି ଭାଜପା ସନ୍ଦେହ ପ୍ରକଟ କରିଛି। ତୁରନ୍ତ କ୍ରିଷ୍ଣମୂର୍ତ୍ତିଙ୍କୁ ଗିରଫ କରାଯାଉ ବୋଲି ଭାଜପା ରାଜ୍ୟ ଉପସଭାପତି ନାରାୟଣନ ତ୍ରିପାଠୀ ଦାବି କରିଛନ୍ତି।

ଇତିମଧ୍ୟରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କ୍ରିଷ୍ଣମୂର୍ତ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚେନ୍ନାଇ ଥାନାରେ ଏତଲା ଦାଏର କରିଛି। ରାଜ୍ୟପାଳଙ୍କ ଉପସଚିବ ଏହି ଏତଲା ଦାଏର କରିଛନ୍ତି। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ଭାଜପା ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛି। ଡିଏମ୍‌କେ ସବୁବେଳେ ତିରସ୍କାର ରାଜନୀତିରେ ସମ୍ପୃକ୍ତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ନେତାଙ୍କୁ ଗାଳି କରିଥାନ୍ତି। ସ୍ଥାନୀୟ ଡିଏମ୍‌କେ ନେତାମାନେ ଥାନାକୁ ସେମାନଙ୍କ କାର୍ଯ୍ୟାଳୟ ଭଳି ବ୍ୟବହାର କରୁଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ପ୍ରଧାନମନ୍ତ୍ରୀ ମୋଦି, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସମସ୍ତେ ହାତ ଯୋଡ଼ି ପରସ୍ପରକୁ ଅଭିବାଦନ ଜଣାଇଲେ; ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ଟଣାଓଟରା ଚାଲିଥିବା ବେଳେ ଶୁକ୍ରବାର ସଂସଦ ଭବନରୁ ଏକ ଆକର୍ଷଣୀୟ ଭିଡିଓ ସାମ୍ନାକୁ ଆସିଛି। ମହାତ୍ମା ଗାନ୍ଧୀ…

Video: ‘ଶିବାଜୀ ପାର୍କ, ଶିବାଜୀ ପାର୍କ…’ ଡାକି ଅଟୋ ଡ୍ରାଇଭର ସାଜିଲେ ଅଭିଜିତ ଦୀପକେ, କେଉଁ ବାର୍ତ୍ତା ଦେବାକୁ ଚାହୁଁଥିଲେ CJP ମୁଖ୍ୟ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଅକ୍ଟୋବର ୨ ଅପରାହ୍ନ ୪ଟାରେ ମୁମ୍ବାଇରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଛି। ଏହି ବିକ୍ଷୋଭ ଶିବାଜୀ…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?