Posted inଜାତୀୟ

ତାମିଲନାଡୁ ରାଜ୍ୟପାଳ କଶ୍ମୀର ଯାଆନ୍ତୁ

ଚେନ୍ନାଇ,୧୫।୧: ବିଧାନସଭାରେ ସରକାରୀ ଭାଷଣ ନ ପଢ଼ିବା ନେଇ ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ଏବଂ ଶାସକ ଦଳ ଡିଏମ୍‌କେ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଜଣେ ଦଳୀୟ କର୍ମୀ ତାଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ରାଜ୍ୟପାଳ ବି.ଆର୍‌. ଆମ୍ବେଡକରଙ୍କ ନାଁ ନ ନିଅନ୍ତି, ତେବେ ସେ କଶ୍ମୀରୀ ଚାଲିଯିବା ଉଚିତ, ଯେଉଁଠି ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିବେ ବୋଲି ଡିଏମ୍‌କେ କର୍ମୀ ଶିବାଜୀ କ୍ରିଷ୍ଣମୂର୍ତ୍ତି କହିଛନ୍ତି।

ତାମିଲନାଡୁରେ ସେହି ଲୋକ ଯଦି ଆମ ପୂର୍ବଜ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ଆମ୍ବେଡ୍‌କରଙ୍କ ନାଁ ନେବାକୁ ରାଜି ନୁହନ୍ତି, ତେବେ ତାଙ୍କୁ ଚପଲରେ ପିଟିବା ଅଧିକାର ମୋର ରହିଛି କି ବୋଲି କ୍ରିଷ୍ଣମୂର୍ତ୍ତି ପ୍ରଶ୍ନ କରିଛନ୍ତି। ସେ ନିଜେ କଶ୍ମୀର ନ ଗଲେ ଆମେ ଆତଙ୍କବାଦୀ ପଠାଇବୁ ବୋଲି ଡିଏମ୍‌କେ କର୍ମୀ କହିଛନ୍ତି। ଏହା କ୍ରିଷ୍ଣମୂର୍ତ୍ତିଙ୍କର ବ୍ୟକ୍ତିଗତ ମନ୍ତବ୍ୟ କହି ଡିଏମ୍‌କେ ଏଥିରୁ ନିଜକୁ ଦୂରେଇ ରଖିଛି। ଡିଏମ୍‌କେ କର୍ମୀଙ୍କ ଏଭଳି ମନ୍ତବ୍ୟକୁ ଭାଜପା ନିନ୍ଦା କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆତଙ୍କବାଦୀଙ୍କ ସହ ଡିଏମ୍‌କେର ସମ୍ପର୍କ ଥାଇପାରେ ବୋଲି ଭାଜପା ସନ୍ଦେହ ପ୍ରକଟ କରିଛି। ତୁରନ୍ତ କ୍ରିଷ୍ଣମୂର୍ତ୍ତିଙ୍କୁ ଗିରଫ କରାଯାଉ ବୋଲି ଭାଜପା ରାଜ୍ୟ ଉପସଭାପତି ନାରାୟଣନ ତ୍ରିପାଠୀ ଦାବି କରିଛନ୍ତି।

ଇତିମଧ୍ୟରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କ୍ରିଷ୍ଣମୂର୍ତ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚେନ୍ନାଇ ଥାନାରେ ଏତଲା ଦାଏର କରିଛି। ରାଜ୍ୟପାଳଙ୍କ ଉପସଚିବ ଏହି ଏତଲା ଦାଏର କରିଛନ୍ତି। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ଭାଜପା ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛି। ଡିଏମ୍‌କେ ସବୁବେଳେ ତିରସ୍କାର ରାଜନୀତିରେ ସମ୍ପୃକ୍ତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉଚ୍ଚ ସାମ୍ବିଧାନିକ ପଦବୀରେ ଥିବା ନେତାଙ୍କୁ ଗାଳି କରିଥାନ୍ତି। ସ୍ଥାନୀୟ ଡିଏମ୍‌କେ ନେତାମାନେ ଥାନାକୁ ସେମାନଙ୍କ କାର୍ଯ୍ୟାଳୟ ଭଳି ବ୍ୟବହାର କରୁଥିବା ଭାଜପା ରାଜ୍ୟ ସଭାପତି କେ. ଆନ୍ନାମଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri