ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ ଗ୍ରାମ ଆଜି ଏକ ସଫଳ ଓ ଅନୁକରଣୀୟ ମଡେଲ୍ ଭାବେ ପରିଚିତ । ସହକାରୀ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଏବଂ ସରକାରୀ ଯୋଜନାମାନଙ୍କର ସଠିକ୍ ସମନ୍ୱୟ ମାଧ୍ୟମରେ ଏହି ଗ୍ରାମରେ ଦୁଗ୍ଧ ଚାଷକୁ ଏକ ସ୍ଥାୟୀ ଜୀବିକା ମଡେଲ୍ ଭାବେ ପରିଣତ କରି ପାରିଛି ଏବଂ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ ହୋଇ ପାରିଛି ବୋଲି ଶୁକ୍ରବାର ବରଗଡ଼ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି, ବରଗଡ ଜିଲା ପ୍ରଶାସନ ଏବଂ ସମଲେଶ୍ଵରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘର ମିଳିତ ସହଯୋଗରେ ପ୍ରତିଷ୍ଠିତ ଏହି ଦୁଗ୍ଧ ଗ୍ରାମରେ, ପ୍ରତିଦିନ ଚାଷୀମାନେ ଏକତ୍ରିତ ହୋଇ ସମବାୟ ମାଧ୍ୟମରେ କ୍ଷୀର ସଂଗ୍ରହ କରିବା ସହ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କ୍ଷୀରର ଗୁଣବତ୍ତାକୁ ପରୀକ୍ଷା କରିବା ପରେ ନିକଟସ୍ଥ ଡେରି ପ୍ଳାଣ୍ଟକୁ ପଠାଇ ସଠିକ ମୂଲ୍ୟରେ ବିକ୍ରି କରିଥାନ୍ତି । ସମବାୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ ସହ ଦୈନିକ ଦୁଗ୍ଧ କାର୍ଯ୍ୟକଳାପରେ ନିୟୋଜନ ଏବଂ ସମସାମୟିକ ଦେୟ ପ୍ରଦାନ ବ୍ୟବସ୍ଥା ଯୋଗୁଁ ବିଶେଷ ଭାବରେ ଗାଁର ମହିଳାମାନଙ୍କୁ ମିଳିଛି, ରୋଜଗାରର ନୂଆଁ ବାଟ ଏବଂ ଆର୍ଥିକ ସ୍ଥିରତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମକେୱାଇ ପାଳନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ନାବାର୍ଡ-ଗ୍ରାମୀଣ ଭିତ୍ତିଭୂମି ପ୍ରୋତ୍ସାହନ ପାଣ୍ଠି ସାହାଯ୍ୟରେ ଚାଷୀଙ୍କୁ ଗାଈ କିଣିବା ଠାରୁ ଆରମ୍ଭ କରି ଗାଈ ଗୁହାଳ ନିର୍ମାଣ, ଘାସ ଚାଷ, ଭର୍ମିକମ୍ପୋଷ୍ଟ ୟୁନିଟ୍ ପ୍ରତିଷ୍ଠା ଏବଂ ଆଧୁନିକ ଦୁଗ୍ଧ ଉପକରଣ କ୍ରୟ ନିମନ୍ତେ ପ୍ରତ୍ସାହନ ରାଶି ଦିଆଯାଇଛି । ଏହାଦ୍ୱାରା ଝାରବନ୍ଧ ଗ୍ରାମରେ ବସବାସ କରୁଥିବା ମୋଟ ୮୫୬ ଗୋଟି ପରିବାର ମଧ୍ୟରୁ ୨୪୦ ଜଣ ଚାଷୀ ଦୁଗ୍ଧ ସମବାୟର ସଦସ୍ୟ ଭାବେ ନିବନ୍ଧିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ଜଣ ସକ୍ରିୟ ସଦସ୍ୟ ଦୈନିକ ୬୫୦ ଲିଟର ଦୁଗ୍ଧ ସଂଗ୍ରହ ସହ ତାକୁ ବିକ୍ରି ରି ନିୟମିତ ରୋଜଗାର କରି ପାରୁଛନ୍ତି । ବିଭିନ୍ନ ସରକାରୀ ଯୋଜନାର ସଫଳ ସମନ୍ୱୟ ଦ୍ଵାରା ଏହି ଗ୍ରାମରେ ଚାଷୀଙ୍କୁ ଗୋପାଳନ ଯୋଜନା ଅଧୀନରେ ସମବାୟର ୨୧ ଜଣ ସଦସ୍ୟଙ୍କୁ ୩୪ ଗୋଟି ଗାଈ ଏବଂ ଗୋପାଳନ ଯୋଜନା ଅଧୀନରେ ୩ଜଣ ସଦସ୍ୟଙ୍କୁ ୬ ଗୋଟି ମଇଁଷି ପ୍ରଦାନ କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ୧୯ ଗୋଟି ଗାଈ ଗୁହାଳ ନିର୍ମାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଥିବା ଫିମେଲ୍ କାଲ୍‌ଫ ରିୟରିଂ ସ୍କିମ୍ ବାଛୁରୀ ପାଳନ ଯୋଜନା ଅଧୀନରେ ୩୦ ଜଣ ଚାଷୀଙ୍କୁ ମୋଟ ୩୦୦୦ କେଜି ଉନ୍ନତମାନର ବାଛୁରୀ ଖାଦ୍ୟ ପ୍ରଦାନ ସହ ରବର ମ୍ୟାଟ, ଚାଫ୍ କଟର, ଏବଂ ମିଲ୍କିଂ ମେସିନ୍, ସବସିଡି ହାରରେ ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ଥିବା ଫଡର ଡେଭଲପମେଣ୍ଟ ଏଣ୍ଟରପ୍ରେନିଅରସିପ୍ ସ୍କିମ୍ ଅନୁଯାୟୀ ୯ ଜଣ ଚାଷୀଙ୍କ ୬ ଏକର ଜମିରେ ଉନ୍ନତମାନର ପଶୁଖାଦ୍ୟ ଚାଷ ସୁବିଧା କରାଯାଇଛି। ଗ୍ରାମରେ ୨୪ ଗୋଟି ଭର୍ମିକମ୍ପୋଷ୍ଟ ୟୁନିଟ୍ ନିର୍ମାଣ ଏବଂ ନିୟମିତ ପଶୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିବାବେଳେ ପଶୁପାଳନ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ଗୋଟିଏ ମେଗା ଚାରା ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଇଛି। କ୍ଷୀର ଉତ୍ପାଦନ ଏବଂ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ପାଇଁ ନାବାର୍ଡ ଅନ୍ତର୍ଗତ ଏକ ମଡେଲ୍ ‘ଖିର୍ ଧାରା କେନ୍ଦ୍ର’ ସ୍ଥାପନ ପାଇଁ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଛି । ଝାରବନ୍ଧ ଦୁଗ୍ଧ ଗ୍ରାମ ଆଜି କେବଳ ଦୁଗ୍ଧ ଉତ୍ପାଦନରେ ନୁହେଁ, ବରଂ ମହିଳା ସଶକ୍ତିକରଣ, ନିୟମିତ ରୋଜଗାର, ପୌଷ୍ଟିକ ସୁରକ୍ଷା ଓ ଗ୍ରାମୀଣ ଉଦ୍ୟମର ଏକ ସଫଳ ମଡେଲ୍ ଭାବେ ଉଦୟ ହୋଇଛି। ସଂଗଠିତ ଦୁଗ୍ଧ ଚାଷକୁ ଅଙ୍ଗୀକାର କରି, ସ୍ଥାନୀୟ ଚାଷୀମାନଙ୍କୁ ସଶକ୍ତ କରିବା ସହ ସହକାରୀ ଆଧାରିତ ବିକାଶକୁ ପ୍ରୋତ୍ସାହନ ଦିଗରେ ପ୍ରେରଣା ଯୋଗାଇଛି ବୋଲି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

ପଢ଼ନ୍ତୁ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri