ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିରତାକୁ ପ୍ରଦର୍ଶିତ କରୁଛି। କିନ୍ତୁ ଏହି ସଂଖ୍ୟା ପଛରେ ଏକ ଚିନ୍ତାଜନକ ବାସ୍ତବତା ରହିଛି। ଫଳରେ ଚାକିରି ସୃଷ୍ଟି, ଆୟ ସୁରକ୍ଷା କିମ୍ବା ଗ୍ରାମୀଣ ଅର୍ଥନୈତିକ ସ୍ଥିରତାରେ ପର୍ଯ୍ୟାପ୍ତ ଭାବରେ ପରିଣତ ହୋଇନାହିଁ ବୋଲି କୋରାପୁଟ ଏମ୍‌ପି ତଥା ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା ପ୍ରେସ ବିବୃତ୍ତି ମାଧ୍ୟମରେ ଶୁକ୍ରବାର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସର୍ବେକ୍ଷଣ ଅନୁସାରେ ନିଯୁକ୍ତି ସୃଷ୍ଟିରେ ଏ ପର୍ଯ୍ୟନ୍ତ ଦୁର୍ବଳତା ରହିଛି ଏବଂ ଉତ୍ପାଦନ କ୍ଷେତ୍ର ବର୍ଦ୍ଧିତ କର୍ମଶକ୍ତିକୁ ପର୍ଯ୍ୟାପ୍ତ ଭାବେ ଗ୍ରହଣ କରିବାରେ ବିଫଳ ହୋଇଛି। ଯୁବ ବେକାରୀ, ଶ୍ରମର ଅନୌପଚାରିକିକରଣ ଏବଂ ବିଶେଷକରି ଗ୍ରାମୀଣ ଆଦିବାସୀ ଓ ପଛୁଆ ଅଞ୍ଚଳଗୁଡ଼ିକରେ ଏକ ସ୍ଥିର ମଜୁରୀ ପ୍ରଦାନ କରିବାରେ ଲକ୍ଷ ଲକ୍ଷ ଲୋକଙ୍କ ଦୈନନ୍ଦିନ ଜୀବନର ବିଫଳ ହୋଇଥିବା ଦେଖିବାକୁ ମିଳିଛି। ସରକାର ଆର୍ଥତ୍କ ଏକତ୍ରିକରଣକୁ ପ୍ରାଥମିକତା ଦେଉଥିବାବେଳେ ସର୍ବେକ୍ଷଣ ନିରନ୍ତର ନଗଦ ସ୍ଥାନାନ୍ତର, ସାମାଜିକ ଖର୍ଚ୍ଚର ସଙ୍କୋଚନ ଏବଂ ବିକାଶମୂଳକ ଖର୍ଚ୍ଚରୁ ବାହାରକୁ ଯିବାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଚିନ୍ତା ପ୍ରକଟ କରୁଛି ବୋଲି ଏମ୍‌ପି ଉଲାକା ଉଲେଖ କରିଛନ୍ତି । ଆର୍ଥତ୍କ ଶୃଙ୍ଖଳା ନାମରେ ଏମଜିଏନଆରଇଜିଏସ୍‌କୁ ଦୁର୍ବଳ କରିବା, ମଜୁରୀକୁ ବିଳମ୍ବ, ପେନସନକୁ ସଙ୍କୁଚିତ ଏବଂ ଗ୍ରାମୀଣ ବିକାଶକୁ ଦୁର୍ବଳ କରିବା ପାଇଁ ଏହାକୁ ଏକ ଯଥାର୍ଥତା ଭାବରେ ବ୍ୟବହାର କରାଯାଉଛି ବୋଲି ଏମ୍‌ପି କହିଛନ୍ତି। ଫଳରେ ଏଭଳି ପଦକ୍ଷେପ ସିଧାସଳଖ ଗରିବ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଅର୍ଥନୀତିର ଚାହିଦାକୁ ଦମନ କରୁଛି। ତୃଣମୂଳସ୍ତରରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡିକୁ କ୍ରମାଗତ ଭାବେ ଦୁର୍ବଳ କରାଯାଉଛି ବୋଲି ସପ୍ତଗିରି ଅଭିଯୋଗ କରିଛନ୍ତି। ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ଆବଶ୍ୟକୀୟ ଗ୍ରାମସଭାଗୁଡିକୁ ଅଣଦେଖା କରାଯାଉଛି ଏବଂ ଜଳ ଜୀବନ ମିଶନ ଓ ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମ ପରି ପ୍ରମୁଖ ଯୋଜନାରେ ବିଳମ୍ବ ହେଉଛି। ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ମଧ୍ୟ ବିଫଳତାର ଶିକାର ହେଉଛି ବୋଲି କହିଛନ୍ତି। ବର୍ତ୍ତମାନର ସରକାର ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡିକ ସପକ୍ଷରେ ଢ଼ଳି ରହୁଥିବା ବେଳେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୁଡିକ ବିଭିନ୍ନ ସମସ୍ୟା ନେଇ ଅନିଶ୍ଚିତତା ସହ ନିରନ୍ତର ଭାବେ ସଂଘର୍ଷ କରୁଛନ୍ତି। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ଏବଂ ପ୍ରକୃତ ବିକାଶ ହେବ ବୋଲି ସେ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?