ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ ଗ୍ରାମ ଆଜି ଏକ ସଫଳ ଓ ଅନୁକରଣୀୟ ମଡେଲ୍ ଭାବେ ପରିଚିତ । ସହକାରୀ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଏବଂ ସରକାରୀ ଯୋଜନାମାନଙ୍କର ସଠିକ୍ ସମନ୍ୱୟ ମାଧ୍ୟମରେ ଏହି ଗ୍ରାମରେ ଦୁଗ୍ଧ ଚାଷକୁ ଏକ ସ୍ଥାୟୀ ଜୀବିକା ମଡେଲ୍ ଭାବେ ପରିଣତ କରି ପାରିଛି ଏବଂ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ ହୋଇ ପାରିଛି ବୋଲି ଶୁକ୍ରବାର ବରଗଡ଼ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି, ବରଗଡ ଜିଲା ପ୍ରଶାସନ ଏବଂ ସମଲେଶ୍ଵରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘର ମିଳିତ ସହଯୋଗରେ ପ୍ରତିଷ୍ଠିତ ଏହି ଦୁଗ୍ଧ ଗ୍ରାମରେ, ପ୍ରତିଦିନ ଚାଷୀମାନେ ଏକତ୍ରିତ ହୋଇ ସମବାୟ ମାଧ୍ୟମରେ କ୍ଷୀର ସଂଗ୍ରହ କରିବା ସହ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କ୍ଷୀରର ଗୁଣବତ୍ତାକୁ ପରୀକ୍ଷା କରିବା ପରେ ନିକଟସ୍ଥ ଡେରି ପ୍ଳାଣ୍ଟକୁ ପଠାଇ ସଠିକ ମୂଲ୍ୟରେ ବିକ୍ରି କରିଥାନ୍ତି । ସମବାୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ ସହ ଦୈନିକ ଦୁଗ୍ଧ କାର୍ଯ୍ୟକଳାପରେ ନିୟୋଜନ ଏବଂ ସମସାମୟିକ ଦେୟ ପ୍ରଦାନ ବ୍ୟବସ୍ଥା ଯୋଗୁଁ ବିଶେଷ ଭାବରେ ଗାଁର ମହିଳାମାନଙ୍କୁ ମିଳିଛି, ରୋଜଗାରର ନୂଆଁ ବାଟ ଏବଂ ଆର୍ଥିକ ସ୍ଥିରତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମକେୱାଇ ପାଳନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ନାବାର୍ଡ-ଗ୍ରାମୀଣ ଭିତ୍ତିଭୂମି ପ୍ରୋତ୍ସାହନ ପାଣ୍ଠି ସାହାଯ୍ୟରେ ଚାଷୀଙ୍କୁ ଗାଈ କିଣିବା ଠାରୁ ଆରମ୍ଭ କରି ଗାଈ ଗୁହାଳ ନିର୍ମାଣ, ଘାସ ଚାଷ, ଭର୍ମିକମ୍ପୋଷ୍ଟ ୟୁନିଟ୍ ପ୍ରତିଷ୍ଠା ଏବଂ ଆଧୁନିକ ଦୁଗ୍ଧ ଉପକରଣ କ୍ରୟ ନିମନ୍ତେ ପ୍ରତ୍ସାହନ ରାଶି ଦିଆଯାଇଛି । ଏହାଦ୍ୱାରା ଝାରବନ୍ଧ ଗ୍ରାମରେ ବସବାସ କରୁଥିବା ମୋଟ ୮୫୬ ଗୋଟି ପରିବାର ମଧ୍ୟରୁ ୨୪୦ ଜଣ ଚାଷୀ ଦୁଗ୍ଧ ସମବାୟର ସଦସ୍ୟ ଭାବେ ନିବନ୍ଧିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୫ ଜଣ ସକ୍ରିୟ ସଦସ୍ୟ ଦୈନିକ ୬୫୦ ଲିଟର ଦୁଗ୍ଧ ସଂଗ୍ରହ ସହ ତାକୁ ବିକ୍ରି ରି ନିୟମିତ ରୋଜଗାର କରି ପାରୁଛନ୍ତି । ବିଭିନ୍ନ ସରକାରୀ ଯୋଜନାର ସଫଳ ସମନ୍ୱୟ ଦ୍ଵାରା ଏହି ଗ୍ରାମରେ ଚାଷୀଙ୍କୁ ଗୋପାଳନ ଯୋଜନା ଅଧୀନରେ ସମବାୟର ୨୧ ଜଣ ସଦସ୍ୟଙ୍କୁ ୩୪ ଗୋଟି ଗାଈ ଏବଂ ଗୋପାଳନ ଯୋଜନା ଅଧୀନରେ ୩ଜଣ ସଦସ୍ୟଙ୍କୁ ୬ ଗୋଟି ମଇଁଷି ପ୍ରଦାନ କରାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ୧୯ ଗୋଟି ଗାଈ ଗୁହାଳ ନିର୍ମାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଥିବା ଫିମେଲ୍ କାଲ୍‌ଫ ରିୟରିଂ ସ୍କିମ୍ ବାଛୁରୀ ପାଳନ ଯୋଜନା ଅଧୀନରେ ୩୦ ଜଣ ଚାଷୀଙ୍କୁ ମୋଟ ୩୦୦୦ କେଜି ଉନ୍ନତମାନର ବାଛୁରୀ ଖାଦ୍ୟ ପ୍ରଦାନ ସହ ରବର ମ୍ୟାଟ, ଚାଫ୍ କଟର, ଏବଂ ମିଲ୍କିଂ ମେସିନ୍, ସବସିଡି ହାରରେ ଯୋଗାଇ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ଥିବା ଫଡର ଡେଭଲପମେଣ୍ଟ ଏଣ୍ଟରପ୍ରେନିଅରସିପ୍ ସ୍କିମ୍ ଅନୁଯାୟୀ ୯ ଜଣ ଚାଷୀଙ୍କ ୬ ଏକର ଜମିରେ ଉନ୍ନତମାନର ପଶୁଖାଦ୍ୟ ଚାଷ ସୁବିଧା କରାଯାଇଛି। ଗ୍ରାମରେ ୨୪ ଗୋଟି ଭର୍ମିକମ୍ପୋଷ୍ଟ ୟୁନିଟ୍ ନିର୍ମାଣ ଏବଂ ନିୟମିତ ପଶୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିବାବେଳେ ପଶୁପାଳନ ଏବଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ଗୋଟିଏ ମେଗା ଚାରା ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଇଛି। କ୍ଷୀର ଉତ୍ପାଦନ ଏବଂ ପ୍ରକ୍ରିୟାକରଣକୁ ପ୍ରୋତ୍ସାହିତ କରିବା ପାଇଁ ନାବାର୍ଡ ଅନ୍ତର୍ଗତ ଏକ ମଡେଲ୍ ‘ଖିର୍ ଧାରା କେନ୍ଦ୍ର’ ସ୍ଥାପନ ପାଇଁ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଛି । ଝାରବନ୍ଧ ଦୁଗ୍ଧ ଗ୍ରାମ ଆଜି କେବଳ ଦୁଗ୍ଧ ଉତ୍ପାଦନରେ ନୁହେଁ, ବରଂ ମହିଳା ସଶକ୍ତିକରଣ, ନିୟମିତ ରୋଜଗାର, ପୌଷ୍ଟିକ ସୁରକ୍ଷା ଓ ଗ୍ରାମୀଣ ଉଦ୍ୟମର ଏକ ସଫଳ ମଡେଲ୍ ଭାବେ ଉଦୟ ହୋଇଛି। ସଂଗଠିତ ଦୁଗ୍ଧ ଚାଷକୁ ଅଙ୍ଗୀକାର କରି, ସ୍ଥାନୀୟ ଚାଷୀମାନଙ୍କୁ ସଶକ୍ତ କରିବା ସହ ସହକାରୀ ଆଧାରିତ ବିକାଶକୁ ପ୍ରୋତ୍ସାହନ ଦିଗରେ ପ୍ରେରଣା ଯୋଗାଇଛି ବୋଲି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି।

ପଢ଼ନ୍ତୁ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?