Posted inଜାତୀୟ

ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ବୁଧବାର କୃଷକ ନେତାମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି। ଆଇନ ଏବଂ ଏହାକୁ ନେଇ ସୃଷ୍ଟ ଅଚଳାବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ଏକ ମିିଳିତ କମିଟି ଗଠନ ଲାଗି ମଧ୍ୟ ସରକାର ରାଜି ହୋଇଛନ୍ତି। ତେବେ ସରକାର ଦେଇଥିବା ପ୍ରସ୍ତାବଗୁଡ଼ିକୁ ଚାଷୀ ସଂଗଠନଗୁଡ଼ିକ ଗ୍ରହଣ କରିନାହାନ୍ତି। ସେମାନେ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ଗୁରୁବାର ଚାଷୀ ସଂଗଠନଗୁଡ଼ିକ ପରସ୍ପର ମଧ୍ୟରେ ଆଲୋଚନା କରିବେ। ଆସନ୍ତା ୨୨ ତାରିଖରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବୁଧବାର ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଇନକୁ ସ୍ଥଗିତ ରଖିବା ଲାଗି ସରକାର ପ୍ରସ୍ତାବ ଦେଇଥିବାବେଳେ କୃଷକ ନେତାମାନେ ଏଥିରେ ରାଜି ହୋଇ ନ ଥିଲେ। ତଥାପି ଗୁରୁବାର ଏହା ଉପରେ ବିଚାର କରିବାକୁ ସେମାନେ କହିଥିବା ଭାରତୀୟ କିଷାନ ୟୁନିୟନ (ଉଗ୍ରହଣ)ର ସଭାପତି ଯୋଗୀନ୍ଦର ସିଂ ଉଗ୍ରହଣ ସୂଚନା ଦେଇଛନ୍ତି। ସରକାର ଏକ ମିଳିତ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଉକ୍ତ କମିଟି ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ପାଇଁ ଆଇନକୁ ସ୍ଥଗିତ ରଖିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ୩ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡ଼ିକ ଅଟଳ ରହିଛନ୍ତି। ତେବେ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରି ପରବର୍ତ୍ତୀ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି।
ଆଲୋଚନା ବେଳେ ଆଇନରେ ସଂଶୋଧନ ପାଇଁ ସରକାର ପ୍ରସ୍ତାବ ଦେଇଥିଲେ ହେଁ କୃଷକ ସଂଗଠନ ଏହାକୁ ଗ୍ରହଣ କରି ନ ଥିଲା। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରସଙ୍ଗରେ ଆଲୋଚନାକୁ କେନ୍ଦ୍ର ଏଡାଇଯାଇଥିବା କୃଷକ ନେତାମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଦୁଇମାସରେ ପହଞ୍ଚତ୍ବାକୁ ଯାଉଛି। ଉକ୍ତ ଆଇନ ବିରୋଧରେ ଏକାଧିକ ପିଟିଶନ୍‌ର ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଅଚଳାବସ୍ଥାର ସମାଧାନ ଲାଗି ସର୍ବୋଚ୍ଚ ଅଦାଲତ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କେତେଜଣ କୃଷକଙ୍କ ପାଖକୁ ଏନ୍‌ଆଇଏ ନୋଟିସ୍‌ ପଠାଇଥିବାରୁ ଆଲୋଚନା ବେଳେ ଚାଷୀ ନେତାମାନେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। ଏ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ସରକାରଙ୍କ ପ୍ରତିନିଧିମାନେ କହିଥିଲେ। ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପଞ୍ଜାବ ଏମ୍‌ପି ସୋମ ପ୍ରକାଶ ଆଲୋଚନାରେ ଭାଗ ନେଇଥିଲେ। ଏହା ପୂର୍ବରୁ ସେମାନେ ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ। ଦଶମ ପର୍ଯ୍ୟାୟ ଆଲୋଚନା ୧୯ରେ ହେବା ପାଇଁ ପୂର୍ବରୁ ସ୍ଥିର ହୋଇଥିବାବେଳେ ପରେ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?