Posted inଜାତୀୟ

ରବର ଷ୍ଟାମ୍ପ୍‌ ଭଳି କାମ କରିବାକୁ ଚାହୁଁଛନ୍ତି ସରକାର…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ନ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଏହାକୁ ନେଇ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ବିରୋଧୀ ଦଳ ଏନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସ ଏମ୍‌ପି ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶଶି କହିଛନ୍ତି ସରକାର ରବର ଷ୍ଟାମ୍ପ୍‌ ଭଳି କାମ କରିବାକୁ ଚାହୁଁଛନ୍ତି। କରୋନା ମହାମାରୀ ସଙ୍କଟରେ ସୁରକ୍ଷାର କଥା କହି ସରକାର ଗଣତାନ୍ତ୍ରିକ ଅଧିକାରକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ କରୁଛନ୍ତି। ବିରୋଧୀ ଦଳ ସବୁବେଳେ ଜଗୁଆଳି ଭଳି କାମ କରିଥାନ୍ତି। ତେବେ ଜାଣି ଶୁଣି ସରକାର ଏଭଳି କରୁଥିବା ଶଶି ଅଭିଯୋଗ କରିଛନ୍ତି। ଶଶି ଟୁଇଟ୍‌ କରି କହିଛନ୍ତି ଯେ କରୋନା ମହାମାରୀକୁ ଅସ୍ତ୍ର କରି ସରକାର ଦେଶରୁ ଗଣତନ୍ତ୍ରର ଲୋପ କରିବାର ମସୁଧା କରୁଛନ୍ତି। ସରକାର ସଂସଦକୁ ଏକ ନୋଟିସ୍‌ ବୋର୍ଡ ଭଳି ରୂପ ଦେବାକୁ ଷଡ଼ଯନ୍ତ୍ର କରୁଥିବା ଶଶି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୮ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୭ : ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବ ହେତୁ ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଲଗାତାର ବର୍ଷା ଯୋଗୁ...

ଅଭିଯୁକ୍ତ ଶଙ୍କରଙ୍କ ଯୁକ୍ତି: ବିମାନରେ ସେ ନୁହନ୍ତି, ବରଂ ମହିଳା ନିଜେ ନିଜ ଉପରେ କରିଥିଲେ ପରିସ୍ରା…

ନୂଆଦିଲ୍ଲୀ,୧୩।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ନୂଆ ମୋଡ। ଅଭିଯୁକ୍ତ ଶଙ୍କର ମିଶ୍ର କୋର୍ଟରେ ଭିନ୍ନ କାହାଣୀ ଉପସ୍ଥାପନ...

ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜରିମାନା: ଜମା ନ କଲେ ୩ ମାସ ଜେଲଦଣ୍ଡ

ନୂଆଦିଲ୍ଲୀ, ୩୧।୮: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାମଲାର ବିଚାର କରି ସୁପ୍ରିମ୍‌କୋର୍ଟ ସୋମବାର ଟଙ୍କାଏ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫...

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ...

ସିଏଏ ବିରୋଧରେ ସୁପ୍ରିମ୍‌କୋର୍ଟ ପହଞ୍ଚିଲା ଜାତିସଂଘ

ନୂଆଦିଲ୍ଲୀ,୩।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଜାତିସଂଘ ମାନବାଧିକାର କମିଶନ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ...

କ୍ୟାବ୍‌ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା: ଯୁବତୀ କହିଲେ ‘ଆତ୍ମସୁରକ୍ଷା ପାଇଁ ମାରିଛି’

ଲକ୍ଷ୍ନୌ,୫।୮: ଯୁକ୍ତିତର୍କ ପରେ କ୍ୟାବ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା ମାରିଥିବା ଯୁବତୀଙ୍କୁ ଏବେ ମଧ୍ୟ ଗିରଫ କରିନାହିଁ ଲକ୍ଷ୍ନୌ ପୋଲିସ। ଯୁବତୀଙ୍କ ନାଁରେ ମାମଲା...

ସାର୍ବଜନୀକ ହେବ ନାହିଁ ଜାତିଗତ ଜନଗଣନା ତଥ୍ୟ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ ୨୦୧୧ ଜନଗଣନାରେ ପ୍ରକାଶିତ ସାମାଜିକ-ଆର୍ଥିକ ପଛୁଆବର୍ଗର ପରିସଂଖ୍ୟାନ ତଥ୍ୟ ସାର୍ବଜନୀକ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କେନ୍ଦ୍ରର ଯୁକ୍ତିକୁ ଗ୍ରହଣ...

ଅବସର ନେବ ବାୟୁସେନା ଯୁଦ୍ଧ ବିମାନ ମିଗ-୨୭

ନୂଆଦିଲ୍ଲୀ,୪।୧୧: ଦୀର୍ଘ ୩୫ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଯୁଦ୍ଧ ବିମାନ ମିଗ୍‌-୨୭କୁ ଆଗାମୀ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟରୁ ନିବୃତ୍ତ...

Advertisement
Archives

Model This Week