Posted inଜାତୀୟ

ଆଲୋଚନା ଲାଗି ପରିବେଶ ସୃଷ୍ଟି କରନ୍ତୁ ସରକାର

ନୂଆଦିଲ୍ଲୀ, ୧।୨(ପି.ଟି.): ଆନ୍ଦୋଳନକାରୀ କୃଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବେ। ଏଥିସହିତ ସେମାନଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ରହିବେ ବୋଲି ଭାରତୀୟ କିଷାନ ସଂଘ (ବିକେୟୁ) ମୁଖ୍ୟ ନରେଶ ଟିକାଏତ୍‌ ରବିବାର କହିଛନ୍ତି। ସରକାର ଆଲୋଚନା ଲାଗି ଗୋଟିଏ ମାତ୍ର ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବାର ଦିନକ ପରେ ଟିକାଏତ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ସରକାର ଚାଷୀନେତାମାନଙ୍କୁ ମୁକ୍ତ କରିବା ସହ ଆଲୋଚନା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କଲେ ଏକ ସମ୍ମାନଜନକ ସମାଧାନରେ ପହଞ୍ଚତ୍ହେବ ବୋଲି କୃଷକ ନେତା ଟିକାଏତ୍‌ କହିଛନ୍ତି।
ଏକ ମଧ୍ୟବର୍ତ୍ତୀ ମାର୍ଗ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚାପରେ କୌଣସି କଥାକୁ ଚାଷୀମାନେ କଦାପି ମାନିନେବେ ନାହିଁ। ସରକାର କିମ୍ବା ପାର୍ଲାମେଣ୍ଟ ସେମାନଙ୍କ ନିକଟରେ ମୁଣ୍ଡ ନୁଆଁଉ ଏହା ଚାଷୀ ଚାହାନ୍ତି ନାହିଁ। ସେହିପରି ଚାଷୀମାନଙ୍କ ଆତ୍ମମର୍ଯ୍ୟାଦାର ସୁରକ୍ଷା ହେବା ଆବଶ୍ୟକ ବୋଲି ବିକେୟୁ ନେତା କହିଛନ୍ତି।
ଶନିବାର ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଆନ୍ଦୋଳନରତ ଚାଷୀଙ୍କୁ କୃଷି ଆଇନର ପ୍ରସ୍ତାବ ଦେଇଥିଲେ, ଯାହା ଏବେ ବି ଅନାଲୋଚିତ ରହିଛି। ଗତ ୨୬ ତାରିଖରେ ରାଜଧାନୀରେ ହିଂସା ପରେ ଆଲୋଚନା ଲାଗି କେନ୍ଦ୍ର ସରକାର ଏକ ଫୋନ୍‌ କଲ୍‌କୁ ଅପେକ୍ଷା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ୨୬ ତାରିଖ ହିଂସା ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ତ୍ରରଙ୍ଗା ସବୁଠୁ ଊର୍ଦ୍ଧ୍ୱରେ। ଏହାକୁ ଅସମ୍ମାନିତ କରିବାକୁ କାହାକୁ ଦେବୁନାହିଁ ବୋଲି ଟିକାଏତ୍‌ କହିଛନ୍ତି। ଦିଲ୍ଲୀ ପୋଲିସ ସାଧାରଣତନ୍ତ୍ର ଦିବସ ହିଂସା ଘଟଣାରେ ପାଖାପାଖି ୪୦ ମାମଲା ଦାଏର କରିବା ସହ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଛି। ସେମାନଙ୍କୁ ସରକାର ଛାଡ଼ିଦେବା ସହ ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରନ୍ତୁ ବୋଲି ଟିକାଏତ ଦୋହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri