ସରକାରୀ ବିହନ: ଭରସା ତୁଟିଛି

ଯାଜପୁର,୨୫।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଏଯାଏ ଆବଶ୍ୟକ ବର୍ଷା ହୋଇ ନ ଥିଲେ ହେଁ ଚାଷୀ ଆଗ୍ରହର ସହିତ ଧାନବୁଣା, ତଳିପକା, କ୍ଷେତ୍ର ପ୍ରସ୍ତୁତ ଆଦିରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଚଳିତ ବର୍ଷ ଧାନ ବିହନର ଅଭାବ ପରିଲକ୍ଷିତ ହୋଇଛି। ସରକାରୀ ଧାନ ବିହନର ମାନ ଉପରେ ଚାଷୀଙ୍କ ଭରସା ସେତେଟା ରହୁ ନଥିବାରୁ କୃଷି ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ୨୧ା୮ା୨୦୨୩ ସୁଦ୍ଧା ରାଜ୍ୟରେ ଆବଶ୍ୟକ ଥିବା ୨୦୯୩୦୦.୧ କୁଇଣ୍ଟାଲ ଧାନ ବିହନ ମଧ୍ୟରୁ ମାତ୍ର ୮୮୩୬୨.୪୫ କୁଇଣ୍ଟାଲ ଉଠାଣ ହୋଇଛି। ଏହାବାଦ ଚାଷୀଙ୍କ ପାଖକୁ ମାତ୍ର ୮୦୬୨୧.୮୮ କୁଇଣ୍ଟାଲ ଧାନ ବିହନ ପହଞ୍ଚିଛି, ଯାହାକି ଆବଶ୍ୟକତାଠାରୁ ମାତ୍ର ୩୮.୫୨%। ସେଥିରୁ ଯାଜପୁର ଜିଲାରେ ଆବଶ୍ୟକ ୩୯୨୩ କୁଇଣ୍ଟାଲ ମଧ୍ୟରୁ ୧୬୫୯.୬ କୁଇଣ୍ଟାଲ ପାକ୍ସ ଜରିଆରେ ଉଠାଣ ହୋଇଥିବାବେଳେ ଚାଷୀଙ୍କୁ ମାତ୍ର ୧୩୨୯ କୁଇଣ୍ଟାଲ ବିକ୍ରି ହୋଇଛି। ଏହା ସମୁଦାୟ ପରିମାଣର ମାତ୍ର ୩୩.୮୮%। ଚାଷୀଙ୍କ ପ୍ରାରମ୍ଭିକ ଚାଷ ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଉପରୋକ୍ତ ପରିମାଣ ସରକାରୀ ଧାନ ବିହନ ବ୍ୟବହାର ହୋଇଛି। ଏଥିରୁ ସରକାରୀ ଧାନର ମାନ ଉପରେ ଚାଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସ୍ପଷ୍ଟ ମନେହେଉଛି। ଏହି ବିହନରୁ ଶତପ୍ରତିଶତ ଗଛ ଉଠୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଅଗଷ୍ଟରେ ଏଯାଏ ନିର୍ଦ୍ଧାରିତ ପରିମାଣର ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଛି।
ଅଧିକ ଅମଳକ୍ଷମ ଏବଂ ରୋଗପୋକ ସହନଶୀଳ ଶକ୍ତି ଥିବା ଧାନ ବିହନ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ସରକାରୀ ଧାନ ବୁଣିଲେ କ୍ଷେତରେ ମାତ୍ର ୬୦ ପ୍ରତିଶତ ଗଛ ହେଉଛି। ତେଣୁ ଚାଷୀ ନିଜେ ପ୍ରସ୍ତୁତ କରିଥିବା ବିହନ ଉପରେ ଭରସା କରୁଛନ୍ତି। ସ୍ବର୍ଣ୍ଣ, ସ୍ବର୍ଣ୍ଣ-୧, ଲଲାଟ ଆଦି ବିହନ ଉପରେ ଚାଷୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜିଲାର ୪୧ଟି ସମବାୟ ସମିତିକୁ ବିହନ ବିକ୍ରି ପାଇଁ ରିହାତି ଦରରେ ଚଳିତବର୍ଷ ଅନୁମତି ଦିଆଯାଇଛି। ଏଥିରେ କଳାଚମ୍ପା, ସ୍ବର୍ଣ୍ଣ-୭୦୨୯, ପୂଜା, ସ୍ବର୍ଣ୍ଣ ସବ-୧ ଧାନ ବିହନ ଉପରେ ଚାଷୀ ଅଧିକ ଭରସା କରୁଥିବା ଜଣାପଡିଛି। ସରକାରୀ ବିହନ ବିକ୍ରିର ଘରୋଇକରଣ କରାଯାଇଥିଲେ ମଧ୍ୟ ଏହାର କିଣା ଓ ବିକ୍ରି ଉପରେ କୃଷି ବିଭାଗର କୌଣସି ନିୟନ୍ତ୍ରଣ ରହୁ ନ ଥିବାରୁ ଏହା ଏବେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି ପେଟ୍ରୋଲ, ଡିଜେଲ ମୂଲ୍ୟର ଆଶାତୀତ ବୃଦ୍ଧି ସହ ରାସାୟନିକ ସାରର କଳାବଜାର ଯୋଗୁ ଚାଷୀ ମହଲରେ ଭାଳେଣି ପଡ଼ିଛି। କୃଷି ଯନ୍ତ୍ରପାତି ଡିଜେଲରେ ଚାଲୁଥିବାରୁ ଚଳିତବର୍ଷ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ କେତେବେଳେ ମେଘାଚ୍ଛନ୍ନ ତ କେତେବେଳେ ମେଘମୁକ୍ତ ଆକାଶ। କିଛି ଦିନ ଗରମ ମଧ୍ୟ ଆରମ୍ଭ ହୋଇଯାଇଛି, ଯାହାକି ବୈଶାଖର ତାତିଠାରୁ ବି ଉତ୍କଟ। ଜିଲାରେ ଗତ ଜୁଲାଇରେ ସ୍ବାଭାବିକ ବର୍ଷାଠାରୁ ୩୭% କମ୍‌ ବର୍ଷା ହୋଇଥିଲା। ବିଗତ ଲଘୁଚାପ ସତ୍ତ୍ବେ ଯାଜପୁର ଜିଲାର ୧୦ ବ୍ଲକରେ ଆଶାନୁରୂପ ବର୍ଷା ହୋଇନାହିଁ। ଅଗଷ୍ଟରେ ସ୍ବାଭାବିକ ଭାବେ ହାରାହାରି ୩୪୧.୨ ମି.ମି. ବର୍ଷା ହେବା କଥା। କିନ୍ତୁ ଗୁରୁବାର ସୁଦ୍ଧା ମାତ୍ର ୨୬୧.୪୪ ମି.ମି. ବର୍ଷା ହୋଇଛି। ସେଥିରୁ କଳାପଥର ଖାଦାନର ଭୂସ୍ବର୍ଗ ଭାବେ ପରିଚିତ ଧର୍ମଶାଳା ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୧୬୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏବେ ବର୍ଷା ହେଲେ ମଧ୍ୟ ପାଣି ଛିଞ୍ଚିଲା ଭଳି ହେଉଛ। ଏଭଳି ପାଣିପାଗ ଯୋଗୁ ଚାଷୀ ଆତଙ୍କିତ ହୋଇପଡିଛନ୍ତି। ଚାଷ ଜମିଗୁଡ଼ିକର ଅବସ୍ଥା ଖରାପ ହୋଇଗଲାଣି। ବର୍ଷା ଅଭାବରୁ ରୁଆ ବେଉଷଣରେ ବାଧା ସାଜିଛି। ଜଳସେଚନର ବିଶେଷ ସୁବିଧା ନ ଥିବା ଯାଜପୁର ଜିଲାରେ ସାଧାରଣତଃ ୮୦ ଭାଗ ବୁଣାଧାନ ଓ ୨୦ ଭାଗ ପହ୍ଲା ରୁଆ କରାଯାଇଥାଏ । ସମ୍ପ୍ରତି ବର୍ଷା ଅଭାବ ଯୋଗୁ ପହ୍ଲାଗୁଡିକ ହଳଦିଆ ହୋଇଗଲାଣି। ଯେଉଁମାନଙ୍କ ରୁଆ ସରିଲାଣି ସେହି ଜମି ଶୁଖିଲା ପଡ଼ିଛି। ଏହିକ୍ରମରେ ପ୍ରକୃତିର କ୍ରୂର ଉପହାସ ଯୋଗୁ ଚଳିତବର୍ଷ ଏଅଞ୍ଚଳର ଚାଷୀମାନେ ଆଉ ଏକ ମରୁଡ଼ିର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷେ ସରକାରୀ ଧାନର ବିକ୍ରି ଆଶାନୁରୂପ ହେଉ ନ ଥିବାରୁ ରାଜ୍ୟ ସମବାୟ ସମିତିର ଆର୍‌ସିଏସ୍‌ ଚିନ୍ତାବ୍ୟକ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତ ଏଆର୍‌ସିଏସ୍‌ ଓ ଡିଆର୍‌ସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri