ସରକାରୀ ବିହନ: ଭରସା ତୁଟିଛି

ଯାଜପୁର,୨୫।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଏଯାଏ ଆବଶ୍ୟକ ବର୍ଷା ହୋଇ ନ ଥିଲେ ହେଁ ଚାଷୀ ଆଗ୍ରହର ସହିତ ଧାନବୁଣା, ତଳିପକା, କ୍ଷେତ୍ର ପ୍ରସ୍ତୁତ ଆଦିରେ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଚଳିତ ବର୍ଷ ଧାନ ବିହନର ଅଭାବ ପରିଲକ୍ଷିତ ହୋଇଛି। ସରକାରୀ ଧାନ ବିହନର ମାନ ଉପରେ ଚାଷୀଙ୍କ ଭରସା ସେତେଟା ରହୁ ନଥିବାରୁ କୃଷି ବିଭାଗୀୟ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ୨୧ା୮ା୨୦୨୩ ସୁଦ୍ଧା ରାଜ୍ୟରେ ଆବଶ୍ୟକ ଥିବା ୨୦୯୩୦୦.୧ କୁଇଣ୍ଟାଲ ଧାନ ବିହନ ମଧ୍ୟରୁ ମାତ୍ର ୮୮୩୬୨.୪୫ କୁଇଣ୍ଟାଲ ଉଠାଣ ହୋଇଛି। ଏହାବାଦ ଚାଷୀଙ୍କ ପାଖକୁ ମାତ୍ର ୮୦୬୨୧.୮୮ କୁଇଣ୍ଟାଲ ଧାନ ବିହନ ପହଞ୍ଚିଛି, ଯାହାକି ଆବଶ୍ୟକତାଠାରୁ ମାତ୍ର ୩୮.୫୨%। ସେଥିରୁ ଯାଜପୁର ଜିଲାରେ ଆବଶ୍ୟକ ୩୯୨୩ କୁଇଣ୍ଟାଲ ମଧ୍ୟରୁ ୧୬୫୯.୬ କୁଇଣ୍ଟାଲ ପାକ୍ସ ଜରିଆରେ ଉଠାଣ ହୋଇଥିବାବେଳେ ଚାଷୀଙ୍କୁ ମାତ୍ର ୧୩୨୯ କୁଇଣ୍ଟାଲ ବିକ୍ରି ହୋଇଛି। ଏହା ସମୁଦାୟ ପରିମାଣର ମାତ୍ର ୩୩.୮୮%। ଚାଷୀଙ୍କ ପ୍ରାରମ୍ଭିକ ଚାଷ ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଉପରୋକ୍ତ ପରିମାଣ ସରକାରୀ ଧାନ ବିହନ ବ୍ୟବହାର ହୋଇଛି। ଏଥିରୁ ସରକାରୀ ଧାନର ମାନ ଉପରେ ଚାଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସ୍ପଷ୍ଟ ମନେହେଉଛି। ଏହି ବିହନରୁ ଶତପ୍ରତିଶତ ଗଛ ଉଠୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଅଗଷ୍ଟରେ ଏଯାଏ ନିର୍ଦ୍ଧାରିତ ପରିମାଣର ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଛନକା ପଶିଛି।
ଅଧିକ ଅମଳକ୍ଷମ ଏବଂ ରୋଗପୋକ ସହନଶୀଳ ଶକ୍ତି ଥିବା ଧାନ ବିହନ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଅନ୍ୟପକ୍ଷେ ସରକାରୀ ଧାନ ବୁଣିଲେ କ୍ଷେତରେ ମାତ୍ର ୬୦ ପ୍ରତିଶତ ଗଛ ହେଉଛି। ତେଣୁ ଚାଷୀ ନିଜେ ପ୍ରସ୍ତୁତ କରିଥିବା ବିହନ ଉପରେ ଭରସା କରୁଛନ୍ତି। ସ୍ବର୍ଣ୍ଣ, ସ୍ବର୍ଣ୍ଣ-୧, ଲଲାଟ ଆଦି ବିହନ ଉପରେ ଚାଷୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ଜିଲାର ୪୧ଟି ସମବାୟ ସମିତିକୁ ବିହନ ବିକ୍ରି ପାଇଁ ରିହାତି ଦରରେ ଚଳିତବର୍ଷ ଅନୁମତି ଦିଆଯାଇଛି। ଏଥିରେ କଳାଚମ୍ପା, ସ୍ବର୍ଣ୍ଣ-୭୦୨୯, ପୂଜା, ସ୍ବର୍ଣ୍ଣ ସବ-୧ ଧାନ ବିହନ ଉପରେ ଚାଷୀ ଅଧିକ ଭରସା କରୁଥିବା ଜଣାପଡିଛି। ସରକାରୀ ବିହନ ବିକ୍ରିର ଘରୋଇକରଣ କରାଯାଇଥିଲେ ମଧ୍ୟ ଏହାର କିଣା ଓ ବିକ୍ରି ଉପରେ କୃଷି ବିଭାଗର କୌଣସି ନିୟନ୍ତ୍ରଣ ରହୁ ନ ଥିବାରୁ ଏହା ଏବେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି ପେଟ୍ରୋଲ, ଡିଜେଲ ମୂଲ୍ୟର ଆଶାତୀତ ବୃଦ୍ଧି ସହ ରାସାୟନିକ ସାରର କଳାବଜାର ଯୋଗୁ ଚାଷୀ ମହଲରେ ଭାଳେଣି ପଡ଼ିଛି। କୃଷି ଯନ୍ତ୍ରପାତି ଡିଜେଲରେ ଚାଲୁଥିବାରୁ ଚଳିତବର୍ଷ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ କେତେବେଳେ ମେଘାଚ୍ଛନ୍ନ ତ କେତେବେଳେ ମେଘମୁକ୍ତ ଆକାଶ। କିଛି ଦିନ ଗରମ ମଧ୍ୟ ଆରମ୍ଭ ହୋଇଯାଇଛି, ଯାହାକି ବୈଶାଖର ତାତିଠାରୁ ବି ଉତ୍କଟ। ଜିଲାରେ ଗତ ଜୁଲାଇରେ ସ୍ବାଭାବିକ ବର୍ଷାଠାରୁ ୩୭% କମ୍‌ ବର୍ଷା ହୋଇଥିଲା। ବିଗତ ଲଘୁଚାପ ସତ୍ତ୍ବେ ଯାଜପୁର ଜିଲାର ୧୦ ବ୍ଲକରେ ଆଶାନୁରୂପ ବର୍ଷା ହୋଇନାହିଁ। ଅଗଷ୍ଟରେ ସ୍ବାଭାବିକ ଭାବେ ହାରାହାରି ୩୪୧.୨ ମି.ମି. ବର୍ଷା ହେବା କଥା। କିନ୍ତୁ ଗୁରୁବାର ସୁଦ୍ଧା ମାତ୍ର ୨୬୧.୪୪ ମି.ମି. ବର୍ଷା ହୋଇଛି। ସେଥିରୁ କଳାପଥର ଖାଦାନର ଭୂସ୍ବର୍ଗ ଭାବେ ପରିଚିତ ଧର୍ମଶାଳା ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୧୬୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଏବେ ବର୍ଷା ହେଲେ ମଧ୍ୟ ପାଣି ଛିଞ୍ଚିଲା ଭଳି ହେଉଛ। ଏଭଳି ପାଣିପାଗ ଯୋଗୁ ଚାଷୀ ଆତଙ୍କିତ ହୋଇପଡିଛନ୍ତି। ଚାଷ ଜମିଗୁଡ଼ିକର ଅବସ୍ଥା ଖରାପ ହୋଇଗଲାଣି। ବର୍ଷା ଅଭାବରୁ ରୁଆ ବେଉଷଣରେ ବାଧା ସାଜିଛି। ଜଳସେଚନର ବିଶେଷ ସୁବିଧା ନ ଥିବା ଯାଜପୁର ଜିଲାରେ ସାଧାରଣତଃ ୮୦ ଭାଗ ବୁଣାଧାନ ଓ ୨୦ ଭାଗ ପହ୍ଲା ରୁଆ କରାଯାଇଥାଏ । ସମ୍ପ୍ରତି ବର୍ଷା ଅଭାବ ଯୋଗୁ ପହ୍ଲାଗୁଡିକ ହଳଦିଆ ହୋଇଗଲାଣି। ଯେଉଁମାନଙ୍କ ରୁଆ ସରିଲାଣି ସେହି ଜମି ଶୁଖିଲା ପଡ଼ିଛି। ଏହିକ୍ରମରେ ପ୍ରକୃତିର କ୍ରୂର ଉପହାସ ଯୋଗୁ ଚଳିତବର୍ଷ ଏଅଞ୍ଚଳର ଚାଷୀମାନେ ଆଉ ଏକ ମରୁଡ଼ିର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷେ ସରକାରୀ ଧାନର ବିକ୍ରି ଆଶାନୁରୂପ ହେଉ ନ ଥିବାରୁ ରାଜ୍ୟ ସମବାୟ ସମିତିର ଆର୍‌ସିଏସ୍‌ ଚିନ୍ତାବ୍ୟକ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସମସ୍ତ ଏଆର୍‌ସିଏସ୍‌ ଓ ଡିଆର୍‌ସିଏସ୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?