Posted inଜାତୀୟ

କଲେଜିୟମରେ ସରକାରୀ ପ୍ରତିନିଧିଙ୍କୁ ସାମିଲ କରାଯାଉ: ସିଜେଆଇଙ୍କୁ ଆଇନମନ୍ତ୍ରୀଙ୍କ ଚିଠି…

ନୂଆଦିଲ୍ଲୀ,୧୬।୧ : ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସୂଚନାନୁସାରେ, କୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ଏହି ନୂତନ ପଦକ୍ଷେପ ସାମ୍ନାକୁ ଆସିଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇଙ୍କୁ ଏକ ଚିଠି ଲେଖି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସରକାରୀ ପ୍ରତିନିଧୀଙ୍କୁ କଲେଜିୟମରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ସ୍ବଚ୍ଛତା ଏବଂ ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ ବୋଲି ରିଜିଜୁ ତାଙ୍କ ଚିଠିରେ କହିଛନ୍ତି।

ଦେଶର ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ବର୍ତ୍ତମାନର ଚୟନ ପ୍ରକ୍ରିୟାରେ ଅସ୍ପଷ୍ଟତା ଅଭିଯୋଗ ଜାରି ରହିଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ୨୫ ବର୍ଷ ପୁରୁଣା କୋର୍ଟ କଲେଜିୟମରେ ସରକାରୀ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଲୋକମାନଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କ ସମାଲୋଚନାର ଶୃଙ୍ଖଳା ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀ ଏଭଳି କହିଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ତଥା ଲୋକସଭାର ବାଚସ୍ପତି ମଧ୍ୟ ରହିଛନ୍ତି, ଯେଉଁମାନେ ସୁପ୍ରିମକୋର୍ଟ (ଏସସି) ବିରୋଧରେ ନ୍ୟାୟିକ ବ୍ୟବସ୍ଥାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱର ଅଭାବ ବିଷୟରେ କିରେନ ରିଜିଜୁ ପ୍ରାୟ ଦେଢ଼ ମାସ ପୂର୍ବରୁ ଏକ ବିବୃତ୍ତି ଦେଇଥିଲେ। ଏପରିକି ସୁପ୍ରିମକୋର୍ଟର କିଛି ବିଚାରପତି ମଧ୍ୟ ବର୍ତ୍ତମାନର ବ୍ୟବସ୍ଥାକୁ ସଠିକ ମନେ କରନ୍ତି ନାହିଁ। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଜଷ୍ଟିସ ରୁମା ପାଲ ଏକ ବିବୃତ୍ତିରେ କହିଥିଲେ ଯେ ଯେଉଁ ପ୍ରକ୍ରିୟା ଦ୍ୱାରା ଜଣେ ଉଚ୍ଚ ନ୍ୟାୟାଳୟରେ ଜଣେ ବିଚାରପତି ନିଯୁକ୍ତ ହେବେ, ତାହା ହେଉଛି ଦେଶର ସର୍ବୋତ୍ତମ ରହସ୍ୟ ମଧ୍ୟରୁ ଅନ୍ୟତମ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri