ଚାଷୀଙ୍କ ପାଇଁ ସରକାରୀ ଆଳୁ ବିହନ ସଙ୍କଟ

କେନ୍ଦ୍ରାପଡ଼ା ଅଫିସ,୧୬।୧୧: କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀଙ୍କ ପାଇଁ ସରକାରୀ ବିହନ ସଙ୍କଟ ଦେଖାଦେଇଛି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଚାଷୀ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି। ଏହି ବିହନ ଦ୍ୱାରା କେତେଦୂର ସଫଳ ହେବେ ସେନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ। ଚଳିତ ବଷୟ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି ଏକ କିଗ୍ରା ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପରିନାହିଁ।
ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, କରୋନା ସଂକ୍ରମଣ ପାଇଁ ଫେରିଥିବା ପ୍ରବାସୀ ଚଳିତବର୍ଷ କୃଷିକୁ ଅଧିକ ଗୁରୁତ୍ୱ ଦେଇଛନ୍ତ। ତେବେ ସାମୁଦ୍ରିକ ଝଡ ୟାସ୍‌ ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡି ଦେଇଛି। ଆଳୁ ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଜିଲା ଉଦ୍ୟାନ ବିଭାଗକୁ ଏ ନେଇ ଚାଷୀ ବାରମ୍ବାର ଦୌଡୁ ଥିଲେ ମଧ୍ୟ ବିହନ ଆସି ନ ଥିବା ସୂଚନା ମିଳୁଛି। ଚାଷୀଙ୍କ ହାଡଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କିଗ୍ରା ୪୫ ଟଙ୍କା ଥିବା ବେଳେ ସରକାରୀ ବିହନ କିଗ୍ରା ପ୍ରତି ୧୧.୨୫ ପଇସାରେ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗଁାର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାରର ବିହନ ଉପରେ ଭରସା ନ ଥିବା କହିଥିବା ବେଳେ ୧୩ ଏକର ଜମିରେ ଆଳୁ ଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୂ ଭୂଷଣ ମହାପାତ୍ର କୁହନ୍ତି, ୨୦୧୫ ମସିହାରେ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୬ ବର୍ଷ ପୂରଣ ହେବ। ତେବେ ଜିଲାରେ ଶୀତଳଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ। ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହ ଶୀତଳଭଣ୍ଡାର ଗଠନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ କନ୍ଧ ଜେନାଙ୍କୁ ପଚାରିବାରେ ବିହନ ପାଇଁ ଚିଠା ପଠା ଯାଇଛି। ଜିଲାକୁ ଆସିନାହିଁ। ଆସନ୍ତା ବୁଧବାର ସୁଦ୍ଧା ବିହନ ପହଞ୍ଚତ୍ ଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?