Posted inଜାତୀୟ

ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ସରକାର, ହେଲେ କୃଷକଙ୍କ ଋଣ ହେଉନି ଛାଡ…

ଲକ୍ଷ୍ନୌ,୧୯।୧୨ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାରଙ୍କ ଭୁଲ ନୀତି ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି। କେନ୍ଦ୍ର ସରକାର ୧୦ଲକ୍ଷ କୋଟିରୁ ଅଧିକ ଶିଳ୍ପପତିଙ୍କ ଋଣ ଛାଡ କରିଥିଲେ ମଧ୍ୟ କୃଷକଙ୍କ ଋଣ ଛାଡ କର ିନାହାନ୍ତି। ଜନସାଧାରଣ ଭାଜପା ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ପରିବର୍ତ୍ତନ ଚାହୁଁଛନ୍ତି। ଲୋକସଭା ନିର୍ବାଚନରେ ଲୋକମାନେ ଭାଜପାକୁ କ୍ଷମତାରୁ ହଟାଇବେ।

ସେ କହିଛନ୍ତି ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ଶିଖରରେ ରହିଛି। ଭାଜପାର ଆର୍ଥିକ ନୀତି ବିଫଳ ହୋଇଛି। ବିମୁଦ୍ରୀକରଣର ତ୍ରୁଟି ମଧ୍ୟ ସାମ୍ନାକୁ ଆସିଛି। କଳା ଟଙ୍କା ଏବଂ ଦୁର୍ନୀତି ବୃଦ୍ଧି ପାଉଛି। ଖାବରିଆ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାର ସରକାରୀ ଅନୁସନ୍ଧାନକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି। କ୍ଷମତାର ଅପବ୍ୟବହାର ପାଇଁ ଜନସାଧାରଣ ଭାଜପାକୁ ଦଣ୍ଡ ଦେବେ।

ୟୁପିର ସମସ୍ତ ୮୦ ଟି ଆସନରେ ଭାଜପାକୁ ପରାସ୍ତ କରିବାକୁ ଏସପି ରଣନୀତି ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀ ୟୁପିରୁ ଆସିଛନ୍ତି, କିନ୍ତୁ ଭାଜପା ସରକାର ରାଜ୍ୟବାସୀଙ୍କ ପାଇଁ କୌଣସି କାମ କରିନାହାନ୍ତି। କେନ୍ଦ୍ର ସରକାର ୟୁପି ପ୍ରତି ବୈମାତୃିକ ମନୋଭାବ ପୋଷଣ କରିଛନ୍ତି।

ଭାଜପାର ଭୁଲ ନୀତି ଯୋଗୁଁ ଯୁବବର୍ଗମାନେ ଛଟେଇ ହୋଇଛନ୍ତି। ଭାଜପା ଷଡଯନ୍ତ୍ର ଯୋଗୁ ଏସପି ନେତାମାନେ ମିଥ୍ୟା ମାମଲାରେ ଜଡିତ ଅଛନ୍ତି। ମହମ୍ମଦ ଆଜାମ ଖାନଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରାଯାଇଥିଲା। ଏସବୁ କରି ଭାଜପା ଏସପିଙ୍କୁ ଦୁର୍ବଳ କରିବାକୁ ଚାହୁଁଛି କିନ୍ତୁ ଏଥିରେ ସଫଳ ହେବ ନାହିଁ। କୋର୍ଟ ଉପରେ ଆମର ବିଶ୍ୱାସ ଅଛି । ଆଜାମ ଖାନ ଏବଂ ଏସପି ବିଧାୟକ, ପୂର୍ବତନ ବିଧାୟକ ସଭିଏଁ ନ୍ୟାୟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri