Posted inଜାତୀୟ

ସଂସଦରେ କହିବାକୁ ସୁଯୋଗ ଦେଉ ନାହାନ୍ତି ସରକାର, ମୋଦି ମଣିପୁର ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଅମଙ୍ଗ: ଖାର୍ଗେ…

ନୂଆଦିଲ୍ଲୀ,୧।୮ : ମଣିପୁର ପ୍ରସଙ୍ଗ ନେଇ ସଂସଦର ମେସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦେବା ନେଇ ବିରୋଧୀ ଅଟଳ ଅଛନ୍ତି। ଉତ୍ତେଜନା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ ରଖାଯାଉଛି। ଏଥି ସହ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ସରକାର ଆମକୁ ସଂସଦରେ କହିବାକୁ ଅନୁମତି ଦେଉ ନାହାନ୍ତି। ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି କିନ୍ତୁ ସେ ଆମକୁ ମଣିପୁର ହିଂସା ନେଇ ଉତ୍ତର ଦେଉ ନାହାଁନ୍ତି।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖାର୍ଗେ କହିଛନ୍ତି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତ୍ତି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ସେ ସଂସଦରେ କଥା ହେଉନାହାଁନ୍ତି। ସେମାନେ ଏକ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଆମେ ଗତ ୧୧ ଦିନ ଧରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅପେକ୍ଷା କରିଛୁ।

ପ୍ରଧାନମନ୍ତ୍ରୀ ନିର୍ବାଚନ ହେଉଥିବା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଛନ୍ତି। ବିଦେଶ ଯାଉଛନ୍ତି। ଏଥି ପାଇଁ ତାଙ୍କର ସମୟ ଅଛି। କିନ୍ତୁ ଦୀର୍ଘ ଦିନ ଧରି ଜାତିଆଣ ନିଆଁରେ ଜଳୁଥିବା ମଣିପୁର ଭଳି ରାଜ୍ୟ ସମ୍ପର୍କରେ ପଦେ କହିବାକୁ ତାଙ୍କ ପାଖରେ ସମୟ ନାହିଁ। ଏହା ଅତ୍ୟନ୍ତ ଲଜ୍ଜା ଜନକ ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?