Posted inଜାତୀୟ

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା, ଟ୍ରାଫିକ୍‌ ପରିଚାଳନା ଏବଂ ଆଇନଶୃଙ୍ଖଳାକୁ ସୁବ୍ୟବସ୍ଥିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀର ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ରେ ଏନେଇ ଅଧିସୂଚନା ଜାରି କରାଯାଇଛି।

ଘୋଷଣା ଅନୁସାରେ, ସେପ୍ଟେମ୍ବର ୧୧ରେ ଦିଲ୍ଲୀ ସରକାର ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହ ସ୍ୱୟଂଶାସିତ ସଂସ୍ଥା ଏବଂ ସରକାରୀ ଉଦ୍ୟୋଗ (PSU) ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ଦିନ ସରକାରୀ କର୍ମଚାରୀଙ୍କ ଯାତାୟତ କମିବା ସହ ରାସ୍ତାରେ ଭିଡ଼ ମଧ୍ୟ ହ୍ରାସ ପାଇବ। ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ BRICS ସମ୍ମିଳନୀ ସମୟରେ ସୁରକ୍ଷା ବ୍ୟବସ୍ଥା ପରିଚାଳନାରେ ସହଜ ହେବ।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା BRICS ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟଙ୍କ ସହ ବହୁ ବିଦେଶୀ ପ୍ରତିନିଧି ଯୋଗଦେବେ। ଏଭଳି ଏକ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ସମୟରେ ବିଦେଶୀ ଅତିଥିଙ୍କ ସୁରକ୍ଷା ସହ ତାଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ରୁଟ୍‌ ବ୍ୟବସ୍ଥା କରାଯିବ। ଏହି କାରଣରୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଡାଇଭର୍ସନ୍‌ ଲାଗୁ ହେବାର ସମ୍ଭାବନା ରହିଛି । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପୋଲିସ ଓ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ମୁତୟନ ହେବେ ।

BRICS ସମିଟ୍‌ ସମୟରେ ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଏବଂ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା କମାଇବା ମଧ୍ୟ ଛୁଟି ଘୋଷଣାର ଏକ ପ୍ରମୁଖ କାରଣ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

୧୦୦ ବର୍ଷ ପରେ ଏଥର ନବରାତ୍ରିରେ ଦୁର୍ଲଭ ଯୋଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଚଳିତବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧, ୨୦୨୬ରେ କଳସ ସ୍ଥାପନ ସହିତ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୯ରେ ଶେଷ ହେବ। ଅକ୍ଟୋବର ୨୦ରେ ବିଜୟାଦଶମୀ ବା…

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri