ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ ଅଧୀନ ଚନ୍ଦ୍ରଶେଖରପୁର, ଅଲିପୁର ଓ ଅନ୍ୟାସୀପୁର ଦୁର୍ଗାଙ୍କୁ ଦର୍ଶନ ପାଇଁ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାର୍ଶ୍ୱ ଲୋକଙ୍କ ପ୍ରବଳ ସୁଅ ଛୁଟିଥାଏ। ନଦୀର ଜଳ ସ୍ଥିର ଥିଲେ ବି ଲୋକଙ୍କୁ ନେଇ ଆସୁଥିବା ଡଙ୍ଗାଟି ଭାରସାମ୍ୟ ହରାଇ ହଠାତ୍‌ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଏହି ସମୟରେ ସେହି ଡଙ୍ଗାରେ ଥିଲେ ଚନ୍ଦନପୁର ଗ୍ରାମର ଭଗବାନ ବିଶ୍ୱାଳଙ୍କ ପୁଅ ସୌମ୍ୟରଞ୍ଜନ। ସେ ପ୍ରଥମେ ନିଜେ ପହଁରି କୂଳରେ ପହଞ୍ଚତ୍ଥିଲେ। ତେବେ ଲୋକଙ୍କ ଆତୁର ଚିତ୍କାର ଶୁଣିବାରୁ ସେମାନଙ୍କୁ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ। ନଦୀ ଗର୍ଭକୁ ଲମ୍ଫ ଦେଇ ଅଜୟ ଧଳ(୨୩) ଓ ହେମନ୍ତ ପୋହି(୨୪)ଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ଶାନ୍ତିଲତା ସାହୁ ନାମ୍ନୀ ମହିଳା ଚିତ୍କାର କରିବାରୁ ସୌମ୍ୟ ମଧ୍ୟ ତାଙ୍କୁ ଯାଇ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ସେ ହାଲିଆ ହୋଇ ଯାଇଥିଲେ। ତେଣୁ ସ୍ଥଳଭାଗକୁ ଆସିବା ପୂର୍ବରୁ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ସେଦିନର ଏହି ଦୁର୍ଘଟଣା ବରୀ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହାପରେ ୧୫ା୮ା୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌମ୍ୟଙ୍କୁ ମରଣୋତ୍ତର ସାହସିକତା ପ୍ରମାଣପତ୍ର ଦେଇଥିଲେ। ସେହିଦିନ ରାଷ୍ଟ୍ରପତି ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ସର୍ବୋତ୍ତମ ଜୀବନରକ୍ଷା ପଦକ ପ୍ରଦାନ କରିଥିଲେ। ପୂର୍ବତନ ଜିଲାପାଳ ଅନିଲ କୁମାର ସାମଲ ଓ ପୂର୍ବତନ ବିଧାୟକ ଦେବାଶିଷ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ଲୋକେ ଏହି ସେତୁର ନାମ ସୌମ୍ୟଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ। ପ୍ରଶାସନ ଏହାକୁ ଗୁରୁତର ସହ ନେବାକୁ ପ୍ରତିଶ୍ରୁତି ଦେଇଥିଲା। ଏହି କଥା ପ୍ରଚାରିତ ହେବା ପରେ ପୁଅ ମୃତ୍ୟୁ ଶୋକରେ ଭାଙ୍ଗି ପଡ଼ିଥିବା ସୌମ୍ୟଙ୍କ ବାପା ଭଗବାନ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିଲେ। ପ୍ରତିଶ୍ରୁତି ଅନୁଯାୟୀ ସେତୁ ନିର୍ମାଣ ହେଲା ଓ ଏହି ସେତୁକୁ ବରୀର ୪ ଶହୀଦ ସଂଗ୍ରାମୀ ସାଉଁଟି, ସାନନ୍ଦ, ହାଡ଼ିବନ୍ଧୁ ଓ ମାୟାଧରଙ୍କ ନାମରେ ନାମିତ କରାଗଲା। କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ୩ଟି ଜୀବନ ବଞ୍ଚାଇଥିବା ଏହି ସାହସୀ ଯୁବକ ସୌମ୍ୟଙ୍କ ନାମ ସ୍ଥାନିତ ହେଲାନାହିଁ। ଫଳରେ ଏହାକୁ ନେଇ ଲୋକଙ୍କ ମନରେ କ୍ଷୋଭ ରହିଛି। ପ୍ରଶାସନ ସୌମ୍ୟଙ୍କୁ ଭୁଲିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ଓ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ସୌମ୍ୟଙ୍କ ବାପା କହିଛନ୍ତି। ତେବେ ସଂଗ୍ରାମୀଙ୍କ ନାମରେ ସେତୁ ହେବା ଗର୍ବ ଓ ଗୌରବର ବିଷୟ। ଏଣୁ ସୌମ୍ୟଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାପନ କରାଯାଇ ତାଙ୍କ ସାହସିକତା ବିଷୟରେ ଫଳକରେ ଉଲ୍ଲେଖ କରାଯାଉ। ଏହାହେଲେ ଯୁବପିଢି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିପାରିବେ ବୋଲି ରାଧାଗୋବିନ୍ଦ ସେବା ସଂଘ ସମ୍ପାଦକ ବିବେକାନନ୍ଦ ନାଥ ଶର୍ମା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri