ଏମ୍‌ଏଲ୍‌ଏଙ୍କୁ ଅଣଦେଖା

ଭାରତୀୟ ଜନତା ପାର୍ଟି (ଭାଜପା) ଉଭୟ କେନ୍ଦ୍ର ଓ ଦିଲ୍ଲୀରେ କ୍ଷମତାରେ ଥିବାରୁ ଅମଲାତାନ୍ତ୍ରିକ ପ୍ରକ୍ରିୟା ସରଳରେ ଏବଂ ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି ମନେକରାଯାଉଥ୍‌ତ୍ଲା। କିନ୍ତୁ ଏବେ ଏଭଳି ହେଉନାହିଁ। ନିକଟରେ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ରଙ୍କୁ ଏକ ଚିଠି ଲେଖି ଦର୍ଶାଇଛନ୍ତି, ସରକାରୀ କର୍ମଚାରୀମାନେ ଜାଣିଶୁଣି ଏମ୍‌ଏଲ୍‌ଏଙ୍କ ଚିଠି କିମ୍ବା ଅନ୍ୟ ଯୋଗାଯୋଗ ମାଧ୍ୟମକୁ ଅଣଦେଖା କରୁଛନ୍ତି। କଲ୍‌ର ଉତ୍ତର ଦେଉନାହାନ୍ତି, ଚିଠିକୁ ଗ୍ରହଣ କରୁନାହାନ୍ତି କିମ୍ବା ମେସେଜଗୁଡ଼ିକୁ ପଢୁନାହାନ୍ତି। ଗତ ଦଶନ୍ଧିରୁ ଏଯାବତ ଦିଲ୍ଲୀ ପ୍ରଶାସନ ଦିଲ୍ଲୀ ସରକାର ନା ଲ୍ୟୁଟ୍‌ନାଣ୍ଟ ଗଭର୍ନର (ଏଲ୍‌ଜି)ଙ୍କ ନିର୍ଦ୍ଦେଶ ମାନିବ ତାହାକୁ ନେଇ ପ୍ରଶ୍ନ ଉଠିବା ସହ ଏଭଳି ସ୍ଥିତି ଲଗାତର ରହିଆସିଛି। ଏହା ଯୋଗୁ ବହୁ ସମୟରେ ପ୍ରଶାସନିକ କାର୍ଯ୍ୟ, ଆଇନଗତ ଲଢ଼େଇରେ ବିଳମ୍ବ ଘଟୁଛି, ଏପରିକି ନୀତି ଅଟକିଯାଉଛି। ମେ ୨୦୨୩ରେ କେନ୍ଦ୍ର ସରକାର ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ଜିଏନ୍‌ସିଟିଡି) ଆଇନ, ୧୯୯୧କୁ ସଂଶୋଧନକରି ଅମଲାତାନ୍ତ୍ରିକ ନିଯୁକ୍ତି ଓ ବଦଳି କ୍ଷେତ୍ରରେ ଏଲ୍‌ଜିଙ୍କ କ୍ଷମତା ବୃଦ୍ଧି କରିଥିଲା। ଦିଲ୍ଲୀ ପ୍ରଶାସନ ଉପରେ କେନ୍ଦ୍ର ତାହାର ନିୟନ୍ତ୍ରଣକୁ ଦୃଢ଼ କରୁଛି ବୋଲି ଏହି ପଦକ୍ଷେପରୁ ଜଣାପଡ଼ିଥିଲା। ଏବେ ମଧ୍ୟ ପରିବର୍ତ୍ତିତ ନୂଆ କ୍ଷମତା ଗତିଶୀଳତାରେ ଅମଲାତନ୍ତ୍ରକୁ କାମ କରିବାରେ ସମସ୍ୟା ହେଉଛି। ନିର୍ଦ୍ଦେଶ ପାଇଁ ଏଲ୍‌ଜିଙ୍କୁ ଚାହିଁ ରହିବାର ଅଭ୍ୟାସ ବଳବତ୍ତର ଥିବା ଭଳି ଜଣାପଡ଼ୁଛି। ଏହା ସହ ଏମ୍‌ଏଲ୍‌ଏଙ୍କ କଥା ଅଧିକ ଶୁଣିବା ଭଳି ନୂତନ ଦୃଷ୍ଟିକୋଣ ଆପଣାଇବା କଷ୍ଟକର ମନେହେଉଛି। କର୍ମଚାରୀମାନେ ଏମ୍‌ଏଲ୍‌ଏଙ୍କୁ ଅଣଦେଖା କରୁଥିବାବେଳେ ସେମାନେ ମଧ୍ୟ ଏମ୍‌ଏଲ୍‌ଏଙ୍କ ପ୍ରତିନିଧିମାନଙ୍କ କଥା ଆଦୌ ଶୁଣୁନାହାନ୍ତି। ଅମଲାତନ୍ତ୍ର ମଧ୍ୟରେ ଏକ ବିଶ୍ୱାସ ଓ ବିଚାରଗତ ପରିବର୍ତ୍ତନ ଦରକାର, ଯାହା ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱକୁ ଗ୍ରହଣ କରିବା ସହ ତାହାକୁ ସମ୍ମାନ ଦେବା ଆବଶ୍ୟକ।
ଡିଜିପି ନିଯୁକ୍ତି ଅପେକ୍ଷାରେ
କେରଳର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପାଇଁ ଦୌଡ଼ ତୀବ୍ର ହୋଇଥିବାରୁ ନିଷ୍ପତ୍ତିନେବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଶାକ୍ଷି ଦର୍ବେଶ ସାହେବ ଜୁନ୍‌ରେ ଅବସର ନେବାକୁ ଥିବାରୁ ଜଣେ ଯୋଗ୍ୟ ପ୍ରାର୍ଥୀ ପାଇବା ପାଇଁ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କର ଏକ ତାଲିକାକୁ ଅନୁଧ୍ୟାନ କରାଯାଉଛି। ତାଲିକାରେ ସବୁଠୁ ବରିଷ୍ଠ ଅଧିକାରୀ ଭାବେ ଅଛନ୍ତି ବିଏସ୍‌ଏଫ୍‌ ମୁଖ୍ୟ ଦାୟିତ୍ୱରୁ ଫେରିଥିବା ୧୯୯୦ ବ୍ୟାଚ୍‌ ଅଧିକାରୀ ନୀତିନ ଅଗ୍ରଓ୍ବାଲା । ତାଙ୍କ ପଛକୁ ଅଛନ୍ତି ୧୯୯୧ ବ୍ୟାଚ୍‌ର ତଥା ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋରେ କାର୍ଯ୍ୟରତ ରାବଡା ଏ. ଚନ୍ଦ୍ରଶେଖର। ଯୁବପିଢ଼ିର ଅଧିକାରୀମାନେ ମଧ୍ୟ ପଛରେ ରହିନାହାନ୍ତି। କେରଳର ଭିଜିଲାନ୍ସ ଆଣ୍ଡ ଆଣ୍ଟି କରପ୍‌ସନ ବ୍ୟୁରୋ ମୁଖ୍ୟ ରହିଛନ୍ତି ଯୋଗେଶ ଗୁପ୍ତା (୧୯୯୩ ବ୍ୟାଚ୍‌) ଏବଂ ରାଜ୍ୟ ଆଇନଶୃଙ୍ଖଳା ମୁଖ୍ୟ ମନୋଜ ଆବ୍ରାହମ (୧୯୯୪ ବ୍ୟାଚ୍‌) ତାଙ୍କ ପ୍ରଯୁକ୍ତିଗତ ନୀତି ପାଇଁ ଜଣାଶୁଣା। ଏହା ସହ ଏସ୍‌. ସୁରେଶ ଏବଂ ଏମ୍‌.ଆର୍‌.ଅଜିତ କୁମାର (ଉଭୟ ୧୯୯୫ ବ୍ୟାଚ୍‌) ଦୌଡ଼ରେ ରହିଛନ୍ତି। କିନ୍ତୁ ଅଜିତ କୁମାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଥିବାରୁ ସେ ବାଦ୍‌ ପଡ଼ିପାରନ୍ତି। ଯୋଗ୍ୟତା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ବହୁ ସମୟରେ ରାଜନୈତିକ ବିଷୟଗୁଡ଼ିକ ତା’ଠାରୁ ଅଧିକ ଗୁରୁତ୍ୱ ବହନକରେ। ରାଜ୍ୟ ସରକାର ଦେଇଥିବା ଏକ ଶର୍ଟଲିଷ୍ଟରୁ ୟୁପିଏସ୍‌ସି ତିନୋଟି ନାମ ଚୟନ କରିବ। ଏହାପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ କେରଳର ଡିଜିପି ନିଯୁକ୍ତି ଇତିହାସକୁ ଦେଖିଲେ ଏହି ଚୟନ ପ୍ରକ୍ରିୟାରେ ଯଦି ରାଜନୈତିକ ହସ୍ତକ୍ଷେପ ଓ ଶାସକ ଦଳ ସହ ବ୍ୟକ୍ତିଗତ ସମ୍ପର୍କର ଭୂମିକା ରହେ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍‌ରେ ନିଆଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି ।
ସେଣ୍ଟ୍ରାଲ ଡେପୁଟେଶନ ଚାପ
ସମୟ ଥିଲା ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ପାଇଁ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତି ଥିଲା ଏକ ସ୍ବପ୍ନର ନିଯୁକ୍ତି। ଏଥିରେ ଦିଲ୍ଲୀ କ୍ଷମତା ପରିସରରେ ପ୍ରଭାବଶାଳୀ ଚାକିରିରେ ରହିବା ଏବଂ ଜାତୀୟ ନୀତି ନିର୍ଦ୍ଧାରଣରେ ସୁଯୋଗ ମିଳୁଥିଲା। କିନ୍ତୁ ଏବେ ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟ ସେମାନଙ୍କର ସବୁଠୁ ଭଲ ଅଧିକାରୀଙ୍କୁ ରାଜ୍ୟରେ ରଖିଦେବା ଦେଖିବାକୁ ମିଳୁଛି। ଅନ୍ୟପଟେ ଓଡ଼ିଶା ଏବଂ ଏଜିଏମ୍‌ୟୁ କ୍ୟାଡର ସେମାନଙ୍କ ଅଧିକାରୀଙ୍କୁ କେନ୍ଦ୍ରକୁ ପଠାଇ ଖୁସି ହେଉଛନ୍ତି। ଦେଖିବାକୁ ଗଲେ ରାଜ୍ୟ ଭଲ ଅଧିକାରୀ ଆବଶ୍ୟକ କରେ। ହେଲେ ଭିତ୍ତିଭୂମି କାର୍ଯ୍ୟଠାରୁ ଆରମ୍ଭ କରି କଲ୍ୟାଣକର ଯୋଜନା ପର୍ଯ୍ୟନ୍ତ ଶାସନରେ ଆହ୍ବାନ ବଢୁଥିବାବେଳେ ଦିଲ୍ଲୀକୁ ଭଲ ବାବୁଙ୍କୁ ପଠାଇ ନିଜର କ୍ଷତି କରୁଥିବା ଭଳି ମନେ ହେଉଛି। ଦିନ ଥିଲା କେନ୍ଦ୍ରୀୟ ପ୍ରତିନିଯୁକ୍ତି ଖ୍ୟାତି ଓ ପ୍ରଭାବର ବିଷୟ ଥିଲା, କିନ୍ତୁ ଏବେ ରାଜ୍ୟଗୁଡ଼ିକ ସମାନ ପ୍ରକାର କ୍ଷମତାର ଦାୟିତ୍ୱ ପ୍ରଦାନ କରୁଛନ୍ତି, ସେବାନିବୃତ୍ତ ପରେ ବି ନିଯୁକ୍ତି ଦେଉଛନ୍ତି ଏବଂ ସେମାନେ ଶୀର୍ଷ ରାଜନେତାଙ୍କ ନିକଟରେ ପହଞ୍ଚିପାରୁଛନ୍ତି। ଏଣୁ ଅନେକେ ବିଶ୍ୱାସ କରୁଛନ୍ତି, ଦିଲ୍ଲୀର କ୍ଷମତା ଯୁଦ୍ଧ ମଧ୍ୟରେ କାମ କରିବା ବଦଳରେ ନିଜ ରାଜ୍ୟରେ ରହି କିଙ୍ଗ୍‌ମେକର ହେବା ଭଲ। ରାଜନୈତିକ ଦିଗକୁ ଦେଖିଲେ ଅନେକ ରାଜ୍ୟ ସେମାନଙ୍କ ଅଧିକାରୀଙ୍କୁ ନେଇ କେନ୍ଦ୍ର ଉପରେ ଭରସା ରଖନ୍ତି ନାହିଁ। ଥରେ ରାଜ୍ୟ ଛାଡ଼ିଲେ, ସେମାନେ ଦିଲ୍ଲୀର ବିଶ୍ୱସ୍ତ ହୋଇଯାଇପାରନ୍ତି ବୋଲି ରାଜ୍ୟଗୁଡ଼ିକର ଭୟ ରହିଛି। ରାଜ୍ୟଗୁଡ଼ିକ ଅଧିକ ଅଧିକାରୀଙ୍କୁ ପଠାଇବାକୁ ପରୋକ୍ଷରେ କେନ୍ଦ୍ର ଚାପ ପକାଉଥିବାରୁ,ସେମାନେ ମନା କରିଦେଉଛନ୍ତି।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?