ସରକାରଙ୍କ ଆଭିମୁଖ୍ୟ- ଚାହିଦା ନା ସମ୍ପୂର୍ଣ୍ଣ ଚାହିଦା

ଡ. ପ୍ରୀତିଶ କୁମାର ସାହୁ

ଯେଉଁ ସମୟରେ ବ୍ୟବସାୟିକ ମାନ୍ଦାବସ୍ଥା ଦେଖାଯାଏ, ଉତ୍ପାଦନ କମ୍‌ ହୁଏ, ବେରୋଜଗାରୀ ବଢ଼ିଚାଲେ ଏବଂ ଅଧିକ ସଂଖ୍ୟକ ପରିବାର ସରକାରୀ ସୁବିଧାର ପ୍ରତୀକ୍ଷାରେ ଥାଆନ୍ତି, ସେ ସମୟରେ ଅର୍ଥନୀତିରେ ସ୍ବୟଂ ପ୍ରତ୍ୟାବର୍ତ୍ତନ ହେବ ତାହା ନୁହେଁ, ବରଂ ଅର୍ଥନୈତିକ ଗତିବିଧିକୁ ବେଗ ଦେବାପାଇଁ ଏକ ବୃହତ୍‌ ନୀତିର ଆବଶ୍ୟକତା ପଡ଼ିଥାଏ। ଲକ୍‌ଡାଉନ୍‌ର ପ୍ରାରମ୍ଭରୁ ଏହା ଗୋଟିଏ ପ୍ରକାର ସ୍ପଷ୍ଟ ଥିଲା ଯେ, ସରକାର ଏବଂ ରିଜର୍ଭ ବ୍ୟାଙ୍କ ଆଜିର କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ରାଜକୋଷୀୟ ଏବଂ ମୌଦ୍ରିକ ନୀତିର ପ୍ରୟୋଗ କରିବେ। ରାଜକୋଷୀୟ ନୀତି ସ୍ବଳ୍ପ ସମୟ ମଧ୍ୟରେ ଫଳପ୍ରଦ ହୋଇଥିବାବେଳେ ମୌଦ୍ରିକ ନୀତି ଫଳପ୍ରଦ ହେବାପାଇଁ ଟିକେ ଅଧିକ ସମୟ ଲାଗିଥାଏ।
ଫେବୃୟାରୀ ୨୦୨୦ର ୮ଟି କୋର୍‌ ସେକ୍ଟରର ଡାଟା ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ଭାରତର ଅର୍ଥନୀତି ଏକ ଉଚ୍ଚତର ଅଭିବୃଦ୍ଧି ଆଡ଼କୁ ଗତି କରୁଥିବାବେଳେ କରୋନା ମହାମାରୀ ଏବଂ ପରବର୍ତ୍ତୀ କାଳରେ ଲକ୍‌ଡାଉନ୍‌ ଏହି ଗତିବିଧିରେ ପ୍ରତିରୋଧକ ସୃଷ୍ଟି କରିଥିଲା। ଏହା ସ୍ବୀକାରଯୋଗ୍ୟ ଯେ, କୋଭିଡ୍‌-୧୯ ସମ୍ପ୍ରସାରଣକୁ ରୋକିବାକୁ ଯାଇ ସରକାରଙ୍କ ଲକ୍‌ଡାଉନ୍‌ର ପ୍ରଭାବରେ କୋର୍‌ ସେକ୍ଟର ସମେତ ଅନ୍ୟ ସମସ୍ତ ସେକ୍ଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୃଷି ପାଖରୁ ଆରମ୍ଭକରି ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ବୃହତ୍‌ ଶିଳ୍ପର ଉତ୍ପାଦନ ହ୍ରାସ ହେବା ସହିତ ବେରୋଜଗାରୀ ମଧ୍ୟ ବଢ଼ିଯାଇଛି। ଲକ୍‌ଡାଉନ୍‌ ଦ୍ୱାରା ଭାରତର ଅର୍ଥନୀତି ଏବଂ ଅର୍ଥନୈତିକ ଗତିବିଧିରେ ମନ୍ଥରତା ଆସିଛି ସତ, କିନ୍ତୁ ଏହାଦ୍ୱାରା ଭାରତରେ କରୋନାର ସମ୍ପ୍ରସାରଣ ଅନେକ ମାତ୍ରାରେ ରୋକିବା ସହିତ ସ୍ବାସ୍ଥ୍ୟଜନିତ ଭିିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇଛି। ଚଳିତ ଫେବୃୟାରୀ ମାସରେ ୮ଟି କୋର୍‌ ସେକ୍ଟରର ଅଭିବୃଦ୍ଧି ବିଗତ ୧୧ ମାସ ମଧ୍ୟରେ ସର୍ବାଧିକ ୫.୫ ପ୍ରତିଶତ ହୋଇଥିଲା, ଯାହା କି ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ବେଗ ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହା ମାର୍ଚ୍ଚ ମାସରେ ତଳକୁ ଖସି -୯ପ୍ରତିଶତ, ଏପ୍ରିଲରେ ସର୍ବନିମ୍ନ -୩୮ପ୍ରତିଶତ ହୋଇଥିବାବେଳେ ମେ’ ମାସରେ ଏହି କୋର୍‌ ସେକ୍ଟରର ଅଭିବୃଦ୍ଧି -୨୩.୪ପ୍ରତିଶତ ହୋଇଥିଲା। ଯଦି ଏହି ସମୟରେ ଭାରତର ଆର୍ଥିକ ଗତିବିଧି କୋର୍‌ ସେକ୍ଟର ଗତିବିଧିଠାରୁ ଆହୁରି ଅଧିକ ମାତ୍ରାରେ ଧିମି ହୋଇଥାଏ, ଅର୍ଥାତ୍‌ ଆନୁମାନିକ ହିସାବରେ ଯଦି ଭାରତର ସବୁ ଆର୍ଥତ୍କ ଗତିବିଧି ୫୦ପ୍ରତିଶତ କମ୍‌ ହୋଇଥାଏ ତା’ହେଲେ ହିସାବ କଲେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମୟରେ (ମେ ୩୧ ସୁଦ୍ଧା) ଭାରତର ଜିଡିପି ପ୍ରାୟତଃ ୨୭୫ ବିଲିଅନ୍‌ ଡଲାରର କ୍ଷତି ହୋଇଛି। ଅନ୍ୟପକ୍ଷରେ ସରକାର ପର୍ଯ୍ୟାୟ କ୍ରମେ ରାଜକୋଷୀୟ ଏବଂ ମୌଦ୍ରିକ ନୀତିର ପ୍ରୟୋଗ କରି ଏପର୍ଯ୍ୟନ୍ତ ୨୦.୯୭ ଲକ୍ଷ କୋଟି (ଅର୍ଥାତ୍‌ ୨୭୬ ବିଲିୟନ୍‌ ଡଲାର) ଟଙ୍କାର ବୃହତ ପ୍ୟାକେଜ୍‌ ଘୋଷଣା କରିଥିଲେ, ଯାହା କି ଭାରତର ଜିଡିପିର ପ୍ରାୟ ୧୦ପ୍ରତିଶତ। ଅର୍ଥାତ୍‌ ସରକାରଙ୍କ ଦ୍ୱାରା ଘୋଷିତ ପ୍ୟାକେଜ୍‌ ପ୍ରାୟତଃ ଏହି ସମୟର ଜିଡିପି କ୍ଷତି ସହିତ ସମାନ। ପରବର୍ତ୍ତୀ ସମୟରେ ସରକାର ଅତିରିକ୍ତ ୯୦,୦୦୦କୋଟି ଟଙ୍କାର ବ୍ୟୟରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଏକ ଦୃଷ୍ଟିରୁ ଦେଖିବାକୁ ଗଲେ ଯେଉଁ ସମୟରେ ବହୁମାତ୍ରାରେ ବାଣିଜ୍ୟ ଏବଂ ଶିଳ୍ପାନୁଷ୍ଠାନ ବନ୍ଦ୍‌ ହୋଇପଡ଼ିଛି ଏବଂ ଅନେକ ପ୍ରବାସୀ ନିଜ ନିଜ ଜାଗାକୁ ଫେରିଆସିଛନ୍ତି, ସେ ସମୟରେ ପ୍ରଶ୍ନ ଉଠୁଛି କି- ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ କ’ଣ ରହିବା ଦରକାର? ଅର୍ଥାତ୍‌, କେବଳ ଚାହିଦାକୁ ପ୍ରୋତ୍ସାହନ ଦେବାଲାଗି ଲୋକମାନଙ୍କ ହାତରେ କିଛି ଅର୍ଥ ନା ଚାହିଦା ସହିତ ବ୍ୟବସାୟ, ରୋଜଗାରୀ ଏବଂ ଆୟ କରିବାର ଉପାୟକୁ ମଧ୍ୟ ଠିକ୍‌ ପ୍ରୋତ୍ସାହନ ଏବଂ ସହାୟତା ଦେବା ଦରକାର। ଅନ୍ୟପକ୍ଷରେ, କେବଳ ଲୋକମାନଙ୍କ ହାତରେ ଅର୍ଥ ପହଞ୍ଚତ୍ଲେ ତାହା ତୁରନ୍ତ ଖର୍ଚ୍ଚ ହେବ ଏହା କହିବା ଠିକ୍‌ ହେବ ନାହିଁ କାରଣ – ଆଜିପରି ଏକ ଅନିର୍ଦ୍ଦିଷ୍ଟ ପରିସ୍ଥିତିରେ ଲୋକମାନେ ସେହି ଅର୍ଥକୁ ବର୍ତ୍ତମାନ ସ୍ବଳ୍ପ ମାତ୍ରାରେ ଖର୍ଚ୍ଚ କରି ଭବିଷ୍ୟତ ପାଇଁ ଏକ ସତର୍କତା ପୂର୍ବକ ସଞ୍ଚୟ ମଧ୍ୟ କରିପାରନ୍ତି। ଅର୍ଥାତ୍‌ ଏହି ଅର୍ଥ ଅର୍ଥବ୍ୟବସ୍ଥାକୁ ନ ଫେରି ସଞ୍ଚତ୍ତ ହେଲେ ତାହା ସରକାରଙ୍କ ଅର୍ଥନୈତିକ ପୁନରୁଦ୍ଧାର ଉଦ୍ଦେଶ୍ୟ ପୂରା କରିପାରିବ ନାହିଁ। ତେଣୁକରି ଅର୍ଥବ୍ୟବସ୍ଥାକୁ ଏକ ସମ୍ପୂର୍ଣ୍ଣ ଗତିଦେବା ପାଇଁ ହେଲେ କେବଳ ଚାହିଦା ନୁହେଁ ବରଂ ସମ୍ପୂର୍ଣ୍ଣ ଚାହିଦାକୁ ଗୁରୁତ୍ୱ ଦେବାର ଆବଶ୍ୟକ ଅଛି। ଏହା ଚାହିଦା ସହିତ କାର୍ଯ୍ୟରତ ପୁଞ୍ଜି ଏବଂ ପୁଞ୍ଜିଲଗାଣକୁ ମଧ୍ୟ ପ୍ରୋତ୍ସାହନ ଦେବାରେ ସହାୟକ ହେବ, ଯାହା କି ମଧ୍ୟମ ଏବଂ ଦୂରଦୃଷ୍ଟି ଲକ୍ଷ୍ୟ ତଥା ରୋଜଗାରୀ ଆୟ ଏବଂ ସ୍ବୟଂସମ୍ପନ୍ନ ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ। ଏହା ମୁଖ୍ୟ କାରଣ ହୋଇଥାଇପାରେ କି ସରକାରଙ୍କ ଆର୍ଥତ୍କ ପଦକ୍ଷେପ କେବଳ ଲୋକମାନଙ୍କ କ୍ରୟଶକ୍ତି ବଢ଼ାଇବା ପାଇଁ ତାହା ନୁହେଁ ବରଂ କୃଷି ପାଖରୁ ଆରମ୍ଭକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବ୍ୟବସ୍ଥାନ ପ୍ରତିଷ୍ଠାନକୁ ସହାୟକ ହେବ, ଯାହା ଆଗାମୀ ଦିନରେ କର୍ମନିଯୁକ୍ତି ସହିତ ଲୋକଙ୍କ ଆର୍ଥତ୍କ ସ୍ବଚ୍ଛଳତା ଏବଂ ଭାରତର ଅର୍ଥନୀତିକୁ ଗତି ଦେବାରେ ସହାୟକ ହେବ।
ଏପରି କି ଇତିହାସର ଅନେକ ଆର୍ଥତ୍କ ସଙ୍କଟ ଆଜିର ସଙ୍କଟଠାରୁ ବହୁମାତ୍ରାରେ ଅଲଗା ଏବଂ ଏହି ପରିସ୍ଥିତିର ମୁକାବିଲା ମଧ୍ୟ ଭିନ୍ନ ହେବାର ଅନେକ ଯଥାର୍ଥତା ଅଛି। ଉଦାହରଣ ସ୍ବରୂପ – ଆମେରିକାର ମହା ଆର୍ଥିକ ସଙ୍କଟ (ଗ୍ରେଟ୍‌ ଡିପ୍ରେସନ୍‌) ସମୟରେ ଯଦିବା ଆର୍ଥିକ ସୁଧାରୀକରଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ କିନ୍ତୁ ଏହା ସତ ଯେ ସରକାର ବହୁମାତ୍ରାରେ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ମଧ୍ୟ କମ୍‌ କରିଥିଲେ। କିନ୍ତୁ ଆଜିର ପରିସ୍ଥିତିରେ ଅର୍ଥନୈତିକ ସୁଧାରୀକରଣ ସହିତ ସ୍ବାସ୍ଥ୍ୟକ୍ଷେତ୍ରକୁ ତିଳେ ମାତ୍ର ଅବହେଳା କରିହେବ ନାହିଁ। ଏହା ପ୍ରାୟ ସୁନିଶ୍ଚିତ ଯେ, ଏହି ମହାମାରୀ ଆଗାମୀ କିଛି ସପ୍ତାହ ମଧ୍ୟରେ ଲୋପ ପାଇବ ନାହିଁ ଏବଂ ଏହା ଅନେକ ମାସ ପର୍ଯ୍ୟନ୍ତ ଲାଗି ରହିବ। ତେଣୁକରି, ଅର୍ଥନୈତିକ ଗତିବିଧି ପାଇଁ ବର୍ତ୍ତମାନର ସ୍ବଳ୍ପ ସମୟର ଚାହିଦାର ଆବଶ୍ୟକତା ସହିତ ଆଗାମୀ ଦିନର ଆୟ, ରୋଜଗାରୀ ଏବଂ ଜିଡିପି ଅଭିବୃଦ୍ଧି ଉପାୟକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅତି ଜରୁରୀ। କେବଳ ବର୍ତ୍ତମାନର ଚାହିଦା ଆଗାମୀ ଦିନରେ ଭାରତର ଜିଡିପିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବା ପାଇଁ ସକ୍ଷମ ହେବ ବା ଭାରତକୁ ବିଶ୍ୱର ତିନି ବୃହତ ଅର୍ଥନୀତି ମଧ୍ୟରେ ସାମିଲ କରିବାରେ ସକ୍ଷମ ହେବାରେ ସମ୍ଭବ ହେବ ନାହିଁ। ଆଜିର ପରିସ୍ଥିତିକୁ ଦେଖି ଏହା ଏଡ଼ାଇ ଦିଆଯାଇପାରିବ ନାହିଁ ଯେ ଆଗାମୀ ଦିନରେ ଅନେକ ଦେଶଗୁଡ଼ିକର ବାଣିଜ୍ୟ କାରବାର ଆହୁରି ସଂକୁଚିତ ହେବ। ଅର୍ଥାତ୍‌, ଭାରତର ଆୟ ରପ୍ତାନିରୁ କମ୍‌ ହେବା ସହିତ ଅନ୍ୟ ଦେଶଗୁଡ଼ିକ ଉପରେ ଭାରତର ଅର୍ଥନୈତିକ ନିର୍ଭରତା ସଙ୍କୁଚିତ ହୋଇପାରେ। ଏହି ସମୟରେ ବାହ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ସରକାରୀ ନୀତି ଅଧିକ ଆଭ୍ୟନ୍ତରୀଣ ଚାହିଦା ଓ ଉତ୍ପାଦନ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି।
ଅପରପକ୍ଷରେ ସରକାରଙ୍କ ଏହିସବୁ ଆଭ୍ୟନ୍ତରୀଣ ନୀତି ଠିକ୍‌ ଭାବରେ ତଳ ସ୍ତରରେ ପ୍ରତିଫଳିତ ହେବା ଦରକାର। ଅର୍ଥାତ୍‌, ଏହାର ସମ୍ପାଦନ ପାଇଁ ପ୍ରଶାସନିକ କ୍ଷେତ୍ରର ତପତ୍ରତା ପାଖରୁ ଆରମ୍ଭ କରି ବ୍ୟାଙ୍କର ଋଣ ଦେବାର ଇଚ୍ଛାଶକ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଠିକ୍‌ ସମନ୍ବୟ ଏବଂ ନିବେଶକମାନଙ୍କ ଇଚ୍ଛାଶକ୍ତିର ଭୂମିକା ବହୁତ ଜରୁରୀ। ଏହି ମହାମାରୀର ଗଭୀରତା ଦେଖି ଲାଗୁଛି ଯେ ଆଗାମୀ ଦିନରେ ମଧ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଏପରି ଅନେକ (ରାଜକୋଷୀୟ ଏବଂ ମୌଦ୍ରିକ) ନୀତିର ପ୍ରୟୋଗ ବା ସରଳତା ଆଣିବେ ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହିତ ବେରୋଜଗାରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବ।
ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର, ମୋ:୭୩୮୧୭୩୩୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri