Fraud Alert: ଭୁଲ୍‌ରେ ବି *401# ନମ୍ବର ଡାଏଲ୍‌ କରି କରନ୍ତୁ ନାହିଁ ଫୋନ୍‌କଲ୍‌; ଠକେଇରେ ପଡ଼ିବେ…

ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍‌ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍‌ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ କରି ରହୁଛନ୍ତି। ସାମାନ୍ୟ ବେହୁସିଆର ହେଲେ ସେଥିରେ ପଡ଼ିଯିବା ନିଶ୍ଚିତ।
କିଛିଦିନ ତଳେ ଟେଲିକମ୍‌ ବିଭାଗ ପକ୍ଷରୁ ବ୍ୟବହାରକାରୀଙ୍କୁ ଠକେଇ ଉଦ୍ଦେଶ୍ୟ ରଖି କରାଯାଉଥିବା ଫୋନ୍‌ କଲ୍‌ ସଂଙ୍କ୍ରାନ୍ତରେ ସତର୍କ କରାଯାଇଛି। ବିଶେଷକରି (*401#) ଡାଏଲ କରି ଅଜଣା ନମ୍ବରକୁ ଫୋନ କରିବାକୁ କୁହାଯାଉଥିବା କଲ୍‌ଠାରୁ ଦୂରରେ ରହିବାକୁ କୁହାଯାଇଛି। କାରଣ ଏଭଳି କରିବା ଦ୍ୱାରା ବ୍ୟବହାରକାରୀଙ୍କ ଫୋନ୍‌କୁ ଆସୁଥିବା କଲ୍‌ ଠକଙ୍କ ଫୋନ୍‌କୁ ଫରଓ୍ବାର୍ଡ ହୋଇଯାଉଛି। ଏହାକୁ ବିନିଯୋଗ କରି ସେମାନେ ଠକେଇ କରିପାରନ୍ତି।
କିଭଳି ଜାଲରେ ଫସାଯାଉଛି:
ଜଣେ ଠକ ମୋବାଇଲ୍‌କୁ ଫୋନ୍‌କରି ନିଜକୁ ଗ୍ରାହକ ସେବା ପ୍ରତିନିଧି ବୋଲି କୁହନ୍ତି। ଏହାପରେ ସେ ସିମ୍‌ କାର୍ଡରେ କିଛି ସମସ୍ୟା ଅଛିକି ନଚେତ ନେଟଓ୍ବାର୍କ ଏବଂ ସର୍ଭିସ୍‌ କ୍ୱାଲିଟି ସମ୍ବନ୍ଧୀୟ ଅସୁବିଧା ବିଷୟରେ ପଚାରନ୍ତି। ଏଥିରେ ସହମତି ମିଳିବା ପରେ ଗ୍ରାହକଙ୍କୁ ସ୍ପେଶାଲ କୋର୍ଡ ଡାଏଲ କରିବାକୁ କୁହାଯାଏ। ଏହା ସାଧାରଣତଃ (*401#) ରୁ ଆରମ୍ଭ ହୋଇଥାଏ। ଏହାପରେ ଏକ ମୋବାଇଲ ନମ୍ବର ଥାଏ।
ଏହାଛଡ଼ା ଗ୍ରାହକ ନମ୍ବର ଡାଏଲ କରିବା ପରେ ବିନା କୌଣସି ସର୍ତ୍ତରେ କଲ୍‌ ଫରଓ୍ବାର୍ଡ ହୋଇଯାଇଥାଏ। ଯଦି ଏପରି କେହି ଡାଏଲ କରନ୍ତି ତେବେ ନିଶ୍ଚିତ ଭାବେ ସେଟିଂକୁ ଯାଇ ଯାଞ୍ଚ କରିବା ପରେ ଏହି ଫରଓ୍ବାର୍ଡ ସୁବିଧାକୁ ବନ୍ଦ କରନ୍ତୁ ବୋଲି କୁହାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କ ପାରମ୍ପରିକ ସଡ୍ରା ପର୍ବ

ମୋହନା, ୨୩/୬/୨୬ (ମନ୍ମଥ ମିଶ୍ର): କୁଇ କନ୍ଧ ଆଦିବାସୀ ସମ୍ପ୍ରଦାୟର ନିଆରା ତଥା ପାରମ୍ପରିକ ସଡ୍ରା ପର୍ବ ଗଜପତି ଜିଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାଲିଆଗୁଡ଼ା…

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri