ଘୋଷ୍ଟ ଗନ୍‌ ସଂସ୍କୃତି ଆମେରିକାରେ ବୃଦ୍ଧି ପାଉଛି, ଅନ୍‌ଲାଇନ୍‌ରୁ କିଣୁଛନ୍ତି ଛୋଟ ପିଲା…

ଓ୍ବାଶିଂଟନ, ୨୫।୫ : ମଙ୍ଗଳବାର ଦିନ ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଏକେ-୪୭ ରାଇଫଲରୁ ଗୁଳି ଚଳାଇ ୧୮ ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ଏଥିରେ ୩ ଜଣ ଶିକ୍ଷକଙ୍କର ମଧ୍ୟ ମୃତ୍ୟୁ ଗଟିଛି। ଆମେରିକାରେ ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା କୋହଳ ବନ୍ଧୁକ ଅଧିନିୟମ।

ଆମେରିକାର ସ୍ବତନ୍ତ୍ର ତଥ୍ୟ ସଂଗ୍ରହ ସଂଗଠନ ’ବନ୍ଧୁକ ହିଂସା ଅଭିଲେଖାଗାର’ର ରିପୋର୍ଟ ଅନୁଯାୟୀ ଘୋଷ୍ଟ୍‌ ଗନ୍‌ ସଂସ୍କୃତି ଯୋଗୁ ଆମେରିକୀୟ ସମାଜରେ ହିଂସାକୁ ରୋକାଯାଇ ପାରୁନାହିଁ। ଭାରତରେ ବନ୍ଧୁକ କିଣିବା ପାଇଁ ଏକ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଆବଶ୍ୟକ।

କିନ୍ତୁ ଆମେରିକାର ନିୟମ ଅନୁଯାୟୀ ବନ୍ଧୁକ ବିନା ଲାଇସେନ୍ସରେ ଅନଲାଇନରେ କିଣାଯାଇପାରିବ। ଫଳରେ କେବଳ ଅପରାଧୀନୁହନ୍ତି ଛୋଟ ପିଲାମାନେ ମଧ୍ୟ ଅନଲାଇନ ଅର୍ଡର କରି ବନ୍ଧୁକ ଏବଂ ଏହା ବିଭିନ୍ନ ପାର୍ଟସ୍‌ ସହଜରେ ଘରେ ବସି ପାଇ ପାରିବେ। ଏହା ଯୋଗୁ ଘରେ ମଧ୍ୟ ବନ୍ଧୁକ ଆସେମ୍ବ୍ଲି କରାଯାଇ ପାରୁଛି। ବନ୍ଧୁକ ନିୟନ୍ତ୍ରଣ ଅଧିନିୟମ ୧୯୬୮ (ଚିସିଏ) ଅନୁଯାୟୀ, ରାଇଫଲ କିମ୍ବା କୌଣସି ଛୋଟ ଅସ୍ତ୍ର କିଣିବା ପାଇଁ ସର୍ବନିମ୍ନ ବୟସ ଅତିକମରେ ୧୮ ବର୍ଷ ହେବା ଆବଶ୍ୟକ। ବନ୍ଧୁକ ଭଳି ଅନ୍ୟ ଅସ୍ତ୍ରଶସ୍ତ୍ର କିଣିବାକୁ, ଜଣଙ୍କର ବୟସ ୨୧ ବର୍ଷ ହେବା ଜରୁରୀ।

ଖବର ଅନୁଯାୟୀ, ୩୩୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଆମେରିକାର ସାଧାରଣ ନାଗରିକଙ୍କ ପାଖରେ ୩୯ କୋଟି ଅସ୍ତ୍ର ଅଛି। ଏହା ଯୋଗୁ ଘୋଷ୍ଟ ଗନ୍‌ ଦ୍ୱାରା ହେଉଥିବା ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ଏହିପରି ଅସ୍ତ୍ରଶସ୍ତ୍ରର କ୍ରମିକ ସଂଖ୍ୟା ମଧ୍ୟ ନାହିଁ କାରଣ ଏସବୁକୁ ଆସେମ୍ବ୍ଲି କରି ନିର୍ମାଣ କରାଯାଇଥାଏ। ଏଭଳି ପରିସ୍ଥିତିରେ ଏହି ବନ୍ଧୁକଗୁଡ଼ିକର ମାଲିକ କିଏ ତାହା ଜାଣିହେବ ନାହିଁ। ଏହି ଉପାୟରେ ନିର୍ମିତ ବନ୍ଧୁକକୁ ଘୋଷ୍ଟ ଗନ୍‌ କୁହାଯାଏ। ଏଭଳି ବନ୍ଧକୁଧାରୀଙ୍କୁ କୌଣସି ପ୍ରକାରେ ଟ୍ରାକ କରାଯାଇପାରିବ ନାହିଁ।

ଅପରାଧସ୍ଥଳରୁ ମିିଳୁଥିବା ଅସ୍ତ୍ରଶସ୍ତ୍ରର ୫୦ ପ୍ରତିଶତ ବେଆଇନ। ପୋଲିସ ୨୫ ହଜାର ବନ୍ଧୁକ ଜବତ କରିଛି। ବନ୍ଧୁକ ହିଂସା ଅଭିଲେଖାଗାରର ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନ ସମୟରେ ବନ୍ଧୁକ ସଂସ୍କୃତି ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନଲାଇନ ସାଇଟରେ ବନ୍ଧୁକ ପାର୍ଟସ୍‌ କ୍ରୟ ପୂର୍ବପରି ଜାରି ରହିଛି ।

ବନ୍ଧୁକ ହିଂସା ଅଭିଲେଖାଗାରର ରିପୋର୍ଟ ଅନୁଯାୟୀ ଚଳିତ ୨୦୨୨ ବର୍ଷର ଗତ ଚାରି ମାସ ମଧ୍ୟରେ ଆମେରିକାରେ ୨୧୨ଟି ଏଭଳି ଘଟଣା ଘଟିଛି। ସେହିପରି ୨୦୨୧ରେ ୬୯୩ ଟି ଘଟଣା ଘଟିଥିଲା। ା ୨୦୨୦ରେ ୬୧୧ ସ୍ଥାନରେ ଗୁଳି ବିନିମୟ ହୋଇଥିଲା ଏବଂ ୨୦୧୯ ରେ ୪୧୭ ଟି ସ୍ଥାନରେ ଏହିପରି ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?