Posted inଫୁରସତ

ଗୋରୁମାରା ଜାତୀୟ ଉଦ୍ୟାନ

ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲା ଅନ୍ତର୍ଗତ ଗୋରୁମାରା ଜାତୀୟ ଉଦ୍ୟାନଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ୧୮୯୫ ମସିହାରେ ମାତ୍ର ୭ ବର୍ଗ କି.ମି ଅଞ୍ଚଳକୁ ନେଇ ପ୍ରଥମେ ଏହି ସ୍ଥାନରେ ଏକ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ଧୀରେ ଧୀରେ ସଂରକ୍ଷଣ କେନ୍ଦ୍ରର ପରିସୀମା ବଢିବା ସହ ଏଠାରେ ପଶୁପକ୍ଷୀଙ୍କର ସଂଖ୍ୟା ବୃଦ୍ଧି ପାଇବାରୁ ୧୯୪୯ରେ ଏହାକୁ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଲା। ଶେଷରେ ୧୯୯୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନର ପରିଚିତି ମିଳିଲା। ଆଉ ଏହାର ପରିସୀମା ୭ ବର୍ଗ କି.ମିରୁ ବୃଦ୍ଧି ପାଇଁ ୮୦ ବର୍ଗ କି.ମି.ରେ ମଧ୍ୟ ପହଁଞ୍ଚତ୍ଲା। ମୁଖ୍ୟତଃ ଗଣ୍ଡାମାନଙ୍କ ସୁରକ୍ଷା ପାଇଁ ଏଠାରେ ବିଶେଷ ସୁବିଧା ରହିଥିବାରୁ ଅନ୍ୟ ପ୍ରାଣୀଙ୍କ ତୁଳନାରେ ଏଠି ଗଣ୍ଡା ଟିକେ ଅଧିକ ସଂଖ୍ୟାରେ ଦେଖାଯାଇଥାନ୍ତି।
କ’ଣ ଦେଖିବେ
ଗୋରୁମାରା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ହେଁ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିହୁଏ। ଯେମିତିକି ଗୟଳ, ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ, ସମ୍ବର ଇତ୍ୟାଦି। ତା’ଛଡ଼ା ପ୍ରାୟ ୧୯୪ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ଏପରି କି ଶୀତଦିନେ ମଧ୍ୟ ଶତାଧିକ ପ୍ରଜାତିରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ବି ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଏକ ନିଆରା ଆକର୍ଷଣ। ସେହିପରି ଏହି ଜାତୀୟ ଉଦ୍ୟାନ ଭିତରେ ବିଭିନ୍ନ ପ୍ରଜାତିର ସରୀସୃପଙ୍କୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।
କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଉପଯୁକ୍ତ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ବାଗଡୋଗ୍ରା ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ସେହିପରି ନିଉ ଜଲପାଇଗୁଡ଼ି ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟବର୍ତ୍ତୀ ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ବି ଏଠାକୁ ଟୁରିଷ୍ଟ ବସ୍‌ ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଗୋରୁମାରାରେ ପହଁଞ୍ଚତ୍ପାରିବେ।
ହାତୀ ପିଠିରେ ବସି ବୁଲିବେ
ଗୋରୁମାରା ଜାତୀୟ ଉଦ୍ୟାନରେ ଥିବା ହାତୀମାନଙ୍କ ପିଠିରେ ବସି ବୁଲିବାର ମଜା ହିଁ କିଛି ନିଆରା। ଏଥିପାଇଁ ଅଳ୍ପ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାଏ। ତେଣୁ ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏଭଳି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଏଠାରେ ଲାଗିଥାଏ।
ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ଜାତୀୟ ଉଦ୍ୟାନଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଉଦ୍ୟାନରେ ଥିବା ଜାତିଜାତିକା ପଶୁପକ୍ଷୀଙ୍କୁ ଦେଖିବା ସହ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?