କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

କମେଡି କିଙ୍ଗ୍‌ କପିଲ ଶର୍ମା ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୨ ଏପ୍ରିଲ ୧୯୮୧ରେ ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା କପିଲ କମେଡି ଜଗତରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେ କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ଆଜି ଏଠାରେ ପହଞ୍ଚିଛନ୍ତି।
କପିଲ ଶର୍ମା ତାଙ୍କ କଲେଜ ସମୟରେ ଥିଏଟର କଳାକାର ଥିଲେ। ତାଙ୍କ ପିତା ପୋଲିସରେ ଥିଲେ। ପୂର୍ବରୁ ତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। କର୍କଟ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ କପିଲଙ୍କ ଉପରେ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଥିଲା। ଘରର ଖର୍ଚ୍ଚ ଚଳାଇବା ପାଇଁ ସେ ଫୋନ ବୁଥରେ କାମ କରୁଥିଲେ। ପ୍ରାରମ୍ଭରେ ତାଙ୍କ ପିତାମାତା ପୁଅ ଜଣେ ଗାୟକ ହୁଅନ୍ତୁ, କିନ୍ତୁ ସେ ମୁମ୍ବାଇ ଆସିବା ପରେ ତାଙ୍କ ଗତିପଥ ବଦଳି ଯାଇଥିଲା।
କପିଲ ନିଜର କ୍ୟାରିୟର ‘ଲାଫ୍ଟର ଚ୍ୟାଲେଞ୍ଜ’ରୁ ଆରମ୍ଭ କରିଥିଲେ। ସେ ଶୋ’ର ବିଜେତା ହୋଇଥିଲେ ଏବଂ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଲେ। ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏହାପରେ ତାଙ୍କ ପ୍ରଥମ ଶୋ ‘କମେଡି ନାଇଟ୍ସ ୱିଥ୍‌ କପିଲ’ରୁ ହୋଷ୍ଟ ଭାବରେ ସର୍ବାଧିକ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ‘ଦି କପିଲ ଶର୍ମା ଶୋ’ ଆରମ୍ଭ କରିଥିଲେ। ଏହାପରେ ଫିଲ୍ମରେ ସୁଯୋଗ ପାଇଥିଲେ। ସେ ‘କିସ କିସ୍‌କୋ ପ୍ୟାର କରୁଁ’, ‘ଫିରଙ୍ଗି’ ଏବଂ ‘ଜ୍ୱିଗାଟୋ’ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।
କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି ହେଉଛି ୨୮୦ କୋଟି ଟଙ୍କା। ସେ ‘ଦି କପିଲ ଶର୍ମା ଶୋ’ର ଏପିସୋଡ ପିଛା ପ୍ରାୟ ୫୦ ଲକ୍ଷ ଟଙ୍କା ନିଅନ୍ତି। ଏହା ବ୍ୟତୀତ ସେ ବିଜ୍ଞାପନରୁ ମଧ୍ୟ ଟଙ୍କା ରୋଜଗାର କରନ୍ତି।
କପିଲଙ୍କ ମୁମ୍ବାଇର ଆନ୍ଧେରି ୱେଷ୍ଟରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। ତାଙ୍କର ଦାମୀ ଗାଡି କଲେକ୍ସନ ରହିଛି। ତାଙ୍କ ଗାଡି ସଂଗ୍ରହରେ ରୟାଲ ଏନ୍‌ଫିଲ୍ଡ ବୁଲେଟ ୫୦୦ ବାଇକ, ମର୍ସିଡିଜ ବେଞ୍ଜ ଏସ୍‌୩୫୦, ରେଞ୍ଜ ରୋଭର ଇଭୋକ, ଭଲଭୋ ଏକ୍ସସି୯୦ ରହିଛି। ଏହା ବ୍ୟତୀତ ତାଙ୍କର ନିଜର ଭ୍ୟାନିଟି ଭ୍ୟାନ ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri