୫୨ ବର୍ଷର ମନାନ୍ତର ଭୁଲି ଏକାଠି ହେଲେ ଗୋପପାଲି ଗ୍ରାମବାସୀ: ଯୁବପିଢ଼ିଙ୍କ ଉଦ୍ୟମରେ ଫେରିଲା ଏକତା, ଗଠନ ହେଲା ଗ୍ରାମ୍ୟ କମିଟି

ଅମରପାଲି,୪।୯(ପୀତାମ୍ୱର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ଗୋପପାଲି ଗ୍ରାମରେ ଦୀର୍ଘ ୫୨ ବର୍ଷ ପରେ ଏକତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଦୀର୍ଘ ଦଶନ୍ଧି ଧରି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବା ଗ୍ରାମବାସୀ ଶେଷରେ ସମସ୍ତ ମନାନ୍ତର ଓ ମତାନ୍ତରକୁ ପଛରେ ପକାଇ ଏକାଠି ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ, ୧୯୭୪ ମସିହାରେ କୌଣସି କାରଣକୁ ନେଇ ଗୋପପାଲି ଗ୍ରାମରେ ମନାନ୍ତର ସୃଷ୍ଟି ହୋଇଥିଲା, ଯାହା ଫଳରେ ଗ୍ରାମବାସୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲେ। ସେହିଦିନଠାରୁ ଗ୍ରାମର ସମସ୍ତ ସାମାଜିକ, ଧାର୍ମିକ ଓ ସାମୂହିକ କାର୍ଯ୍ୟକ୍ରମ ଦୁଇ ଗୋଷ୍ଠୀ ପୃଥକ୍‌ ଭାବେ ପାଳନ କରିଆସୁଥିଲେ। ତେବେ ଗ୍ରାମର ଯୁବପିଢ଼ିଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଏହି ଦୀର୍ଘଦିନର ବିଭେଦ ଦୂର ହୋଇପାରିଛି। ଗ୍ରାମରେ ଆୟୋଜିତ ଏକ ସାଧାରଣ ବୈଠକରେ ପ୍ରତ୍ୟେକ ପରିବାରର ସଦସ୍ୟ ସାମିଲ ହୋଇ ଗ୍ରାମର ଉନ୍ନତି ଓ ସାମୂହିକ ସ୍ୱାର୍ଥ ପାଇଁ ବିନା ସର୍ତ୍ତରେ ଏକାଠି ହେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତ ଗ୍ରାମବାସୀ ଗ୍ରାମର ଇଷ୍ଟଦେବୀଙ୍କ ପୀଠରେ ଏକାଠି ହୋଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ବିଦ୍ୟାଧର ଖୁର୍ଡ଼ିଆଙ୍କ ପରିଚାଳନାରେ ନୂତନ ଗ୍ରାମ୍ୟ ପରିଚାଳନା କମିଟି ଗଠନ କରାଯାଇଥିଲା।

ସର୍ବସମ୍ମତିକ୍ରମେ ମଧୁସୂଦନ ପଧାନଙ୍କୁ ସଭାପତି, ବିଦ୍ୟାଧର ଖୁର୍ଡ଼ିଆଙ୍କୁ ଉପସଭାପତି, ଶରତ ପଧାନଙ୍କୁ ସମ୍ପାଦକ, ସଞ୍ଜୀବ ପଧାନଙ୍କୁ ଯୁଗ୍ମ ସମ୍ପାଦକ, ପଙ୍କଜ କୁମାର ନାୟକଙ୍କୁ କୋଷାଧ୍ୟକ୍ଷ ଏବଂ ସୁଶାନ୍ତ ପଧାନଙ୍କୁ ସହକୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ସେହିପରି ଗୋପୀନାଥ ପଧାନ ଓ ନରେନ୍ଦ୍ର ସାହୁଙ୍କୁ ଉପଦେଷ୍ଟା, ତ୍ରିଲୋଚନ ମେଣ୍ଡିଲିଙ୍କୁ ସଂଯୋଜକ, ଅସ୍ପିନ ବେହେରାଙ୍କୁ ପତ୍ରବାହକ ଏବଂ ତ୍ରିଲୋଚନ ଭୋଇ, କିଶୋର ସେଠୀ, ଶୁରୁ ବେହେରା ଓ ଅଟଳ ସାହୁଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।

ବୈଠକରେ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମଦ୍ୟପାନ କରି ଗଣ୍ଡଗୋଳ କଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିୟମ କରାଯାଇଛି। ଦୀର୍ଘ ୫୨ ବର୍ଷର ଏହି ଐତିହାସିକ ମିଳନକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ଗଣେଶ ପୂଜାରେ ଏକ ମିଳନ ଉତ୍ସବ ସହ ଅଯୋଧ୍ୟାକାଣ୍ଡର ‘ଭରତ ମିଳନ’ ପାରାୟଣ ଆୟୋଜନ କରାଯିବ। ଏଥିପାଇଁ ବଲାଙ୍ଗୀରର ପ୍ରସିଦ୍ଧ ପାରାୟଣ ଗାୟକ ସୁରେନ୍ଦ୍ର ତ୍ରିପାଠୀଙ୍କୁ ବ୍ୟାସ ଭାବେ ବରଣ କରାଯାଇଛି। ଗୋପପାଲି ଗ୍ରାମବାସୀଙ୍କ ଏହି ଅଭୂତପୂର୍ବ ଏକତା ସମଗ୍ର ଅଞ୍ଚଳରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଶେଷରେ ସମ୍ପାଦକ ଶରତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

ରୁଷୁଡ଼ା ଫାଣ୍ଡିରେ ଯୋଗଦେଲେ ନୂତନ ଫାଣ୍ଡି ଅଧିକାରୀ, ଅଞ୍ଚଳରେ ଆଇନ ଶୃଙ୍ଖଳା…

ଭେଡ଼େନ ୪।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୁଷୁଡ଼ା ପୋଲିସ ଫାଣ୍ଡିରେ ଶୁକ୍ରବାର ନୂତନ ଫାଣ୍ଡି ଅଧିକାରୀ ଭାବରେ ଗୋଳକ ବିହାରୀ ସେଠୀ ଦାୟିତ୍ୱ…

ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ,…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri