ନିର୍ମାଣ ହେଉନି ଗୋପାଳପୁର-ରାୟଗଡ଼ା ରେଳପଥ

ବ୍ରହ୍ମପୁର ଅଫିସ,୬ା୬: ଭାଜପା ନେତୃତ୍ୱାଧିନ କେନ୍ଦ୍ର ଏନ୍‌ଡିଏ ଶାସନରେ ଦକ୍ଷିଣାଞ୍ଚଳ ପ୍ରତି ରେଳ ମନ୍ତ୍ରଣାଳୟର ଅବହେଳା ଅବ୍ୟାହତ ରହିଛି। ୧୫ ବର୍ଷ ତଳୁ ସର୍ଭେ ସରିଥିବା ଗଞ୍ଜାମ ଜିଲାର ବେଳାଭୂମି ସହର ଗୋପାଳପୁର ଠାରୁ ଦକ୍ଷିଣାଞ୍ଚଳର ଶିଳ୍ପ ସହର ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି. ଦୈର୍ଘ୍ୟ ନୂଆ ରେଳପଥ ନିର୍ମାଣ ପ୍ରତି ଆଖି ବୁଜି ଦିଆଯାଇଛି। ଫଳରେ ଗୋପାଳପୁର ବନ୍ଦରର ନୌବାଣିଜ୍ୟ ଅଭିବୃଦ୍ଧି ଘଟୁ ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ସେହିପରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ବ୍ରହ୍ମପୁର ମହାନଗର ନିକଟ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳ ୱାଗନ ନିର୍ମାଣ ଫ୍ୟାକ୍ଟ୍ରି ବନ୍ଦ ବା ବାତିଲ କରାଯାଇଛି। କେବଳ ସେତିକି ନୁହେଁ ବ୍ରିଟିଶ ସରକାର ଅମଳର ସର୍ବ ପୁରାତନ ବ୍ରହ୍ମପୁର ରେଳଷ୍ଟେଶନ ଆଧୁନୀକିକରଣ ଓ ସମ୍ପ୍ରସାରଣ ପ୍ରତି ଅଣଦେଖା କରାଯାଇଛି।
ଅପରପକ୍ଷରେ ୧୯୮୦ରେ ରାଜ୍ୟ ସରକାର ୧୪୦ କୋଟି ଟଙ୍କା ବ୍ୟୟରେ ଆର୍ଯ୍ୟପଲ୍ଲୀ ଠାରେ ନିର୍ମାଣ କରିଥିବା ସାମୟିକ କ୍ଷୁଦ୍ର ବନ୍ଦର ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ ଏହାକୁ ଘରୋଇ ମାଲିକାନାକୁ ହସ୍ତାନ୍ତର କରାଗଲା। ବନ୍ଦରକୁ ବିକାଶ ସହ ସବୁଦିନିଆ କରିବାର ସର୍ତ୍ତ ରଖାଯାଇଥିଲା। ଏହାର ୧୮ ବର୍ଷ ବିତିବାକୁ ଯାଉଛି ଏବଂ ଯଥାପୂର୍ବଂ ଅବସ୍ଥାରେ ଅଛି। ଦକ୍ଷିଣାଞ୍ଚଳର ଏହି ଏକମାତ୍ର ବନ୍ଦର ସବୁଦିନିଆ ହୋଇଥିବା ଘରୋଇ କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଦେଶ ବିଦେଶରୁ ଜାହାଜ ବନ୍ଦରରେ ଲାଗୁ ନ ଥିବାରୁ ସନ୍ଦେହ ଘେରକୁ ଆସିଛି। ବନ୍ଦରର ନୌବାଣିଜ୍ୟ କାରବାର ମଧ୍ୟ ଆଶାନୁରୂପ ହୋଇନଥିବା ସେଠାର ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଖବର ମିଳିଛି। ବନ୍ଦରର ଜଣେ ଦାୟିତ୍ୱ ସମ୍ପନ୍ନ ଅଧିକାରୀ କହିବାନୁସାରେ ପାରାଦୀପ ବନ୍ଦର କାରବାର ବଢ଼ିଗଲେ ବଳକା ମାଲ ବିଭିନ୍ନ ସମୟରେ କାଁ ଭାଁ ଗୋପାଳପୁରକୁ ଆସୁଛି। ତେଣୁ ନିୟମିତ ନୌବାଣିଜ୍ୟ ହୋଇପାରୁନଥିବା ସେ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଗୋପାଳପୁର ବନ୍ଦରର ସାମଗ୍ରିକ ନୌବାଣିଜ୍ୟ କାରବାର ଅଭିବୃଦ୍ଧି ନିମନ୍ତେ ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲିଙ୍କ ଅପରିହାର୍ଯ୍ୟ ହୋଇଛି। ଏହା ନିର୍ମାଣ ହେଲେ ଦାମନଯୋଡ଼ି ନାଲକୋର ଉପତ୍ାଦିତ ସାମଗ୍ରୀ ରେଳପଥରେ ଆର୍ଯ୍ୟପଲୀ ଆସିବ ଏବଂ ସେଠାରୁ ଦେଶ ବିଦେଶକୁ ରପ୍ତାନୀ ହେଲେ ନୌବାଣିଜ୍ୟ ବୃଦ୍ଧି ଘଟିବ। ତେଣୁ ଦକ୍ଷିଣ ଓଡ଼ିଶାର ଏମପିମାନେ ମିଳିତ ଭାବେ କେନ୍ଦ୍ର ଉପରେ ଚାପ ପକାଇ ନୂଆ ରେଳପଥ ନିର୍ମାଣକୁ ଗୁରୁତ୍ୱ ଦେବାକୁ ସଚେତନ ମହଲରୁ ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଅତୀତରେ ମମତା ବାନାର୍ଜୀ ରେଳମନ୍ତ୍ରୀ ଥିବା ବେଳେ ଓଡ଼ିଶା ପାଇଁ ୱାଗନ ନିର୍ମାଣ କାରଖାନା ମଞ୍ଜୁର କରିଥିଲେ। ତାହା କଳାହାଣ୍ଡି ଜିଲାର ନର୍ଲା ଠାରେ କରାଯିବାର ଦର୍ଶାଇଥିଲେ। ସେଠାରେ ଆବଶ୍ୟକ ସରକାରୀ ଜମି ଅଭାବରୁ ସମସ୍ୟା ଦେଖାଦେଇଥିଲା। ଏହାର ସୁଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମକୁ ସ୍ଥାନାନ୍ତର କରିବାର ସଫଳ ହୋଇଥିଲେ। ଶୀତଳାପଲ୍ଲୀରେ ଶତାଧିକ ଏକର ଜମି ଚିହ୍ନଟ ହୋଇ ରେଳ ମନ୍ତ୍ରଣାଳୟକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେଲା। ରେଳବାଇର ବୈଷୟିକ ଅଧିକାରୀମାନେ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ସହ ମନମୋହନ ସିଂହ ସରକାରରେ ବଜେଟରେ ପ୍ରଥମେ ବ୍ୟୟବରାଦ କରାଯାଇଥିଲା। ଉପା ସରକାର ପରେ ଏନଡିଏ ସରକାର ହେଲା ଓ ଏହି ଶାସନରେ ୱାଗନ ଫ୍ୟାକ୍ଟ୍ରି ବାତିଲ କରାଯାଇଛି। ତେଣୁ ଦକ୍ଷିଣ ଓଡ଼ିଶାର ବିକାଶ ପ୍ରତି ରେଳ ମନ୍ତ୍ରଣାଳୟର ଅଣଦେଖା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri