ଗୋପାଳ ଭଲ

ଭୁବନେଶ୍ୱର,୨୮ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ନିଜର କାର୍ଯ୍ୟଦକ୍ଷତା ଯୋଗୁ ଚାକିରି କାଳ ମଧ୍ୟରେ ବହୁବାର ପୁରସ୍କୃତ ହେବା ସହ ପ୍ରଶଂସାପତ୍ର ପାଇଛନ୍ତି। ୧୯୯୩ରୁ ୨୦୨୦ ମଧ୍ୟରେ ଗୋପାଳ ଜିିଏସ୍‌ ମାର୍କ ୧୮ଥର ପାଇଥିବା ବେଳେ ୯ଥର ଆର୍ଥିକ ପୁରସ୍କାର ଏବଂ ୧୮ ଥର ପ୍ରଶଂସାପତ୍ର ୧୮ଥର ପାଇଛନ୍ତି। ତେବେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବା କୁହାଯାଉଛି। ତେଣୁ ମାନସିକ ସ୍ଥିତି କ’ଣ ରହିଛି ସେନେଇ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆମେରିକାର ଗୋଇନ୍ଦା ସଂସ୍ଥା ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ)ର ସହାୟତା ଲୋଡ଼ାଯାଇଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଉତ୍ତର ରଖିଛନ୍ତି।
ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା ଦେଇଥିବା ତଥ୍ୟ ଅନୁସାରେ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ୧୯୯୨ ଜୁଲାଇ ୮ରେ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରଥମେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ଏଏସ୍‌ଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲାକୁ ବଦଳି ହେବା ସହ ଜିଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଗୋପାଳ ବଡ଼ମାଳ ଥାନାରେ ୨୦୦୯ରୁ ୨୦୧୩ , କୋଲାବିରା ଥାନାରେ ୨୦୧୩ରୁ ୨୦୧୬, ବନହରପାଲି ଥାନାରେ ୨୦୧୬ରୁ ୨୦୧୮, ବେଲପାହାଡ଼ ଥାନାରେ ୨୦୧୮ରୁ ୨୦୨୦ ଏବଂ ଗାନ୍ଧୀଛକ ଫାଣ୍ଡିରେ ୨୦୨୦ ନଭେମ୍ବର ୨୭ରୁ ୨୦୨୩ ଜାନୁୟାରୀ ୨୯ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ମନ୍ତ୍ରୀ ବେହେର ଦେଇଥିବା ତଥ୍ୟ ଅନୁସାରେ ଗୋପାଳ ଭଲ ବୋଲି ଜଣାପଡ଼ିଛି। ନବ ଦାସଙ୍କୁ ହତ୍ୟା କରିବାର କିଛି ସମୟ ପରେ ଗୋପାଳଙ୍କ ପରିବାର ଲୋକେ ପ୍ରଥମେ ତାଙ୍କ ମାନସିକ ଅବସ୍ଥା ଭଲ ନ ଥିବା କହିଥିଲେ। ପରେ ଗୋପାଳଙ୍କ ମାନସିକ ସ୍ଥିତି ଜାଣିବା ପାଇଁ ଏକ ମେଡିକାଲ୍‌ ଟିମ୍‌ ଗଠନ କରାଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଥିଲା। ମେଡିକାଲ ବିଶେଷଜ୍ଞ ଟିମ୍‌ର ରିପୋର୍ଟ ଅନୁସାରେ ଗୋପାଳଙ୍କ ଦୀର୍ଘ ଦିନ ଧରି ମାନସିକ ଅବସ୍ଥା ଭଲ ନ ଥିବା ଜଣାପଡ଼ିଛି। ଯଦି ଜଣେ ଲୋକ ଦୀର୍ଘଦିନ ଧରି ମାନସିକ ରୋଗରେ ପୀଡ଼ିତ, ତାହେଲେ ତାଙ୍କୁ କିପରି କାର୍ଯ୍ୟ ଦକ୍ଷତା ପାଇଁ ଏକାଧିକବାର ପୁରସ୍କୃତ କରାଗଲା, ସେନେଇ ଭାଜପା ଏବେ ପ୍ରଶ୍ନ କରିଛି। ସରକାର ପ୍ରଥମେ ଗୋପାଳ ମାନସିକ ରୋଗୀ କିମ୍ବା ଭଲ ତାହା ଏବେ ପ୍ରମାଣ କରନ୍ତୁ ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri