ଗୋପାଳ ଭଲ

ଭୁବନେଶ୍ୱର,୨୮ା୨(ବ୍ୟୁରୋ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ନିଜର କାର୍ଯ୍ୟଦକ୍ଷତା ଯୋଗୁ ଚାକିରି କାଳ ମଧ୍ୟରେ ବହୁବାର ପୁରସ୍କୃତ ହେବା ସହ ପ୍ରଶଂସାପତ୍ର ପାଇଛନ୍ତି। ୧୯୯୩ରୁ ୨୦୨୦ ମଧ୍ୟରେ ଗୋପାଳ ଜିିଏସ୍‌ ମାର୍କ ୧୮ଥର ପାଇଥିବା ବେଳେ ୯ଥର ଆର୍ଥିକ ପୁରସ୍କାର ଏବଂ ୧୮ ଥର ପ୍ରଶଂସାପତ୍ର ୧୮ଥର ପାଇଛନ୍ତି। ତେବେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବା କୁହାଯାଉଛି। ତେଣୁ ମାନସିକ ସ୍ଥିତି କ’ଣ ରହିଛି ସେନେଇ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆମେରିକାର ଗୋଇନ୍ଦା ସଂସ୍ଥା ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ)ର ସହାୟତା ଲୋଡ଼ାଯାଇଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଉତ୍ତର ରଖିଛନ୍ତି।
ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ବେହେରା ଦେଇଥିବା ତଥ୍ୟ ଅନୁସାରେ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ୧୯୯୨ ଜୁଲାଇ ୮ରେ ବ୍ରହ୍ମପୁର ପୋଲିସ ଜିଲାରେ ପ୍ରଥମେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ୨୦୦୯ରେ ସେ ଏଏସ୍‌ଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲାକୁ ବଦଳି ହେବା ସହ ଜିଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ବର୍ଷ ଧରି କାର୍ଯ୍ୟ କରିଛନ୍ତି। ଗୋପାଳ ବଡ଼ମାଳ ଥାନାରେ ୨୦୦୯ରୁ ୨୦୧୩ , କୋଲାବିରା ଥାନାରେ ୨୦୧୩ରୁ ୨୦୧୬, ବନହରପାଲି ଥାନାରେ ୨୦୧୬ରୁ ୨୦୧୮, ବେଲପାହାଡ଼ ଥାନାରେ ୨୦୧୮ରୁ ୨୦୨୦ ଏବଂ ଗାନ୍ଧୀଛକ ଫାଣ୍ଡିରେ ୨୦୨୦ ନଭେମ୍ବର ୨୭ରୁ ୨୦୨୩ ଜାନୁୟାରୀ ୨୯ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ମନ୍ତ୍ରୀ ବେହେର ଦେଇଥିବା ତଥ୍ୟ ଅନୁସାରେ ଗୋପାଳ ଭଲ ବୋଲି ଜଣାପଡ଼ିଛି। ନବ ଦାସଙ୍କୁ ହତ୍ୟା କରିବାର କିଛି ସମୟ ପରେ ଗୋପାଳଙ୍କ ପରିବାର ଲୋକେ ପ୍ରଥମେ ତାଙ୍କ ମାନସିକ ଅବସ୍ଥା ଭଲ ନ ଥିବା କହିଥିଲେ। ପରେ ଗୋପାଳଙ୍କ ମାନସିକ ସ୍ଥିତି ଜାଣିବା ପାଇଁ ଏକ ମେଡିକାଲ୍‌ ଟିମ୍‌ ଗଠନ କରାଯାଇ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଥିଲା। ମେଡିକାଲ ବିଶେଷଜ୍ଞ ଟିମ୍‌ର ରିପୋର୍ଟ ଅନୁସାରେ ଗୋପାଳଙ୍କ ଦୀର୍ଘ ଦିନ ଧରି ମାନସିକ ଅବସ୍ଥା ଭଲ ନ ଥିବା ଜଣାପଡ଼ିଛି। ଯଦି ଜଣେ ଲୋକ ଦୀର୍ଘଦିନ ଧରି ମାନସିକ ରୋଗରେ ପୀଡ଼ିତ, ତାହେଲେ ତାଙ୍କୁ କିପରି କାର୍ଯ୍ୟ ଦକ୍ଷତା ପାଇଁ ଏକାଧିକବାର ପୁରସ୍କୃତ କରାଗଲା, ସେନେଇ ଭାଜପା ଏବେ ପ୍ରଶ୍ନ କରିଛି। ସରକାର ପ୍ରଥମେ ଗୋପାଳ ମାନସିକ ରୋଗୀ କିମ୍ବା ଭଲ ତାହା ଏବେ ପ୍ରମାଣ କରନ୍ତୁ ବୋଲି ଭାଜପା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri