Posted inଫୁରସତ

ଲିପ୍‌ ଇୟରକୁ ନେଇ ଗୁଗ୍‌ଲ କଲା ସ୍ବତନ୍ତ୍ର ଡୁଡ୍‌ଲ

ଗୁଗ୍‌ଲର ଡୁଡ୍‌ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍‌ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ପଥର ଏବଂ ପତ୍ର ସହିତ ଚିତ୍ରିତ କରାଯାଇଛି। ଯେଉଁଠାରେ ବ୍ୟାକ୍‌ଗ୍ରାଉଣ୍ଡ୍‌ରୁ ‘ଗୁଗ୍‌ଲ’ ଶବ୍ଦ ଚିହ୍ନଟ ହୋଇପାରୁଛି।

Leap Day 2024 will fall on February 29: All you want to know about interesting facts, history, and significance of the day

ଏଥିରେ କୁହାଯାଇଛି ଲିପ୍‌ ଡେ’ ବା ଅଧିବର୍ଷ। ଫେବୃଆରୀ ୨୯ କେବଳ ପ୍ରତି ଚାରି ବର୍ଷରେ ହୋଇଥାଏ। ଆମର କ୍ୟାଲେଣ୍ଡରଗୁଡ଼ିକୁ ପୃଥିବୀ ଏବଂ ସୂର୍ଯ୍ୟ ସହିତ ସମାନ ରଖିବା ପାଇଁ ଏପରି କରାଯାଇଛି। ଫେବୃଆରୀର ଏହି ଅଧିକ ଗୋଟିଏ ଦିନ ବା ବୋନ୍‌ସ ଡେ’କୁ ଉପଭୋଗ କର ବୋଲି ଲେଖାଯାଇଛି।

ଲିପ୍‌ ଇୟରର ଉତ୍ପତ୍ତି ୨୦୦୦ ବର୍ଷରୁ ଅଧିକ ହେବ। ଷ୍ଟାଣ୍ଡାର୍ଡ ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ସୌର କ୍ୟାଲେଣ୍ଡର ସହିତ ସମାନ କରିବା ପାଇଁ ପୃଥିବୀ ୩୬୫ ଦିନରୁ ଅଧିକ ସମୟ ନେଇଥାଏ। ଯାହା ୩୬୫.୨୪୪୨୨ ଦିନ ଅଟେ।

Leap Day birthday 2024: About 5 million people worldwide share a Leap Day birthday (Pixabay)

ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁଯାୟୀଳ, ଯାହା ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ସିଭିଲ କ୍ୟାଲେଣ୍ଡର ଅଟେ। ପ୍ରତ୍ୟେକ ଲିପ୍‌ ଇୟର ୩୬୫ ବଦଳରେ ୩୬୬ ଦିନ ହୋଇଥାଏ। ଏହି ଅତିରିକ୍ତ ଦିନ, ଲିପ୍‌ ଡେ’ ଭାବରେ ଜଣାଶୁଣା। ଏକ ଜ୍ୟୋତିର୍ବିଜ୍ଞାନ ବର୍ଷ ୩୬୫ ଦିନରୁ କମ୍‌ ଏବଂ ୬ ଘଣ୍ଟା। ଶେଷ ଲିପ୍‌ ଇୟର ୨୦୨୦ରେ ପଡ଼ିଥିଲା, ୨୦୨୪ରେ ପଡ଼ିଛି। ପୁଣି ପରବର୍ତ୍ତୀ ଲିପ୍‌ ଇୟର ୨୦୨୮ରେ ପଡ଼ିବ।

ଲିପ୍‌ ଇୟରରେ ଜନ୍ମିତ ଶିଶୁ ସେମାନଙ୍କର ବିରଳ ଜନ୍ମଦିନ ପାଳନ କରିବେ। କାରଣ ଏହି ଦିନଟି ପ୍ରତି ଚାରି ବର୍ଷରେ ଥରେ ଆସେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri