Posted inଜାତୀୟ

ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: ଏକାସାଙ୍ଗରେ ୨ଟି ପାଠ୍ୟକ୍ରମରେ ଲେଖାଇ ପାରିବେ ନାମ

ନୂଆଦିଲ୍ଲୀ,୨୧।୨: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଶିକ୍ଷାର୍ଥୀମାନେ ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ବିଦେଶର ଯେ କୌଣସି ବିଶ୍ୱବିଦ୍ୟାଳୟରେ ନିଜ ପସନ୍ଦର ପାଠ୍ୟକ୍ରମରେ ନାମ ଲେଖାଇ ଏକାସାଙ୍ଗରେ ପାଠପଢ଼ି ଡିଗ୍ରୀ ହାସଲ କରିପାରିବେ। ଏସମ୍ପର୍କିତ ଏକ ଚିଠା ନିୟାମକ ପ୍ରସ୍ତାବକୁ ୟୁଜିସି ପକ୍ଷରୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯାଇଛି। ଚିଠା ପ୍ରସ୍ତାବର ମୂଲ୍ୟାଙ୍କନ ଏବଂ ଆବଶ୍ୟକ ଫିଡ୍‌ବ୍ୟାକ୍‌ ପରେ ଏସମ୍ପର୍କିତ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରାଯିବ। ଶୀଘ୍ର ଏହାର ସୂଚନା ପ୍ରକାଶ କରାଯାଇ ସାର୍ବଜନୀକ ଭାବେ ଗ୍ରହଣ କରାଯିବାର ଯୋଜନା ରହିଛି। ତେବେ ଏହି ନିୟମ ଅନ୍‌ଲାଇନ୍‌ ପାଠ୍ୟକ୍ରମ ଉପରେ ଲାଗୁ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି...

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ...

ଦ୍ୱାଦଶ ବୋର୍ଡର ଇଂଲିଶ ପ୍ରଶ୍ନପତ୍ର ଲିକ୍‌: ୨୪ଟି ଜିଲାରେ ପରୀକ୍ଷା ବାତିଲ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଦ୍ୱାଦଶର ଇଂଲିଶ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏନେଇ ଖବର ମିଳିବା ପରେ ୨୪ଟି ଜିଲାରେ ଇଂଲିଶ ପରୀକ୍ଷାକୁ ବାତିଲ କରାଯାଇଛି।...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ନୁହେଁ ଭାରତର ବକ୍ତବ୍ୟ: ଜୟଶଙ୍କର..

ନୂଆଦିଲ୍ଲୀ,୧୯।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମତାମତ ନେଇ ଭାରତ ସିଙ୍ଗାପୁର ସମ୍ପର୍କରେ ଫାଟ ସୃଷ୍ଟି...

ଅମରିନ୍ଦରଙ୍କୁ ଜବାବ ମାଗିଲା ଏଆଇସିସି

ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ...

୭୦% ସଂକ୍ରମିତ ୧୩ ସହରରେ

ନୂଆଦିଲ୍ଲୀ,୨୯ା୫(ପି.ଟି.): ଲକ୍‌ଡାଉନ ୪.୦ ଅବଧି ଶେଷ ହେବାକୁ ଆଉ ୩ ଦିନ ବାକି ଥିବାବେଳେ କ୍ୟାବିନେଟ ସଚିବ ରାଜୀବ ଗୌବା ଗୁରୁବାର ଦେଶର ସର୍ବାଧିକ ସଂକ୍ରମିତ...

ଉଚ୍ଛେଦକୁ ବିରୋଧ କରି ଦେହରେ ଲଗାଇଲେ ନିଆଁ

ଚେନ୍ନାଇ,୧୦।୫: ଚେନ୍ନାଇର ରାଜା ଅନ୍ନାମଲାଇ ପୁରମ୍‌ ଅଞ୍ଚଳରେ ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଜଣେ ୫୮ ବର୍ଷୀୟ ବ୍ୟକ୍ତି ଦେହରେ ନିଆଁ ଲଗାଇ ଦେଇଥିଲେ। ହେଲେ...

ଚାକିରି ଦେବ ପତଞ୍ଜଳି !

ନୂଆଦିଲ୍ଲୀ,୫।୭: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ(ସିଆର୍‌ପିଏଫ୍‌)ର ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବ ବୋଲି ଜଣାପଡିଛି। ଏମାନଙ୍କୁ ଯୋଗ୍ୟତା...

Advertisement
Archives

Model This Week