ଘର ପାଇଁ ଶୁଭ ପ୍ରତୀମା

ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ପ୍ରତୀମା ରହିଛି, ଯାହାକୁ ଘରେ ରଖିଲେ ଘରର ସାଜସଜ୍ଜା ଆକର୍ଷଣୀୟ ଲାଗିବା ସହ ସମୃଦ୍ଧିର ପଥ ଖୋଲି ଯାଇଥାଏ। ଯେମିତିକି:

* ହାତୀ: ବାସ୍ତୁଶାସ୍ତ୍ର ଅନୁସାରେ, ହାତୀର ପ୍ରତୀମା ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ। ପିତଳ କିମ୍ବା ରୂପାର ହାତୀ ପ୍ରତୀମା ଘରେ ରଖିଲେ ଧନ, ସମୃଦ୍ଧି ବୃଦ୍ଧି ହୁଏ। ଏପରିକି ଶୟନକକ୍ଷରେ ରୂପାର ହାତୀ ପ୍ରତୀମା ରଖିଲେ, ରାହୁ ସମ୍ବନ୍ଧିତ ସବୁ ଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

* ହଂସ: ଘରର ଅତିଥି ଗୃହରେ ଯୋଡି ହଂସଙ୍କର ପ୍ରତୀମା ରଖିଲେ ଆର୍ଥିକ ଅଭିବୃଦ୍ଧି ହୁଏ। ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ଶୟନ କକ୍ଷରେ ଯୋଡି ହଂସଙ୍କର ପ୍ରତୀମା ରଖିବା କୁଆଡ଼େ ଶୁଭ ହୋଇଥାଏ।

* କଇଁଛ: ଭଗବାନ ବିଷ୍ଣୁଙ୍କର ଏକ ସ୍ବରୂପ ହେଉଛି କଇଁଛ। ଯେଉଁଠାରେ କଇଁଛ ପ୍ରତୀମା ଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଡ୍ରଇଂ ରୁମ୍‌ର ପୂର୍ବ କିମ୍ବା ଉତ୍ତର ପାର୍ଶ୍ୱରେ କଇଁଛର ପ୍ରତୀମା ରଖିଲେ ଘରେ ଧନ ବୃଦ୍ଧି ହୁଏ। ତେବେ ଧ୍ୟାନ ଦେବେ, କଇଁଛର ମୁହଁ ଯେମିତି ଘରର ଭିତର ଆଡକୁ ରହୁଥିବ।

* ଗାଈ: ଯେଉଁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିକୁ ନେଇ ଚିନ୍ତା ଥାଏ, ସେମାନେ ଘରେ ପିତଳର ଗାଈ ଓ ବାଛୁରୀ ଥିବା ପ୍ରତୀମା ରଖିଲେ ଆଶା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବିଦ୍ୟାର୍ଥୀଙ୍କ ପାଇଁ ବି ଘରେ ଗାଈ ପ୍ରତୀମା ରଖିବା ଶୁଭ ହୋଇଥାଏ।

* ଓଟ: ଡ୍ରଇଂ ରୁମ୍‌ ଅବା ଲିଭିଙ୍ଗ୍‌ ରୁମ୍‌ର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଓଟର ପ୍ରତୀମା ରଖିଲେ, ବ୍ୟବସାୟ, ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri