କଥାରେ ଗୋମାତା

ସତୁରି ଦଶକରେ ନ୍ୟାଶନାଲ ଡେରୀ ଡେଭଲପ୍‌ମେଣ୍ଟ ବୋର୍ଡ ଦୁଗ୍ଦ ଚାଷକୁ ବ୍ୟାପକ କରିବା ଲାଗି ଅପରେଶନ ଫ୍ଲଡ୍‌ ଯୋଜନା ଆରମ୍ଭ କରିଥିଲା। ଏହା ଶ୍ୱେତ ବିପ୍ଳବର ଆରମ୍ଭ ଥିଲା ଓ ଏହାର ଜନକ ଥିଲେ ଡ.ଭର୍ଗିସ କୁରିଏନ । ସେହି ବିପ୍ଳବ ଆରମ୍ଭ ହେବାର ଅର୍ଦ୍ଧଶତାବ୍ଦୀ ପରେ ଓଡ଼ିଶାର ସ୍ଥିତି ଦୁର୍ବଳ ଥିବା ଜାଣି ସମସ୍ତେ ଦୁଃଖିତ ହୋଇଥିବେ। ନିକଟରେ ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲ୍‌ଚର ଆଣ୍ଡ୍‌ ରୁରାଲ ଡେଭଲପ୍‌ମେଣ୍ଟ (ନାବାର୍ଡ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟରେ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଜାତୀୟ ହାରଠାରୁ କମ୍‌ ରହିଛି। ଜାତୀୟ ସ୍ତରରେ ଏହା ଦିନକୁ ହାରାହାରି ୪୪୪ ଗ୍ରାମ୍‌ ଥିବାବେଳେ ରାଜ୍ୟରେ ୧୪୪ ଗ୍ରାମ୍‌ ବୋଲି ନାବାର୍ଡ ସ୍ପଷ୍ଟ କରିଛି। ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ଅନୁଯାୟୀ ପୌଷ୍ଟିକ ଆବଶ୍ୟକତା ପାଇଁ ଜଣେ ବ୍ୟକ୍ତିର ପୁଷ୍ଟି ସାଧନ ଲାଗି ଦୈନିକ ୩୦୦ ଗ୍ରାମ୍‌ ଦୁଗ୍ଧ ଦରକାର। ସେ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାରେ ଏହା ଅଧାରୁ କମ୍‌। ନାବାର୍ଡର ତଥ୍ୟରୁ ବୁଝାପଡ଼େ ଯେ, ଏବକାର ଦୁଗ୍ଧ ଉପତ୍ାଦନ ହାର ଆବଶ୍ୟକ ଚାହିଦା ପୂରଣ କରିପାରିନାହିଁ। ଗାଈ ଗଣତିରେ ଦେଖିବାକୁ ଗଲେ ଜାତୀୟ ସ୍ତରରେ ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ବଡ଼ଦାଣ୍ଡଠାରୁ ଆରମ୍ଭ କରି କ୍ଷୁଦ୍ର ଗ୍ରାମାଞ୍ଚଳର ରାସ୍ତାରେ ଶୋଇଥିବା ଗାଈ ସମସ୍ତଙ୍କ ବାଟ ଅବରୋଧ କରିଥାନ୍ତି। ଏବେ ନିଜକୁ ହଠାତ୍‌ ଉତ୍ତରଭାରତୀୟଙ୍କ ଭଳି ଓଡ଼ିଆମାନେ ହିନ୍ଦୁ ପାଲଟିଯାଇ ନିଜର ଇତିହାସକୁ ଭୁଲିବାରେ ଲାଗିପଡ଼ିଥିବାବେଳେ ଗାଈକୁ ମଧ୍ୟ ଗୋମାତାର ଆଖ୍ୟା ଦେଉଛନ୍ତି। କଟକଠାରୁ ଆରମ୍ଭ କରି କୋରାପୁଟ ପର୍ଯ୍ୟନ୍ତ ସବୁଆଡ଼େ ଗୋରୁ ଚାଲାଣକୁ ରୋକିବା ପାଇଁ ଏହି ନବଜାତ ହିନ୍ଦୁମାନେ ଆଗଭର ହୋଇ ଟ୍ରକ ଚାଳକଙ୍କ ଉପରେ ହିଂସା ଭିଆଇବାକୁ ଚାଲିଆସୁଛନ୍ତି। କିନ୍ତୁ ଓଡ଼ିଶାର ପୁରପଲ୍ଲୀରେ ପୂର୍ବରୁ ଥିବା ଦେଶୀ ଗାଈଙ୍କୁ ବିକ୍ରି କରିବା କାର୍ଯ୍ୟରେ ଗ୍ରାମାଞ୍ଚଳର ସବୁ ଚାଷୀ ସମ୍ପୃକ୍ତ ଥାଆନ୍ତି। ଦେଶୀଗାଈଙ୍କଠାରୁ କ୍ଷୀର ଉପତ୍ାଦନ ମାତ୍ରା ଯଥେଷ୍ଟ ନୁହଁ ବୋଲି ଚିନ୍ତା କରି କୃଷକମାନେ ହଲଷ୍ଟିନ, ଜର୍ସି ଭଳି ଅନେକ ବିଦେଶୀ ପ୍ରାଣୀକୁ ପ୍ରବେଶ କରାଇଦେଲେଣି। ଏହି ଗାଈଙ୍କଠାରୁ କ୍ଷୀର ଉପତ୍ାଦନ ଅଧିକ ହେଉଥିବା ସତ୍ତ୍ୱେ, ଦେଶୀ ଗାଈଙ୍କ ତୁଳନାରେ ଯଥେଷ୍ଟ ବେଶୀ ଔଷଧ ଏବଂ ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଗିର୍‌ ଗାଈର କିଛି ମାତ୍ରାରେ ସ୍ଥାନୀୟ ପାଣିପବନ ସହିତ ଚଳାଚଳ କରିବାର ସକ୍ଷମତା ରହିଛି। ତତ୍‌କ୍ଷଣାତ୍‌ କ୍ଷୀର ବିକି ଲାଭବାନ ହେବା ଲକ୍ଷ୍ୟରେ ଯେଉଁ ଚାଷୀ କାମ କରୁଛି ତାହା ପାଇଁ ହଲଷ୍ଟିନ କିମ୍ବା ଗିର୍‌ ଭଳି ଗାଈ ଅଧିକ ଆକର୍ଷଣୀୟ ହେଉଛି। ଏହିସବୁ ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ଉଦ୍ଦେଶ୍ୟ ରହୁଥିବାବେଳେ ପ୍ରଥମ ଶିକାର ହୋଇଯାଇଛି ଓଡ଼ିଶାର ଦେଶୀ ଗାଈ।
ବ୍ୟବସାୟିକ ମନୋଭାବ ରଖି ଗାଈ ପାଳିଥିବା ଚାଷୀ ଅନେକ କ୍ଷେତ୍ରରେ କ୍ଷତିର ମଧ୍ୟ ସମ୍ମୁଖୀନ ହେଉଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦକ୍ଷତାସମ୍ପନ୍ନ ଭେଟେରିନାରି ଡାକ୍ତରଙ୍କ ଅଭାବ ଯୋଗୁ ପ୍ରାଣୀ ପାଳନ କଷ୍ଟକର କାର୍ଯ୍ୟ। ଏଥି ସହିତ ଗତ ଦଶନ୍ଧି ମଧ୍ୟରେ ରାଜନୀତି ସହିତ ଧର୍ମର ମିଶ୍ରଣ ଫଳରେ କ୍ଷୀର ଦେଇପାରୁ ନ ଥିବା ବୁଢ଼ୀଗାଈକୁ ରକ୍ଷଣାବେକ୍ଷଣ କରିବା ପାଇଁ କେହି ନାହାନ୍ତି। ଯେଉଁ କେତୋଟି ଦେଖାଣିଆ ଗୋ-ଶାଳା ସୃଷ୍ଟି କରାଯାଇଛି ତାହା କେବଳ ଅତ୍ୟନ୍ତ ସୀମିତ ସଂଖ୍ୟକ ପ୍ରାଣୀ ରଖି ପାରୁଛନ୍ତି। ଫଳସ୍ବରୂପ, ଅଦରକାରୀ ଗାଈ ଏବଂ ବୟସ୍କ ବଳଦଙ୍କୁ ମାଲିକମାନେ ଖାଦ୍ୟ ଦେବାରେ ସକ୍ଷମ ହେଉନାହାନ୍ତି। ସେଥିପାଇଁ ଗ୍ରାମାଞ୍ଚଳରେ ଅନେକ ଗୋରୁଙ୍କୁ ଖୋଲାରେ ଛାଡିଦେଉଛନ୍ତି ଏବଂ ସେମାନେ ବିଭିନ୍ନ ସମୟରେ ଚାଷ କାର୍ଯ୍ୟରେ ପ୍ରବଳ କ୍ଷତି ଘଟାଉଛନ୍ତି। ଆଜି ନାବାର୍ଡ ଯଦି ତାହାର ରିପୋର୍ଟରେ ଓଡ଼ିଶାକୁ ନିମ୍ନ କରିଦେଇଛି ତେବେ ସେଥିପାଇଁ ଆର୍ଥିକ ଲୋଭ ଏବଂ ଧର୍ମ ସହିତ ଜଡ଼ିତ ରାଜନୀତି ମୁଖ୍ୟତଃ ଦାୟୀ।
ଏହି ପରିସ୍ଥିତିରେ ପ୍ରତିକାର କରିବାକୁ ହେଲେ ଓଡ଼ିଶାର ଦେଶୀ ଗାଈ ପ୍ରଜାତିକୁ ପୁନରୁଦ୍ଧାର କରିବା ଦରକାର। ହିନ୍ଦୀଭାଷୀ ଲୋକଙ୍କ ଭଳି ଗାଈର କେବଳ ‘ଗୋମାତା’ଆଖ୍ୟା ଦେଇ ଭୋକିଲା ଛାଡ଼ିଦେଲେ ଭବିଷ୍ୟତରେ ସମସ୍ୟା ବୃଦ୍ଧି ପାଇବ। ଭେଟେରିନାରି ସେବାକୁ ସୁଦୃଢ଼ କରିବା ସହିତ ବିଦେଶୀ ଗାଈର ପ୍ରଚଳନକୁ ନିରୁତ୍ସାହିତ କରିବା ସହ ଦେଶୀ ଗାଈ ଉପରେ ଗବେଷଣା କରି ମାନ ବୃଦ୍ଧି କରିବାର ସମୟ ଆସିଲାଣି।

ହିନ୍ଦୀଭାଷୀ ଲୋକଙ୍କ ଭଳି ଗାଈର କେବଳ ‘ଗୋମାତା’ଆଖ୍ୟା ଦେଇ ଭୋକିଲା ଛାଡ଼ିଦେଲେ ଭବିଷ୍ୟତରେ ସମସ୍ୟା ବୃଦ୍ଧି ପାଇବ। ଭେଟେରିନାରି ସେବାକୁ ସୁଦୃଢ଼ କରିବା ସହିତ ବିଦେଶୀ ଗାଈର ପ୍ରଚଳନକୁ ନିରୁତ୍ସାହିତ କରିବା ସହ ଦେଶୀ ଗାଈ ଉପରେ ଗବେଷଣା କରି ମାନ ବୃଦ୍ଧି କରିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri