ଗୋଲିଆରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ବୁଗୁଡ଼ା,୧ା୫(ଡି.ଏନ.ଏ.)-ବୁଗୁଡ଼ା ଏନ୍‌ଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଚାୟତ ସ୍ତରରେ ମଧ୍ୟ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସରକାରୀ ଭାବେ କୋଭିଡ୍‌ରେ କୌଣସି ମୃତ୍ୟୁ ହୋଇ ନ ଥିବା କୁହାଯାଉଥିଲେ ମଧ୍ୟ ଶନିବାର ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଲାଣି l ବୁଗୁଡ଼ା ବ୍ଲକକୁ ବର୍ତ୍ତମାନ ସୁଦ୍ଧା ୮୨୫ ଜଣ ପ୍ରବାସୀ ଫେରିଥିବା ବେଳେ ସେଥିରୁ ପଶ୍ଚିମବଙ୍ଗ ଫେରନ୍ତା ୨୧ ଥିବା ବ୍ଲକ ସୂତ୍ରରୁ ଜଣାପଡିଛି। ବ୍ଲକର ତିନୋଟି ସ୍ଥାନରେ କୋଭିଡ୍‌ କେୟାର ସେଣ୍ଟର ପାଇଁ ପ୍ରସ୍ତାବ ରହିଥିବା ବେଳେ ଗୋଲିଆ ଆଦର୍ଶ ବିଦ୍ୟାଳୟରେ ୩୦ ଅକ୍ସିଜେନ ଶଯ୍ୟା ସହ ମୋଟ ଶହେ ଶଯ୍ୟା ବିଶିଷ୍ଟ ଜିଲା କୋଭିଡ୍‌ ହେଲ୍‌ଥ ସେଣ୍ଟର ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି l ହସ୍ପିଟାଲରେ ୬ ଡାକ୍ତର, ୧୦ ଏଏନ୍‌ଏମ୍‌, ୫ ଫାର୍ମାସିଷ୍ଟ, ୫ ସାନେଟାରି କର୍ମଚାରୀ ଓ ୧୦ ଜଣ ସୁରକ୍ଷା କର୍ମୀ ନିଯୁକ୍ତି ହେବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସବୁ ବ୍ୟବସ୍ଥା ହେବାକୁ ଥିବାବେଳେ ଗୋଲିଆସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଚିହ୍ନଟ କରାଯାଇ ସେଠାରେ ବିଦ୍ୟୁତ୍‌, ପାଣି, ଶୌଚାଳୟ ସଜଡା ଯାଇଥିବା ବେଳେ କିଛି ପରିମାଣରେ ବେଡ୍‌ ପହଞ୍ଚି ସାରିଥିଲେ ମଧ୍ୟ ଆହୁରି ବେଡ୍‌ ସହ ଅକ୍ସିଜେନ ଆସିବାକୁ ବାକି ରହିଛି। ଏନେଇ ବିଡିଓ ତନ୍ମୟ ପାତ୍ରଙ୍କୁ ପଚାରିବାରେ ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ଚାଲିଛି ଏବଂ ଶୀଘ୍ର ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri