
ଭୁବନେଶ୍ୱର,୨୨।୧: ଚଳିତ ବର୍ଷ ଫେବୃଆରୀରେ ସରକାର ଆସନ୍ତା ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏହି ସମୟର ସରକାର ସୁନା ଉପରେ ସୀମାଶୁଳ୍କ ବଢ଼ାଇପାରନ୍ତି। ଏପରିକି ଶୁଳ୍କ ବଢ଼ିଲେ ସୁନା ଦର ମଧ୍ୟ ସେହି ଅନୁସାରେ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ ବର୍ତ୍ତମାନ ସୁନା ଦର କମ୍ ରହିଛି। ଏହି ସମୟରେ ଆବଶ୍ୟକ ସୁନା କିଣିନେବା ଏକ ଲାଭଦାୟୀ ପନ୍ଥା ହେବ। ସେହିଭଳି ୨୦୨୪ ଜୁଲାଇ ୨୩ରେ ପାରିତ ବଜେଟ ଅନୁଯାୟୀ ସୁନାର ସୀମାଶୁଳ୍କ ୧୫%ରୁ କମି ୬% ହୋଇଯାଇଥିଲା। ଏହା ଫଳରେ ସୁନା ଆମଦାନୀ ଆଖିଦୃଶିଆ ଭାବେ ବୃଦ୍ଧି ପାଇଥିଲା ବୋଲି ଲାଲ୍ଚାନ୍ଦ ଜୁଏଲର୍ସର ଫାଉଣ୍ଡର ଚେୟାରମ୍ୟାନ ସଞ୍ଜୟ ହଂସ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିପରି ଗତ ବର୍ଷର ଏହି ଆମଦାନୀ ଶୁଳ୍କରେ ହ୍ରାସ ବ୍ୟବସ୍ଥାର ଭାରସାମ୍ୟ ରକ୍ଷାକରିବା ନେଇ ସରକାର ନିଶ୍ଚିତ ଚିନ୍ତା କରିବେ ଆକଳନ କରାଯାଉଛି ବୋଲି ହଂସ କହିଥିଲେ। ଏହା ସହ ଆମଦାନୀ ଶୁଳ୍କରେ ବୃଦ୍ଧି ସ୍ଥାନୀୟ ବଜାରର କାରବାର ଆଶଙ୍କାକୁ ମଧ୍ୟ ବଢ଼ାଇଦେବ। ସେଥିପାଇଁ ଆଶାୟୀ ଗ୍ରାହକମାନେ ଦର ହ୍ରାସ ହୋଇଥିଲାବେଳେ ଆବଶ୍ୟକ ସୁନା କିଣିନେବା ଏକ ଉପଯୋଗୀ ପଦକ୍ଷେପ ହେବ ବୋଲି ହଂସ କହିଛନ୍ତି।