Posted inରାଜ୍ୟ

ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଚିଟ୍‌ଫଣ୍ଡ୍‌ ଠକେଇ: ଓଡ଼ିଶା ସମେତ ଦେଶର ୨୦ ସ୍ଥାନରେ ଇଡି ଚଢ଼ାଉ

ବ୍ରହ୍ମପୁର, (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି, (ଅଶେଷ ନାଥ ମିଶ୍ର) ଭୁବନେଶ୍ୱର,୯ା୨(ସତ୍ୟଜିତ୍‌ ରାଉତ): ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟଫଣ୍ଡ୍‌ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ବଡ଼ ଧରଣର ଚଢ଼ାଉ କରାଯାଇଛି। ୯୦୦ କୋଟିର ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଇଡିର ଏକାଧିକ ଟିମ୍‌ ପକ୍ଷରୁ ଓଡ଼ିଶା ସମେତ ଦେଶବ୍ୟାପୀ ପ୍ରାୟ ୨୦ଟି ସ୍ଥାନରେ ଏକାକାଳୀନ ଯାଞ୍ଚ ଚାଲିଛି। ଏହା ମଧ୍ୟରେ ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କର୍ମଚାରୀ ପ୍ରମୁଖଙ୍କ ଘର ଓ ଅଫିସ ରହିଛି। ଓଡ଼ିଶାରେ ୮ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସିଆର୍‌ପିଏଫ ଯବାନଙ୍କ ଉପସ୍ଥିତିରେ ଭୁବନେଶ୍ୱର, ଗଞ୍ଜାମର ବିଭିନ୍ନ ସ୍ଥାନରେ ଇଡି ଅଧିକାରୀମାନେ ଯାଞ୍ଚ କରି ବହୁ ସନ୍ଦେହଜନକ କାଗଜପତ୍ର ଜବତ କରିଛନ୍ତି।

ସକାଳ ପ୍ରାୟ ୮ଟାରେ ଇଡି ଅଧିକାରୀମାନେ ବ୍ରହ୍ମପୁର ସହରର ଗାନ୍ଧୀନଗର ଓ ଗୋସାଣିନୂଆଗାଁସ୍ଥିତ ଦୁଇଟି ପ୍ରତିଷ୍ଠିତ ବିଲଡର୍‌ ସଂସ୍ଥାରେ ଏକକାଳୀନ ଚଢାଉ କରିଥିଲେ। ସେହିପରି ଆଉ ଏକ ଟିମ୍‌ ଲାଞ୍ଜିପଲ୍ଲୀରେ ଚଢ଼ାଉ କରିଥିଲା। ଏଥିସହ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଏବଂ ଗୋପାଳପୁର ଥାନା ଅନ୍ତର୍ଗତ ଡୁରାରେ ମଧ୍ୟ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି। ସେହିପରି ଭୁବନେଶ୍ୱର ଭିଙ୍ଗାରପୁର ରଙ୍ଗବଜାରସ୍ଥିତ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିବା ଜଣାପଡିଛି। ତେବେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ଅଧିକାରୀମାନେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ ମଧ୍ୟ ଏସବୁ ଚଢ଼ାଉ ସମୟରେ କୋଟିଏରୁ ଅଧିକ ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ ହୋଇଥିବା ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଏହି ସଂସ୍ଥା ୨୦୦୭-୨୦୦୮ରେ ଓଡ଼ିଶାର କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ପୁରୀ ଆଦିରେ ଶାଖା କାର୍ଯ୍ୟାଳୟ ଖୋଲି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ଉକ୍ତ କର୍ମଚାରୀଙ୍କ ଦ୍ୱାରା ଅନେକ ଲୋକଙ୍କଠାରୁ ବହୁ ଟଙ୍କା ଗ୍ରହଣ କରି ଠକେଇ କରିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ନିକଟରେ ବହୁ ଲୋକ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଏଥିସହ ଅନ୍ୟାନ୍ୟ ତଦନ୍ତ ଏଜେନ୍ସି ମଧ୍ୟ ୪ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରିଥିଲା। ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ନିକଟରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ଏହାକୁ ଆଧାର କରି ଇଡି ତଦନ୍ତକୁ ଆଗକୁ ବଢ଼ାଇଛି। ବେଆଇନ ଅର୍ଥ କାରବାର ଦିଗକୁ ନେଇ ଇଡି ଖୋଳତାଡ ଆରମ୍ଭ କରିବା ସହ ସଂସ୍ଥାର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ପଚରାଉଚରା ଆରମ୍ଭ କରିଛି। ତେବେ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରାଇକୁ ହାଇକୋର୍ଟ ଗତବର୍ଷ କଟକ ଅତିରିକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ୮ହଜାର ଟଙ୍କାରୁ କମ୍‌ ନିବେଶକାରୀଙ୍କୁ ୨ ମାସ ମଧ୍ୟ ଟଙ୍କା ଫେରାଇଦେବାକୁ ନିର୍ଦ୍ଦେଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?