ପଞ୍ଜାବରୁ କଟକ ଆସୁଥିଲା ସୁନା

କଟକ ଅଫିସ,୧୬ା୭: ପଞ୍ଜାବରୁ ଓଡ଼ିଶାକୁ ଆସୁଥିଲା ପୁଳା ପୁଳା ସୁନା। ପରେ କଟକର ବିଭିନ୍ନ ଦୋକାନରେ ବିକ୍ରି ହେଉଥିଲା। ଏଥିପାଇଁ ଦୋକାନୀଙ୍କୁ ଜିଏସ୍‌ଟି ଦେବାକୁ ପଡୁ ନ ଥିଲା। ଟ୍ରେନ୍‌ରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ଧରି ଏହି ବେଆଇନ କାରବାର ଚାଲିଥିଲା। ଗୁରୁବାର ଏହି କାରବାରର ରହସ୍ୟ ଉନ୍ମୋଚନ କରିଛି କମିଶନରେଟ୍‌ ପୋଲିସ। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ କାବୁ କରିବା ସହ ୨ କିଲୋ ୨୯ ଗ୍ରାମ ମିଶ୍ରିତ ସୁନା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏତଦ୍‌ବ୍ୟତୀତ ୨୭,୮୦୦ ଖଣ୍ଡ ଗୋଲ୍ଡ ପ୍ଲେଟେଡ୍‌ ଅଳଙ୍କାର ଜବତ ହୋଇଛି। ପରେ ଜିଏସ୍‌ଟି ବିଭାଗ ପକ୍ଷରୁ ସେମାନଙ୍କଠାରୁ ୩ ଲକ୍ଷ ୨୩ ହଜାର ୧୧୮ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ବାହାର ଅଞ୍ଚଳରୁ ସୁନା ଅଣାଯାଇ କଟକରେ ବେଆଇନ ଭାବେ କାରବାର କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବୁଧବାର ସନ୍ଧ୍ୟାରେ ମାଲଗୋଦାମ ପୋଲିସ ଷ୍ଟେଶନବଜାର ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ରଞ୍ଜନ ସାହୁ, ଗୁରୁଜିତ ସିଂ ଓ ମନପ୍ରୀତ ସିଂଙ୍କୁ ପୋଲିସ କାବୁ କରିଥିଲା। ପଞ୍ଜାବ ଅମୃତସରରୁ ଗୁରୁଜିତ ଓ ମନପ୍ରୀତ ଟ୍ରେନ୍‌ ଯୋଗେ ରଞ୍ଜନଙ୍କୁ ସୁନା ଦେବାକୁ ଆସିଥିବା ପଚରାଉଚରା ପରେ ଜଣାପଡିଥିଲା।
ଯାଞ୍ଚ ସମୟରେ ସୁନା ଅଳଙ୍କାରର କାଗଜପତ୍ର ଦେଖାଇପାରି ନ ଥିଲେ। ଫଳରେ ଜିଏସ୍‌ଟି ଫାଙ୍କିଥିବା ସମ୍ପର୍କରେ ଜଣାପଡିଥିଲା। ଜିଏସ୍‌ଟି ବିଭାଗ ଅଧିକାରୀ ପହଞ୍ଚତ୍ ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିବା ପରେ ସେମାନଙ୍କୁ ଛଡ଼ାଯାଇଥିବା ମାଲଗୋଦାମ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?