Posted inଫୁରସତ

ପିଶାଚ ଭଳି ଦେଖାଯିବାକୁ ସୁନାର ମୁନିଆ ଦାନ୍ତ

ସାକ୍ରାମେଣ୍ଟୋ: ଇଂଲିଶ ଫିଲ୍ମରେ ଦେଖିବାକୁ ମିଳୁଥିବା ପିଶାଚର କନ୍‌ସେପ୍ଟ ବହୁ ପୁରୁଣା। ଯେଉଁଥିରେ କି ପିଶାଚ ବହୁ ବର୍ଷ ବଞ୍ଚିବାକୁ ଅନ୍ୟଙ୍କୁ ମାରି ତାଙ୍କ ରକ୍ତ ପିଇଥାନ୍ତି। ଏହା କାଳ୍ପନିକ ଚରିତ୍ର ହୋଇଥିଲେ ମଧ୍ୟ ବହୁ ଲୋକ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ସେହି ଚରିତ୍ରରୁ ପ୍ରେରିତ ହୋଇ କିଛି ଲୋକ ସେହିପରି ପୋଷାକ ପିନ୍ଧିବା ସହ ହେୟାର ଷ୍ଟାଇଲ ଏବଂ ତାଙ୍କ ପରି ହାବଭାବ ପ୍ରଦର୍ଶନ କରିଥାନ୍ତି। ହେଲେ ଏଠାରେ ଜଣେ ମହିଳା ପିଶାଚ ଭଳି ଦେଖାଯିବା ପାଇଁ ନିଜ ଦାନ୍ତକୁ ସର୍ଜରୀ ମାଧ୍ୟମରେ ମୁନିଆ କରିଥିବା ଦେଖିବାକୁ ମିଳିଛି। କାଲିଫର୍ନିଆର ବାସିନ୍ଦା ଜ୍ୟାକି ରେବିଟ୍‌ ଜଣେ ଟାଟୁ ଆର୍ଟିଷ୍ଟ। ସେ ନିଜ ଦେହରେ ମଧ୍ୟ ଅନେକ ଟାଟୁ କରିଛନ୍ତି। ହେଲେ ତାଙ୍କୁ ପିଶାଚ ବହୁତ ପସନ୍ଦ ଥିବାରୁ ସେ ତା’ ପରି ଦେଖାଯିବାକୁ ନିଜ ଦାନ୍ତକୁ ବଡ଼ କରିଛନ୍ତି। ରିପୋର୍ଟ ମୁତାବକ, ତାଙ୍କର ସେହି ୨ଟି ଦାନ୍ତ ସୁନାର ହୋଇଥିବାବେଳେ ଫଟୋରେ ଗୋଟେ ଦାନ୍ତ ସୁନା ଭଳି ଦେଖାଯାଉଛି। ଯାହା ସମସ୍ତଙ୍କୁ ବହୁତ ଅଜବ ଲାଗୁଛି। ସେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ପିଶାଚଠାରୁ ବହୁତ ପ୍ରେରିତ ହୋଇଥିଲେ। ତେବେ ସେ ତାଙ୍କର ଏହି ସୁନା ମୁନିଆ ଦାନ୍ତ ସର୍ଜରୀ ପାଇଁ ମୋଟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିରେ ଅନେକ ଲୋକ କମେଣ୍ଟ କରିଛନ୍ତି ଯେ ତାଙ୍କର ଏହି ଦାନ୍ତ କିଛି କାମକୁ ନୁହେଁ। ହେଲେ ତାଙ୍କୁ ତାଙ୍କ ଦାନ୍ତ ବହୁତ ପସନ୍ଦ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri