ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ରୁପା, ନଗଦ ଟଙ୍କା ଆଦି ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଅଶୋକ ପରିବାର ସହ ଘର ତାଲା ପକାଇ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ। ରବିବାର ପୂର୍ବାହ୍ନରେ ସେ ବ୍ରହ୍ମପୁରରୁ ଫେରି ଘରର ମୁଖ୍ୟ ଫାଟକର ତାଲା ଖୋଲିଥିଲେ। ଘର ଭିତରକୁ ଯିବା ବେଳେ ଘରର ୨ଟି ଫାଟକର ତାଲା କଟାଯାଇଥିବା ଦେଖିଥିଲେ। ପରେ ଘରେ ପଶି ଦେଖିଲେ ତାଙ୍କ ବେଡ୍‌ରୁମ୍‌ରେ ରହିଥିବା ଆଲମିରା ଭାଙ୍ଗି ତା’ ଭିତରେ ରହିଥିବା ୬ ଟି ସୁନା ମୁଦି ସହ ୪ ଟି ସୁନା ହାର, ଗୋଟିଏ ଚେନ୍‌, ୧୩ ହଳ ସୁନାଫୁଲ ଯାହାକି ମୋଟ୍‌ ୨୦ରୁ ୨୨ ଭରି ସୁନା ଗହଣା ଓ ରୁପାର କପ୍‌, ଗିନା ୨ଟି, ରୁପା ଫରୁଆ, ରୁପା କଏନ ମୋଟ୍‌ ପ୍ରାୟ ୫ ଶହ ଗ୍ରାମ ରୁପା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଛି। ଦୁର୍ବୃତ୍ତମାନେ ମୁଖ୍ୟ ଫାଟକର ତାଲା ନ କାଟି କାନ୍ଥ ଡେଇଁ ପ୍ରବେଶ କରିଥିବା ଜଣାପଡ଼ିଛି। ବ୍ୟବସାୟୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ମାମଲା (୨୦୨/୨୬) ରୁଜୁ କରି ଆଇଆଇଆସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ଅର୍ଜୁନ ଶବର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଦାରିଙ୍ଗବାଡ଼ି ବଜାରରୁ ଏକ ସୁନା ଦୋକାନ ଏବଂ ଜାଗୃତି ସାହିରୁ ସଦାନନ୍ଦ ସିଂଙ୍କ ଘରୁ ଚୋରି ଯାଇଥିଲ। ଆଜି ପର୍ଯ୍ୟନ୍ତ ଉକ୍ତ ମାମଲାରେ ପୋଲିସ କାହାରିକୁ ଧରିପାରି ନ ଥିବା ବେଳେ ଏବେ ପୁଣି ବଡ଼ ଧରଣର ଲୁଟ୍‌କୁ ନେଇ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହି ସମସ୍ତ ଲୁଟ୍‌ ଘଟଣା ଘର ମାଲିକମାନଙ୍କ ଅନୁପସ୍ଥିତି ଓ ଘର ତାଲା ପଡ଼ିଥିବା ଘରକୁ ଦୁର୍ବତ୍ତମାନେ ଟାର୍ଗେଟ କରୁଥିବା ଜଣାଯାଇଛି। ପୋଲିସ ସମସ୍ତ ଘଟଣାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏବେ ଘନଘନ ଚୋରି ଯୋଗୁ ଅଞ୍ଚଳରେ ଭୟ ଓ ଆତଙ୍କ ଦେଖାଯାଇଛି। ବାହାର ରାଜ୍ୟର ଲୋକଙ୍କ ସହ ସ୍ଥାନୀୟ ଅସାମାଜିକ ଲୋକଙ୍କ ସାମିଲ ଥିବା ଏବେ ମୁଖ୍ୟ ଆଲୋଚନା ହେଉଛି। ଏହି ବଡ଼ ଧରଣର ଘଟଣା ପରେ ପୋଲିସ ପାଇଁ ଏବେ ଦୁର୍ବୃତ୍ତଙ୍କୁ ଧରିବାକୁ ଚାଲେଞ୍ଜ ସୃଷ୍ଟି ହୋଇଥିବା କୁହାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

Hu ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ…

ମହାଶକ୍ତିଶାଳୀ ବୁଧାଦିତ୍ୟ ରାଜଯୋଗ: ଆଜିଠୁ ୫ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଲାଗିବ ଲଟେରୀ, ଟଙ୍କାରେ ଶୋଇବେ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସକାଳ ୭ଟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଅଛି ଏତେ ସମ୍ପତ୍ତି, ଜାଣନ୍ତୁ ପ୍ରପର୍ଟିର ପୂରା ତଥ୍ୟ

ନୂଆଦିଲ୍ଲୀ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଜୀବନ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO)ରେ…

ସମ୍ବଲପୁରରେ ଡପ୍‌ଲର ୱେଦର ରାଡାରର ଉଦ୍‌ଘାଟନ

ସମ୍ବଲପୁର, ୧୭ା୯ (ପ୍ରମୋଦ ବହିଦାର): ପବିତ୍ର ନୂଅଁାଖାଇ ଉତ୍ସବ ଅବସରରେ ସମ୍ବଲପୁରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି। କେନ୍ଦ୍ର ବିଜ୍ଞାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?