ବ୍ୟବସାୟୀଙ୍କ ଘରୁ ସୁନା ଅଳଙ୍କାର, ୬ ଲକ୍ଷ ଟଙ୍କା ଲୁଟ

ଖପ୍ରାଖୋଲ, ୨୩ା୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅଧୀନ ଶାନ୍ତିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି ା ଡକାୟତମାନେ ବ୍ୟବସାୟୀ ଆର୍ତ୍ତ ସାହୁଙ୍କ ଘରେ ପଶି ସୁନା ଅଳଙ୍କାର ଓ ନଗଦ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ସାଇଣ୍ଟିଫିକ ଟିମ୍‌ ସହ ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକ, ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ପାଟଣାଗଡ଼ ଆଇଆଇସି ପ୍ରିୟଙ୍କା ରାଉତରାୟ, ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି ପହଞ୍ଚି ଘଟଣାର ତନାଘନା ଚଳାଇଥିଲେ। ପରେ ଏସ୍‌ପି ନୀତୀନ କୁଶଲକର ଶାନ୍ତିପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
ବ୍ୟବସାୟୀ ସାହୁଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ରୁ ୨୦ ଡକାୟତ କବାଟ ଭାଙ୍ଗି ଘରେ ପଶିଥିଲେ। ପୁଅ ସୂର୍ଯ୍ୟକାନ୍ତ ଏବଂ ଚନ୍ଦ୍ରକାନ୍ତଙ୍କୁ ମାଡ ମାରିଥିଲେ। ସେମାନଙ୍କ ଚିତ୍କାର ଶୁଣି ବାହାରକୁ ଆସିବା ମାତ୍ରେ ତାଙ୍କୁ ମଧ୍ୟ ସେମାନେ ମାରପିଟ କରିଥିଲେ। ହୋହଲ୍ଲା ମଧ୍ୟରେ ପରିବାରର ଅନ୍ୟ ସଦସ୍ୟ ଉଠି ପଡିବାରୁ ଡକାୟତମାନେ ପିସ୍ତଲ ଦେଖାଇ ଭୟଭିତ କରିବା ସହ ହାତବୋମା ପିଙ୍ଗି ଥିଲେ। ପରେ ଆଲମାରୀରେ ଥିବା ନଗଦ ୬ଲକ୍ଷ ଟଙ୍କା ସହ ୧୮ରୁ ୨୦ଭରି ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ବାଟରେ ଗଲାବେଳେ ଗାଁର କେତେକ ବ୍ୟକ୍ତି ବିରୋଧ କରିବାରୁ ବୋମା ଫିଙ୍ଗି ଚାଳିଯାଇଥିଲେ। ଡକାୟତମାନେ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥା ହେଉଥିବା ପରିବାର ଲୋକେ କହିଛନ୍ତିି ା ବ୍ୟବସାୟୀ ସାହୁଙ୍କ ଅଭିଯୋଗକୁ ଭିତ୍ତିରେ ଖପ୍ରାଖୋଲ ଥାନାରେ ଏକ ମାମଲା(ନଂ. ୨୩/୨୧)ରୁଜୁ ହୋଇଛି। ବିଭନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚାଳିଥିବା ଏସ୍‌ପି କୁଶଲକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧସିଲା ବୈତରଣୀ ବନ୍ଧ: ୧୫ ପରିବାର ଆତଙ୍କିତ

ଧାମନଗର,୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମରେ ଥିବା ଗୋପବନ୍ଧୁ ନଗର ପୋଷ୍ଟ ଅଫିସ ନିକଟରେ ପ୍ରାୟ ୩୦ ଫୁଟ...

‘ସରିଆସିଲାଣି କୋଭିସିଲ୍ଡ଼ ଟିକା, ଆଉ ୨ ଦିନ ଯାଏ ହୋଇପାରିବ ଟିକାକରଣ’

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ୧୮ରୁ ୫୯ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯାଉଛି। ତେବେ ଟିକାକରଣକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି।...

ଖୋଲୁନି ମଣ୍ଡି: ଗାଁରେ ଦଲାଲଙ୍କ ରାଜ୍‌

ବିଷମକଟକ, ୩୧।୧(ଡ଼ି.ଏନ.ଏ) – ସରକାର କୃଷକମାନଙ୍କ ଆର୍ଥତ୍କ ଅଭିବୃଦ୍ଧିର ବିକାଶ ଦିଗରେ ଗୁରୁୁତ୍ୱାରୋପ କରି ବିଭିନ୍ନ କିସମର ଚାଷ କରିବା ନିମନ୍ତେ ଚାଷୀକୁ ପ୍ରୋତ୍ସାହନ ଦେଉଛନ୍ତି।...

ରାକେଶଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀ ରାକେଶ କୁମାର ବାରିକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ...

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ...

ଓଡ଼ିଶାକୁ ୨୭୨୫ କୋଟି ଋଣ ଉଠାଣ ଅନୁମତି

ଭୁବନେଶ୍ୱର,୮ା୪(ବ୍ୟୁରୋ): ବିଦ୍ୟୁତ୍‌ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ...

ସିଡିଏମ୍‌ଓ ଅଫିସ ଘେରିଲେ ଠିକା କର୍ମଚାରୀ

କେନ୍ଦୁଝର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ହେଲା କାମ କରି ଆସୁଥିବା ପ୍ରାୟ ୬୨ଜଣ ରୋଗୀ ସହାୟକ ସମେତ ବିଭିନ୍ନ ବିଭାଗରେ କାମ...

Advertisement
Archives

Model This Week