Posted inଜାତୀୟ

ରାସ୍ତା ମାଟିରୁ ମିଳୁଛି ସୁନା: ସର୍ଭେ ପାଇଁ ଅଣ୍ଟା ଭିଡ଼ା

ଜଶପୁରନଗର, ୧୦।୮: ଛତିଶଗଡ଼ର ଜଶପୁରନଗରର ମାଟି ତଳେ ଟନ୍‌ ଟନ୍‌ ସୁନା ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଥିବା ଇବ୍‌ ନଦୀ ତଥା ସୋନାଜୋରୀ ଅବବାହିକା ତଥା ଜନବସତି ଅଞ୍ଚଳର ରାସ୍ତାର ମାଟିରୁ ସୁନା କଣିକା ମିଳୁଛି। ରାସ୍ତାର ମାଟି ଆଣି ଧୋଇଦେଲେ ଛୋଟଛୋଟ ସୁନା କଣିକଣିକା ଚମକି ଉଠୁଛି। ଏହି ଅଞ୍ଚଳରେ କେତେ ପରିମାଣର ସୁନା ଗଚ୍ଛିତ ରହିଛି ତାହା ଜାଣିବା ପାଇଁ ନୂଆ ପ୍ରଣାଳୀରେ ସର୍ଭେ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଳା ପ୍ରଶାସନ ଏବଂ ରାଜ୍ୟ ଖଣି ବିଭାଗ ପକ୍ଷରୁ ଏନେଇ ନିଜର ମତ ରଖିବାକୁ ମନା କରାଯାଇଛି। ୨୦୧୦ରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଏବଂ ମୁମ୍ବାଇର ଦି ମାର୍କ କମ୍ପାନୀ ଦ୍ୱାରା ଏଠାରେ ସର୍ଭେ କରାଇଥିଲେ। ତେବେ ଫଳାଫଳ ସନ୍ତୋଷ ଜନକ ମିଳି ନ ଥିବା କୁହାଯାଇଥିଲା। ୬ ମାସ ସର୍ଭେରେ ମାଟି ତଳେ ସୁନା ଭଣ୍ଡାର ଥିବା ଜଣାପଡ଼ିଥିଲା। ତେବେ କେଉଁଠି ଏବଂ କେତେ ପରିମାଣର ସୁନା ରହିଛି ତାହା ଅନୁମାନ କରାଯାଇ ପାରି ନ ଥିଲା। ଏବେ ପୁଣି ଜିଲା ପ୍ରଶାସନ ପକ୍ଷରୁ ସୁନା ଭଣ୍ଡାର ସର୍ଭେ ନୂଆ ପ୍ରଣାଳୀରେ କରାଯିବା ଲାଗି ଅଣ୍ଟା ଭିଡ଼ାଯାଉଛି। ମାଟିରୁ ସୁନା ମିଳୁଥିବାରୁ ସ୍ଥାନୀୟ କାଂସବାଲ ଏବଂ ଫରସାବହାର ଅଞ୍ଚଳର ଲୋକେ ବର୍ଷା ଦିନଠାରୁ ସୁନା ସଂଗ୍ରହ କାମରେ ଲାଗି ଯାଉଛନ୍ତି। ଏଠାରେ ଚୋରା ବେପାରୀଙ୍କ ଭିଡ଼ ମଧ୍ୟ ହେଉଥିବା କୁହାଯାଉଛି। ଲୋକଙ୍କଠାରୁ ସୁନା କମ୍‌ ଦାମରେ ସେମାନେ କିଣି ନେଉଥିବା ଅଭିଯୋଗ ହେଉଛି। ବେପାରୀ ଲୋକଙ୍କଠାରୁ ୪ଶହରୁ ୫ ଶହ ଟଙ୍କାରେ ସୁନା କିଣି ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?