ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଚାଲିଛି ଗୋଗୁଆ-୧ ଅଙ୍ଗନୱାଡି କେନ୍ଦ୍ର

ମହାକାଳପଡ଼ା,୧ା ୮(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଞ୍ଚାୟତ ପରିସରରେ ଗୋଗୁଆ ଗ୍ରାମର ଏକ ନବନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଅଙ୍ଗନୱାଡି କେନ୍ଦ୍ର (୧)ର ଶିଶୁମାନେ ପଢୁଥିବାର ଦେଖିବାକୁ ମିଳିଛି। ଏହି କେନ୍ଦ୍ରରେ ୩୫ କୋମଳମତି ଶିଶୁ ପାଠ ପଢୁଛନ୍ତି। ଗୋଗୁଆ ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ହୋଇନାହିଁ। ଫଳରେ ବାଧ୍ୟ ହୋଇ ଏହି ନବନିର୍ମିତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଶିଶୁମାନେ ପଢୁଛନ୍ତି। ଏହି କେନ୍ଦ୍ରରେ ୩୫ ଶିଶୁ ନାମ ଲେଖାଇଥିଲେ ମଧ୍ୟ ୫ରୁ ୧୦ଜଣ ପିଲା ପଢୁଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତେବେ କେଉଁ ସ୍ଥାନରେ ଶିଶୁମାନେ ପଢୁଛନ୍ତି ଏହି କେନ୍ଦ୍ର -୧ ଦାୟିତ୍ୱରେ ଥିବା ଅଙ୍ଗନୱାଡି ସୁପରଭାଇଜର ଛବିତା ସାମଲଙ୍କ ନିକଟରେ ଖବର ନାହିଁ। ଏହି କେନ୍ଦ୍ରକୁ ପରିଦର୍ଶିକା ସାମଲ କେବେ ଗସ୍ତ କରୁ ନ ଥିବା ଜଣାପଡିଛି। ରାଜ୍ୟ ସରକାର କୋମଳମତି ଶିଶୁମାନଙ୍କ ବିକାଶ ପାଇଁ ସରକାରୀ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଶିଶୁ ବିକାଶ ଅଧିକାରୀମାନେ ତୃଣମୂଳ ସ୍ତରରେ ଠିକ୍‌ ତଦାରଖ କରୁ ନାହାନ୍ତି। କୋମଳମତି ଶିଶୁମାନଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ କରାଯାଉଛି ବୋଲି ଅଭିଯୋଗ ହେଉଛି। ବ୍ଲକର ବହୁ କେନ୍ଦ୍ରରେ ଶିଶୁମାନଙ୍କୁ ଜଳଖିଆ ଖାଇବା ପାଇଁ ଦିଆଯାଉନି। ଫଳରେ ଶିଶୁଙ୍କ ପୋଷଣର ଅଭାବ ରହୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଅଙ୍ଗନଓ୍ବାଡି କେନ୍ଦ୍ରର ଓ୍ବାର୍କର ସତ୍ୟଭାମା ପରିଡାଙ୍କୁ ପଚାରିବାରେ ଗୃହ ନ ଥିବାରୁ ଏଠାରେ ଶିଶୁମାନଙ୍କୁ ପଢାଉଛୁ। ଏଠାରେ ୩୫ ଶିଶୁ ପଢୁଛନ୍ତି, କିନ୍ତୁ ଆଜି କମ୍‌ ପିଲା ଆସିଛନ୍ତି। ଶିଶୁଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଗୋଗୁଆ ପଞ୍ଚାୟତ ସରପଞ୍ଚ ପ୍ରମୋଦ କୁମାର ଦାସଙ୍କୁ ପଚାରିବାରେ ଗୋଗୁଆ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର -୧ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?