ଧୂମ୍‌ଧାମରେ ପାଳନ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା, ପୁରୁଷ

ଗଞ୍ଜାମ,୬।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବଡ଼ ବଜାରଠାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି । ପ୍ରତିବର୍ଷ ବଡ଼ ବଜାର ବଣିକ ସଙ୍ଘ ପକ୍ଷରୁ ଏହା ପାଳନ କରାଯାଉଛି । ସଙ୍ଘ ସଭାପତି, ସମ୍ପାଦକ କାହ୍ନୁଁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଜି ରାମଦାସ ରେଡି,ରମେଶ ମହାପାତ୍ର, ଦେବ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ସେହିପରି ପୁଇଁତୋଳାରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ସାହିର ଶତାଧିକ ମହିଳା ପୁରୁଷ ଏକ ଶୋଭାଯାତ୍ରାରେ ଋଷିକୂଲ୍ୟା ନଦୀରୁ ପାଣି କଳସ ଆଣିବା ପରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ସେହିପରି ସ୍ଥାନୀୟ ପାଲୁର ଜଙ୍କସନ ନିକଟ ମା’ କାମାକ୍ଷୀ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ପୁରୋହିତ ଗୋପାଳକୃଷ୍ଣ ବ୍ରହ୍ମାଙ୍କ ତତ୍ତ୍ୱାବଧାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ସଭାପତି ସୁନୀଲ କୁମାର ସାହୁ,ସମ୍ପାଦକ ବୃନ୍ଦାବନ ଆଚାର୍ଯ୍ୟ ,ନୟନ ସାସମଲ,ସୁରେଶ ପଣ୍ଡା,ମଦନ ସାହୁ,ପ୍ରଭାକର ସାହୁ ଓ ପିଣ୍ଟୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୂଜା ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ମା’ଙ୍କ ଆଳତି ସମୟରେ ବହୁ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ TMCକୁ ଶକ୍ତ ଝଟକା, କୋର୍ଟ କହିଲେ, ‘କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଶ୍ୱାସ କରନ୍ତୁ’

ନୂଆଦିଲ୍ଲୀ,୨।୫: ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଚିଡ଼ାଇବା ପଡ଼ିଲା ମହଙ୍ଗା: ଏହି କ୍ରିକେଟର୍‌ଙ୍କୁ ଦଣ୍ଡ ଦେଲା BCCI

ନୂଆଦିଲ୍ଲୀ,୨।୫: IPL 2026 ର ୪୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ରାଜସ୍ଥାନର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି…

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଯୁଦ୍ଧ ମଧ୍ୟରେ ନୂଆ ଚକ୍ରବ୍ୟୁହ ରଚିଲା ଆମେରିକା: ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨।୫: ଇରାନ ସହିତ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ଗତି କିଛିଟା…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri