ଜବରଦଖଲକାରୀଙ୍କ କବ୍‌ଜାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ,୨ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି ପ୍ରାୟ ୩୦ କିମି ଅତିକ୍ରମ କଲା ପରେ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଚିରସ୍ରୋତା ସହ ନୌଚଳାଚଳ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୧୮୬୦ ମସିହାରେ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ ଗୋବରୀ ନଦୀର ସଂଯୋଗ ପଥକୁ ବନ୍ଦ କରି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଥିବାରୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାଶର୍‌ବର ହଜାର ହଜାର ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଏଥିଯୋଗୁ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରୁନାହିଁ। ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନ ଥିବାରୁ ଗୋବରୀ ନଦୀ ଆଜି ନିଜର ପରିଚୟ ହରାଇଛି। କେନ୍ଦ୍ରାପଡା ଡ୍ରେନେଜ ବିଭାଗ ଦୁଇ ଦୁଇ ଥର ନଦୀ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡି ମଧ୍ୟ ବିଫଳ ହୋଇଛି।
ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଭାବେ କେନ୍ଦ୍ରାପଡ଼ା ଜିଲା ପରିଚିତି ଲାଭ କରିଛି। ୭ ନଦୀ ଓ ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ପ୍ରଭାବିତ କରୁଛି। ଜଳପଥଗୁଡ଼ିକର ସର୍ବେକ୍ଷଣ କରିବା ଲାଗି ୨୦୦୮ରେ ଯେଉଁ ଜାତୀୟ ଜଳପଥ ଯୋଜନା – ୫ (ଫେଜ୍‌ ୧, ଫେଜ୍‌ ୨ ଓ ଫେଜ୍‌ ୩) ଘୋଷଣା କରାଯାଇଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଜାତୀୟ ଜଳପଥ ଯୋଜନା ଅନୁଯାୟୀ ବ୍ରାହ୍ମଣୀ ନଦୀକୁ ଗୋବରୀ ସହ ସଂଯୋଗ କରାଯାଇ ପାରାଦୀପ ଯାଏ ସିଧାସଳଖ ନୌବାଣିଜ୍ୟ ହୋଇପାରିବ ବୋଲି ପଟ୍ଟାମୁଣ୍ଡାଇର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ ମଧ୍ୟ ୨୦୨୧ ଫେବୃୟାରୀ ୧୪ରେ ଦାଏର ହୋଇଥିଲା। ନାଲସା କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନସେବା ପ୍ରାଧିକରଣର ସଚିବ ସମ୍ପାଦକ ତଥା ବିଚାରପତି କେସ ନଂ. ୧୦/୨୦୨୧ ରେ ଏକ ମାମଲା ଦାଏର କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ସାମାଜିକ କର୍ମୀ ମିଟୁ ଜେନା କୁହନ୍ତି, କଥାରେ ଅଛି ‘ନଦୀ ଖାଏ କୂଳ’ କିନ୍ତୁ ପଟ୍ଟାମୁଣ୍ଡାଇରେ ‘କୂଳ ଖାଉଛି ଗୋବରୀ ନଦୀକୁ’। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେଇଛନ୍ତି। ଫଳରେ ପଟ୍ଟାମୁଣ୍ଡାଇରେ ପ୍ରବାହିତ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ବିଶେଷକରି ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିସ୍ଟବୋର୍ଡ ଜାଗା ହଡପ କରାଯାଇଛି। ପୋତାନଈ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତା ଯାଇ ପକ୍କା ଘର ନିର୍ମାଣ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କହିଛନ୍ତି, ଯଦି ବ୍ରାହ୍ମଣୀ ନଦୀ ସହ ଗୋବରୀ ନଦୀ ସଂଯୋଗ କରାଯାଏ ବନ୍ୟା ସମୟରେ ଅଞ୍ଚଳର ଉଦ୍‌ବୃତ୍ତ ଜଳକୁ ସିଧାସଳଖ ସମୁଦ୍ରରେ ନିଷ୍କାସନ କରାଯାଇପାରିବ। ପ୍ରତିବର୍ଷ ବ୍ରାହ୍ମଣୀ ଓ କାଣୀରେ ବନ୍ୟା ଆସି ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛି। ଚଳିତ ବନ୍ୟାରେ ୨ ଜଣ ଯୁବକଙ୍କ ଜୀବନ ଯିବା ସହ ଜୀବିକା ଉଜୁଡି ଯାଉଛି। ଏବେ ସମୟ ଆସିଛି ଏହି ଗୋବରୀ ନଦୀକୁ ଚିରସ୍ରୋତା ବ୍ରାହ୍ମଣୀ ସହ ସଂଯୋଗକୁ କାର୍ଯ୍ୟକାରୀ କରାଗଲେ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ପର୍ଯ୍ୟଟନସ୍ଥଳ ଭୂସ୍ବର୍ଗ ଇଟାଲୀର ଭାସମାନ ସହର ଭଳି ଏହାର ଦୁଇ ପାର୍ଶ୍ୱବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ। ପୋତି ହୋଇପଡିଥିବା ଗୋବରୀ ନଦୀ ମଧ୍ୟସ୍ଥଳ ଇଟାଲୀର ରୋମ ସହର ଭଳି ଭାସମାନ ବଜାର ସୃଷ୍ଟି ହୋଇପାରିବ। ନଦୀର ଦୁଇପାଶର୍‌ବ ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଓ ଭାସମାନ ବଜାର ଗଢା ଯାଇପାରିବ। ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ। ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନେ ବାରମ୍ବାର ଆସିବାକୁ ଇଚ୍ଛା କରିବେ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଲୋକମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?