ଜବରଦଖଲକାରୀଙ୍କ କବ୍‌ଜାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ,୨ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଛି। ଏହି ନଦୀ ୬୦ ଦଶନ୍ଧି ପୂର୍ବରୁ ଚିରସ୍ରୋତା ବ୍ରାହ୍ମଣୀ ନଦୀରୁ ବାହାରି ପ୍ରାୟ ୩୦ କିମି ଅତିକ୍ରମ କଲା ପରେ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଚିରସ୍ରୋତା ସହ ନୌଚଳାଚଳ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୧୮୬୦ ମସିହାରେ କଟକ-ଚାନ୍ଦବାଲି ରାସ୍ତା ତିଆରି ହେବା ସମୟରେ ପଟ୍ଟାମୁଣ୍ଡାଇଠାରେ ବ୍ରାହ୍ମଣୀ ଗୋବରୀ ନଦୀର ସଂଯୋଗ ପଥକୁ ବନ୍ଦ କରି ଦିଆଯାଇଥିଲା। ଏହା ବ୍ରାହ୍ମଣୀ ବନ୍ୟା ନିରୋଧକ ଦଶହଜାରି ବନ୍ଧ ଭାବେ ନାମିତ ରହିଛି। ତେବେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ପ୍ରାୟ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡିଥିବାରୁ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଗୋବରୀ ନଦୀ ଉପରେ ନିର୍ଭର କରୁଥିବା ଉଭୟପାଶର୍‌ବର ହଜାର ହଜାର ଏକର ଉର୍ବର ଚାଷଜମି ପାଣି ବିନା ପଡିଆ ପଡୁଛି। ଏଥିଯୋଗୁ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରୁନାହିଁ। ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ନ ଥିବାରୁ ଗୋବରୀ ନଦୀ ଆଜି ନିଜର ପରିଚୟ ହରାଇଛି। କେନ୍ଦ୍ରାପଡା ଡ୍ରେନେଜ ବିଭାଗ ଦୁଇ ଦୁଇ ଥର ନଦୀ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡି ମଧ୍ୟ ବିଫଳ ହୋଇଛି।
ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଭାବେ କେନ୍ଦ୍ରାପଡ଼ା ଜିଲା ପରିଚିତି ଲାଭ କରିଛି। ୭ ନଦୀ ଓ ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ପ୍ରଭାବିତ କରୁଛି। ଜଳପଥଗୁଡ଼ିକର ସର୍ବେକ୍ଷଣ କରିବା ଲାଗି ୨୦୦୮ରେ ଯେଉଁ ଜାତୀୟ ଜଳପଥ ଯୋଜନା – ୫ (ଫେଜ୍‌ ୧, ଫେଜ୍‌ ୨ ଓ ଫେଜ୍‌ ୩) ଘୋଷଣା କରାଯାଇଥିଲା। ମାତ୍ର ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଜାତୀୟ ଜଳପଥ ଯୋଜନା ଅନୁଯାୟୀ ବ୍ରାହ୍ମଣୀ ନଦୀକୁ ଗୋବରୀ ସହ ସଂଯୋଗ କରାଯାଇ ପାରାଦୀପ ଯାଏ ସିଧାସଳଖ ନୌବାଣିଜ୍ୟ ହୋଇପାରିବ ବୋଲି ପଟ୍ଟାମୁଣ୍ଡାଇର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ ମଧ୍ୟ ୨୦୨୧ ଫେବୃୟାରୀ ୧୪ରେ ଦାଏର ହୋଇଥିଲା। ନାଲସା କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନସେବା ପ୍ରାଧିକରଣର ସଚିବ ସମ୍ପାଦକ ତଥା ବିଚାରପତି କେସ ନଂ. ୧୦/୨୦୨୧ ରେ ଏକ ମାମଲା ଦାଏର କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ। ସାମାଜିକ କର୍ମୀ ମିଟୁ ଜେନା କୁହନ୍ତି, କଥାରେ ଅଛି ‘ନଦୀ ଖାଏ କୂଳ’ କିନ୍ତୁ ପଟ୍ଟାମୁଣ୍ଡାଇରେ ‘କୂଳ ଖାଉଛି ଗୋବରୀ ନଦୀକୁ’। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବହୁ ମୂଲ୍ୟବାନ ପୋତା ଗୋବରୀ ନଦୀ ଓ ପଠା ସରକାରୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ହାତେଇ ନେଇଛନ୍ତି। ଫଳରେ ପଟ୍ଟାମୁଣ୍ଡାଇରେ ପ୍ରବାହିତ ୧୬ କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି। ବିଶେଷକରି ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡା ବହୁ ମୂଲ୍ୟବାନ ସରକାରୀ ଜମି ଓ ଡିସ୍ଟବୋର୍ଡ ଜାଗା ହଡପ କରାଯାଇଛି। ପୋତାନଈ କିସମ ଜଳାଶୟ ଥିବାବେଳେ ଏହା କିପରି ପୋତା ଯାଇ ପକ୍କା ଘର ନିର୍ମାଣ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କହିଛନ୍ତି, ଯଦି ବ୍ରାହ୍ମଣୀ ନଦୀ ସହ ଗୋବରୀ ନଦୀ ସଂଯୋଗ କରାଯାଏ ବନ୍ୟା ସମୟରେ ଅଞ୍ଚଳର ଉଦ୍‌ବୃତ୍ତ ଜଳକୁ ସିଧାସଳଖ ସମୁଦ୍ରରେ ନିଷ୍କାସନ କରାଯାଇପାରିବ। ପ୍ରତିବର୍ଷ ବ୍ରାହ୍ମଣୀ ଓ କାଣୀରେ ବନ୍ୟା ଆସି ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛି। ଚଳିତ ବନ୍ୟାରେ ୨ ଜଣ ଯୁବକଙ୍କ ଜୀବନ ଯିବା ସହ ଜୀବିକା ଉଜୁଡି ଯାଉଛି। ଏବେ ସମୟ ଆସିଛି ଏହି ଗୋବରୀ ନଦୀକୁ ଚିରସ୍ରୋତା ବ୍ରାହ୍ମଣୀ ସହ ସଂଯୋଗକୁ କାର୍ଯ୍ୟକାରୀ କରାଗଲେ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ। ପର୍ଯ୍ୟଟନସ୍ଥଳ ଭୂସ୍ବର୍ଗ ଇଟାଲୀର ଭାସମାନ ସହର ଭଳି ଏହାର ଦୁଇ ପାର୍ଶ୍ୱବନ୍ଧ ରାସ୍ତାକୁ ପଥର ପ୍ୟାକିଂ କରି ସୁଦୃଢ ଓ ମନୋରମ କରିବାକୁ ହେବ। ପୋତି ହୋଇପଡିଥିବା ଗୋବରୀ ନଦୀ ମଧ୍ୟସ୍ଥଳ ଇଟାଲୀର ରୋମ ସହର ଭଳି ଭାସମାନ ବଜାର ସୃଷ୍ଟି ହୋଇପାରିବ। ନଦୀର ଦୁଇପାଶର୍‌ବ ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ଓ ଭାସମାନ ବଜାର ଗଢା ଯାଇପାରିବ। ଏହା ଜାତୀୟ ଉଦ୍ୟାନ ଭିତରକନିକା ମାର୍ଗରେ ଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ନୌକାବିହାରର ମଜା ମଧ୍ୟ ପର୍ଯ୍ୟଟକମାନେ ନେଇପାରିବେ। ଏହି ମନୋରମ ପରିବେଶକୁ ପର୍ଯ୍ୟଟକମାନେ ବାରମ୍ବାର ଆସିବାକୁ ଇଚ୍ଛା କରିବେ। ଏହାଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ହେବା ସହ ଲୋକମାନଙ୍କ ଆର୍ଥତ୍କ ସ୍ବଚ୍ଛଳତା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ସମିତି ବୈଠକ: ଅଧାରୁ ଉଠି ଚାଲିଗଲେ ସମିତି ସଭ୍ୟାସଭ୍ୟ, ସରପଞ୍ଚ

କୋକସରା,୧୧।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ସଭାଗୃହଠାରେ ନିର୍ବାଚନ ଆଚରଣବିଧି ଉଠିବା ପରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା...

ଅପପୁଷ୍ଟି ଅଞ୍ଚଳର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ସୁକିନ୍ଦା ବ୍ଲକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସମସ୍ୟାର ସମାଧାନ ଏଯାଏ ସମ୍ପୂର୍ଣ୍ଣ ମାତ୍ରାରେ ସଫଳ ହୋଇପାରିନାହିଁ।...

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ମେ’ ୧୬ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୨୧।୪: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ...

କୋରାପୁଟରେ ସାଧାରଣତନ୍ତ୍ର ଦିବସ ପାଳନ

କୋରାପୁଟ,୨୬।୧: କୋରାପୁଟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

୧୨ବର୍ଷରେ ୨୦ ଜୀବନ ନେଲାଣି ହାତୀ

ଖୋର୍ଦ୍ଧା ଅଫିସ,୫।୪: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟ ଲାଲସାରେ ଗାଁ ମୁହାଁ ହେଉଛନ୍ତି ହାତୀପଲ।...

ଗ୍ରୀଷ୍ମରେ ରକ୍ତ ଅଭାବ ଦୂର ପାଇଁ ପ୍ରୟାସ: ୭ଟି ଶିବିରରେ ୧୩୨ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର ଅଫିସ, ୨୨।୫: ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ...

ନଦୀବନ୍ଧରୁ ୫ ଫୁଟ ମାଟି ନେଇ ରାସ୍ତା ନିର୍ମାଣ

ପଟ୍ଟାମୁଣ୍ଡାଇ,୪ା୩(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବାଇପାସ ପାଖରୁ ବାହାରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରି ବନ୍ଧ ପୁରୁଣା ରାସ୍ତା ଅଞ୍ଚଳବାସୀଙ୍କ ପାଇଁ ଗୁରୁତ୍ୱ ବହନ କରେ। ରାସ୍ତା ନିର୍ମାଣ ଶେଷ...

ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶହଶହ ବଳି

ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର...

Advertisement
Archives

Model This Week